ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମକୋ-ସିମକୋ ଶହିଦ ଦିବସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଆମକୋ-ସିମକୋ ଶହିଦ ଦିବସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ରାଉରକେଲା : ୧୬/୪/୨୫ :  ଆମକୋ-ସିମକୋ ଶହିଦ ଦିବସ ଆସନ୍ତା ୨୫ ଅପ୍ରେଲ କୁ ପାଳନ କରାଯିବ l ଏହାକୁ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l 

ବୈଠକରେ ୨୫ ତାରିଖ ଦିନ ସକାଳ ୮ ଘଟିକାରେ ବିରମିତ୍ରପୁର ସ୍ଥିତ ବ୍ରାହ୍ମଣମରା ନିକଟରେ ଶହିଦଙ୍କ ସ୍ମରଣରେ ସର୍ବଧର୍ମସଭା ଓ ଶ୍ରଦ୍ଧାସୁମଣ ଅର୍ପଣ କରାଯିବ l ତା ପରେ ୯ ଘଟିକାରେ ଆମକୋ -ସିମକୋ ଶହୀଦ ସମାଧୀ ପୀଠରେ ଅତିି ମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯିବ l ଅପରାହ୍ନ ରେ ଏକ ଜନ ସଭାର ଆୟୋଜନ କରାଯିବ ବୋଲି ସ୍ଥିର କରାଗଲା l ଏଥିରେ ଶହିଦଙ୍କ ପରିବାରକୁ ସମ୍ମାନୀତ କରିବା ପାଇଁ ବୈଠକରେ ନିଷ୍ପତି ନିଆ ଯାଇଛି l କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବ୍ରାହ୍ମଣମରା ସମାଧୀ ପୀଠରେ ସାଜସଜ୍ଜା , ପରିସ୍କାର ପରିଛନ୍ନତା ଏକ ପାଣି ଟ୍ୟାଙ୍କର ର ଆନୁଷଙ୍ଗୀକ ବ୍ୟବସ୍ଥା କରିବାକୁ ବିରମିତ୍ରପୁରର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଉପଜଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଆମକୋ- ସିମକୋ ଶହିଦ ପୀଠର ସାଜସଜ୍ଜା , ଶହିଦସ୍ତମ୍ଭର ରଙ୍ଗ ପରିଷ୍କାର ପରିଛନ୍ନତା ଆଦି କରିବା ଲାଗି ବିଡିଓ କୁଆରମୁଣ୍ଡାଙ୍କୁ ଦାୟିତ୍ବ ଦିଆଗଲା l 

ଉପଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ସମାଧୀ ପୀଠର ରକ୍ଷଣା ବେକ୍ଷଣ ପାଇଁ ୨ଜଣ କର୍ମଚାରୀ ନିୟୋଜିତ କରିବା ପାଇଁ ବିରମିତ୍ରପୁର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l କାର୍ଯ୍ୟକ୍ରମ ସମୟରେ ଉ ଭୟ ସ୍ଥଳରେ ଶାନ୍ତି ଶୁଙ୍ଖଳା ବଜାୟ ରଖିବାକୁ ଉପଖଣ୍ଡ ପୁଲିସ ଅଧିକାରୀ ବିରମିତ୍ରପୁର କୁ ଦାୟିତ୍ବ ଦିଆଗଲା l ଶହୀଦ ସ୍ମାରକୀ କମିଟିର ଉପାଧ୍ୟକ୍ଷ ପ୍ରୋଫେସର ବିଜୟ କୁମାର ଟପ୍ପୋ ବେଦବ୍ୟାସ ଛକରେ ସ୍ବାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶାସନର ସହଯୋଗ କାମନା କରିଥିଲେ l   

 ଆଜିର ବୈଠକରେ ପିଏଆଇଟିଡିଏ ପାନପୋଷ ବିକ୍ରାଣୀ କିସପୋଟ୍ଟା, ବିରମିତ୍ରପୁରର ପୌରପାଳିକାର ନିର୍ବାହୀ ଅଧିକାରୀ ୟାଶେର ଅହମଦ, ଅତିରିକ୍ତ ତହସିଲଦାର ବିରମିତ୍ରପୁର ଜ୍ୟୋତି ରଂଜନ ବାଗ ,ଶହୀଦ ସ୍ମାରକୀ କମିଟିର ସଂପାଦକ ପ୍ରସନ୍ନ ତ୍ରୀପାଠି ଓ ସଦସ୍ୟ ଫାବିୟାନୁସ ଏକ୍କା, ରିଚାର୍ଡ ବେକ , ଲକ୍ଷ୍ମୀଧର ମୁଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧକାରୀ ସୀମା ଫାତିମା ଏକ୍କା ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାହିତ୍ୟ ଜୀବନ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

Sunil Chandra Nayak

ବହୁଜନ ସଂଗ୍ରାମ ସମିତି ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

୮ ହଜାର କୋଟି ଟଙ୍କା ବିନିଯୋଗରେ ଆଲୁମିନା ପ୍ରକଳ୍ପ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ଓଡ଼ିଶାର ମାନ୍ୟବର ମୁଖ୍ୟ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ

masiha

Leave a Comment

error: Content is protected !!