ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା: ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ସମ୍ପ୍ରତି ପରିବେଶ ପ୍ରଦୂଷଣ ପ୍ରତି ଅନ୍ୟତମ ସମସ୍ୟାଭାବେ ଦେଖାଦେଇଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ଜନିତ ସମସ୍ୟା ଓ ଏହାର ବ୍ୟବହାର ହ୍ରାସ ଓ ବର୍ଜନ ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ସାମଲଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ କ୍ଲବ୍‌ର ସଂଯୋଜକ ତଥା ଅଧ୍ୟାପକ ଡ. ପ୍ରତାପ କୁମାର ସ୍ୱାଇଁ ସଞ୍ଚାଳନ କରିଥିଲେ। ଡ. ସସ୍ମିତା ସାମଲ କାର୍ଯ୍ୟକ୍ରମ ଅୟୋଜନର ଆବଶ୍ୟକତା ସମ୍ପର୍କରେ କହିଥିଲାବେଳେ ଡ. ସ୍ୱାଇଁ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। କ୍ଲବ୍‌ର ଅନ୍ୟତମ ସଦସ୍ୟା ତଥା ଅଧ୍ୟାପିକା ମନିଷା ନାୟକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର କୁପରିଣାମ ଏବଂ ଏହାର ପରିବେଶ ପ୍ରଦୁଷଣଜନିତ ସମସ୍ୟା ସମ୍ପର୍କରେ ବାର୍ତ୍ତା ଦେଇଥିଲେ। କ୍ଲବ୍‌ର ସଦସ୍ୟ ଅଧ୍ୟାପକ ବାସୁଦେବ ମାଝି ଓ ଅଧ୍ୟାପିକା ରଜନୀ କିସାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସରକାରୀ ନିର୍ଦ୍ଦେଶାବଳି ମୁତାବକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ପଇଁ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସମେତ କ୍ଲବ୍‌ର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟପିକାମାନେ ସାମିଲ ହୋଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରସାମ୍ୟ ହରାଇ ଚାହ ଦୋକନକୁ ପଶିଗଲା ବ୍ୟାଟେରୀ ଚାଳିତ କାର୍ 

Sunil Chandra Nayak

କନିଷ୍ଟ ଶିକ୍ଷକ ମାନେ ନିଜ ଦାବି ହାସଲ ପାଇଁ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ

Sunil Chandra Nayak

ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!