ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ରାଉରକେଲା ୯/୧ /୨୫: ୭୬ତମ ସାଧାରଣତନ୍ତ୍ର ଦିବସ-୨୦୨୫ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଜାତୀୟ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଅଧ୍ୟକ୍ଷତା ସ୍ଥାନୀୟ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସେ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଉପସ୍ଥିତ ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟସଂପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ସଂଯୋଜନା ଜିଲ୍ଲା ସୂ୍‌ଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା କରି ଥିଲେ l ଆସନ୍ତା ଜାନୁଆରୀ ୨୬ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ଉଦିତନଗର ପରେଡ଼ ପଡ଼ିଆରେ ମୁଖ୍ୟଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ l  

ଏଥିି ପାଇଁ ଜାନୁଆରୀ ୨୨, ୨୩ ଓ ୨୪ ତାରିଖ ଦିନ ସକାଳ ୮ ଘଟିକା ସମୟରେ ଉଦିତନଗର ପରେଡ଼ ପଡ଼ିଆରେ ରିଜର୍ଭ ଇନିସ୍‌ପ୍ଟେର ଅଫ ପୋଲିସ, ରାଉରକେଲାଙ୍କ ତତ୍ୱାବଧାନରେ ଅଭ୍ୟାସ ପରେଡ କରାଯିବ l  

 ସାଧାରଣତନ୍ତ୍ର ଦିବସ ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୂନ ଗାନ ପ୍ରଚାର କରାଯିବ । ଉକ୍ତ ଦିନ ସକାଳ ୭ ଘଟିକା ଠାରୁ ୭.୩୦ ମିନିଟ ମଧ୍ୟରେ ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ପରେଡ଼ରେ ପୋଲିସ ଓ ବେସାମରିକ ପ୍ରତିରକ୍ଷା ବାହିନୀ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସିଭିଲିଆନ ଦଳ, ସିନିୟର ଡିଭିଜନ ଓ ଜୁନିଅର ଡିଭିଜନ ଏନସିସିର ଦଳ ଆଦି ଅଂଶଗ୍ରହଣ କରିବେ । ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ପରିବେଷଣ କରାଯିବ । ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତଗାନ , ଚିତ୍ରାଙ୍କନ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ଏବଂ ଏଥିନିମନ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ତୃପକ୍ଷଙ୍କୁଏହାର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ବୈଠକରେ ପରେଡ଼ ପଡିଆର ସାଜସଜ୍ଜା ନିମନ୍ତେ ରାଉରକେଲା ମହାନଗର ନିଗମ କର୍ତୃପକ୍ଷଙ୍କୁ ଦାୟିତ୍ବ ଦେଇଥିବା ବେଳେ ପାନୀୟ ଜଳ ଯୋଗାଣ ନିମନ୍ତେ ୱାଟକୋ କର୍ତୃପକ୍ଷ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଅଭ୍ୟାସ ପରେଡ଼ ଦିନ ପରେଡ଼ ପଡ଼ିଆକୁ ଆସିବା ନିମନ୍ତେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦେବାକୁ ଆରଟିଓକୁ ଅନୁରୋଧ କରାଯାଇଥିଲା l ଏହା ବ୍ୟତୀତ ରାଉରକେଲା ସରକାରୀ ଡାକ୍ତରଖାନା ଓ କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ବଣାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ତୃପକ୍ଷ, ବରିଷ୍ଠ ପୋଲିସ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ତଥା ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଜୀବନ ସଂଘର୍ଷ ରେ ଉଦାହରଣ ସାଜିଲେ ପ୍ରେମା 

masiha

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ନା ହସ୍ତାନ୍ତର ପ୍ରକ୍ରିୟା ଆଗେଇଲା ନା ହେଲା ଛାତ୍ରଛାତ୍ରୀ ଙ୍କ ସମସ୍ୟା ସମାଧାନ

Sunil Chandra Nayak

Waltair Division Holds Divisional Committee Meeting of Hon’ble MPs at Visakhapatnam

Sunil Chandra Nayak

Leave a Comment

error: Content is protected !!