ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ନୀଳକଣ୍ଠ ଜୟନ୍ତୀ ପାଳିତ

ପ୍ରଗତି ଉତ୍କଳ ସଂଘରେ ନୀଳକଣ୍ଠ ଜୟନ୍ତୀ ପାଳିତ

ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୪୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ ପରେ ସଭାପତି ସେହି ମହାନ ଜନନାୟକଙ୍କ ସ୍ମୃତି ଚାରଣ ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଡ. ନଗେନ କୁମାର ଦାସ ନୀଳକଣ୍ଠଙ୍କ ଜୀବନୀ ଓ ବ୍ୟକ୍ତିତ୍ଵ ସମ୍ପର୍କରେ ସୂଚନା ପ୍ରଦାନ କରିବାସହ ଓଡ଼ିଆ ଅସ୍ମିତା ପ୍ରତିଷ୍ଠା, ବିଜ୍ଞାନ ଭିତ୍ତିକ ଓଡ଼ିଆ ବ୍ୟାକରଣ ରଚନା, ଲିପି ସଂସ୍କାର ତଥା ସମାଜ ସଂସ୍କାରରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ବରେଣ୍ୟ ବକ୍ତା ଭାବେ ଯୋଗ ଦେଇ ଡ. ବିଭୂତି ଭୂଷଣ ପଣ୍ଡା ନୀଳକଣ୍ଠଙ୍କ ସାହିତ୍ୟ ସର୍ଜନା ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ବରେଣ୍ୟ ଅତିଥି ଡ଼. ପ୍ରଭାତ କୁମାର ମଲ୍ଲିକ ନୀଳକଣ୍ଠଙ୍କୁ ବହୁ ଆୟାମ ବିଶିଷ୍ଟ ବ୍ୟକ୍ତି ଭାବେ ବର୍ଣ୍ଣନା କରିବାସହ ଜଣେ ବିଦ୍ବାନ-ଦାର୍ଶନିକ ତଥା ବିଶିଷ୍ଟ ବ୍ୟବସ୍ଥାପକ ଭାବେ ତାଙ୍କର କୃତିତ୍ବକୁ ଆକଳନ କରିଥିଲେ। ଓଡ଼ିଶାର ସାରସ୍ଵତ ଜଗତ ତାଙ୍କୁ ଉତ୍କଳ ପୁରୁଷ ଭାବେ ମାନ୍ୟତା ଦେବା ସହ ତାଙ୍କର ଅମର କୀର୍ତ୍ତି କୋଣାର୍କ କାବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟ ଶେଷରେ ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ପରିଚାଳନାରେ , କବି ତ୍ରିନାଥ ସିଂଙ୍କ ସଭାପତିତ୍ବ ଏବଂ ସ୍ମିତା ମିଶ୍ର ଓ ରଶ୍ମି ସାହୁଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଶ୍ରୀ ଅଜୟ କୁମାର ମହାନ୍ତି, ଅର୍ଚ୍ଚନା ପାତ୍ର , ଉପେନ୍ଦ୍ର କୁମାର ବସ୍ତିଆ, ତ୍ରିଲୋଚନ ସ୍ୱାଇଁ , ସଂଜୀବ ଭୋଇ, କାଶୀନାଥ ନନ୍ଦୀ , ଗୀତାରାଣୀ ବେହେରା, ପ୍ରତାପ କୁମାର ପଣ୍ଡା , ଇଂ ଅଶୋକ କୁମାର ପଟ୍ଟନାୟକ, ବିଜୟିନୀ ଜେନା , ତ୍ରିନାଥ ସିଂ , ସ୍ମିତା ମିଶ୍ର, ରଶ୍ମି ସାହୁ ପ୍ରମୁଖ ସହରର କବିମାନେ ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ସତ୍ୟନାରାୟଣ ଦାଶ, ଅର୍ଜୁନ ଭୂୟାଁ, ବିପିନ ବିହାରୀ ପଟ୍ଟନାୟକ, ଧରଣିଧର ସାମଲ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ସହାୟତା କରିଥିଲେ। ଏହି ସଭାରେ ସହରର ବହୁ ସାହିତ୍ୟ – ସଂସ୍କୃତି ପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନୁଷ୍ଠିତ ହେଲା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

masiha

ବିଦ୍ୟାଳୟ ଶ୍ରେଣୀ ଗୃହ ଛାତରୁ ଝରୁଛି ବର୍ଷା ପାଣି ,ଶ୍ରେଣୀ ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

ଆଜି ଘରେ ଘରେ ତ୍ରିରଙ୍ଗା ସମାବେଶ 

masiha

Leave a Comment

error: Content is protected !!