ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡାମତଳିଆ ସରକାରୀ ଉପ୍ରା ସ୍କୁଲରେ ଗୁରୁଦିବସ ପାଳିତ

ବଡାମତଳିଆ ସରକାରୀ ଉପ୍ରା ସ୍କୁଲରେ ଗୁରୁଦିବସ ପାଳିତ

ରାଇରଙ୍ଗପୁର – ୫/୦୯  ବିଜାତଳା ବ୍ଲକ ଅନ୍ତର୍ଗତ ବଡାମତଳିଆ ସରକାରୀ ଉପ୍ରା ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୋଦିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ମହାନ୍ତ, ହରିଶ ଚନ୍ଦ୍ର ଧଳ ଓ ଜୟନ୍ତ ବେହେରା ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାକ୍ତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ବକ୍ତାମାନେ ଡ. ରାଧାକୃଷ୍ଣନଙ୍କ ଜୀବନ, ଆଦର୍ଶ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ନୀତି, ଆଦର୍ଶ ଓ ଆଦର୍ଶବାଦୀ ଜୀବନରୁ ପ୍ରେରଣା ନେଇ ଜୀବନରେ ଆଗକୁ ବଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅବସରପ୍ରାପ୍ତ ତିନି ଜଣ ଶିକ୍ଷକଙ୍କୁ ଏହି ଅବସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷକମାନେ ନିଜର ଦୀର୍ଘବର୍ଷର ଶିକ୍ଷକତା ଜୀବନର ତିକ୍ତ-ମଧୁର ଅନୁଭୂତି ବଖାଣିବା ସହ ଛାତ୍ରଛାତ୍ରୀଙ୍କୁ ସତ୍‌ମାର୍ଗରେ ଅଗ୍ରସର ହେବାକୁ ଉପଦେଶ ଦେଇଥିଲେ।

କାର୍ଯ୍ୟକ୍ରମକୁ ଶିକ୍ଷକ କସ୍ତୁରୀ ମହାନ୍ତ, ମଧୁସ୍ମିତା ଗିରି, ସବିତା ବଳ, ବିଶ୍ୱ ରଞ୍ଜନ ରାଉତ, ଠାକୁର ମୁର୍ମୁ, ଅନୁରାଧା ଟୁଡୁ ଓ ଆରସୁ ସୋରେନ ପ୍ରମୁଖ ସହଯୋଗ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା 

Sunil Chandra Nayak

କାମାକ୍ଷାନଗରରେ ଆମ୍ବେଦକର ଜୟନ୍ତୀ ପାଳିତ 

Sunil Chandra Nayak

ମାଟ୍ରିକ ପରୀକ୍ଷାରେ କନ୍ଦରପୁର ଏସ୍କେ ଏକାଡେମୀର ସଫଳତା 

masiha

Leave a Comment

error: Content is protected !!