ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡାମତଳିଆ ସରକାରୀ ଉପ୍ରା ସ୍କୁଲରେ ଗୁରୁଦିବସ ପାଳିତ

ବଡାମତଳିଆ ସରକାରୀ ଉପ୍ରା ସ୍କୁଲରେ ଗୁରୁଦିବସ ପାଳିତ

ରାଇରଙ୍ଗପୁର – ୫/୦୯  ବିଜାତଳା ବ୍ଲକ ଅନ୍ତର୍ଗତ ବଡାମତଳିଆ ସରକାରୀ ଉପ୍ରା ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୋଦିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ମହାନ୍ତ, ହରିଶ ଚନ୍ଦ୍ର ଧଳ ଓ ଜୟନ୍ତ ବେହେରା ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାକ୍ତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ବକ୍ତାମାନେ ଡ. ରାଧାକୃଷ୍ଣନଙ୍କ ଜୀବନ, ଆଦର୍ଶ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ନୀତି, ଆଦର୍ଶ ଓ ଆଦର୍ଶବାଦୀ ଜୀବନରୁ ପ୍ରେରଣା ନେଇ ଜୀବନରେ ଆଗକୁ ବଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅବସରପ୍ରାପ୍ତ ତିନି ଜଣ ଶିକ୍ଷକଙ୍କୁ ଏହି ଅବସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷକମାନେ ନିଜର ଦୀର୍ଘବର୍ଷର ଶିକ୍ଷକତା ଜୀବନର ତିକ୍ତ-ମଧୁର ଅନୁଭୂତି ବଖାଣିବା ସହ ଛାତ୍ରଛାତ୍ରୀଙ୍କୁ ସତ୍‌ମାର୍ଗରେ ଅଗ୍ରସର ହେବାକୁ ଉପଦେଶ ଦେଇଥିଲେ।

କାର୍ଯ୍ୟକ୍ରମକୁ ଶିକ୍ଷକ କସ୍ତୁରୀ ମହାନ୍ତ, ମଧୁସ୍ମିତା ଗିରି, ସବିତା ବଳ, ବିଶ୍ୱ ରଞ୍ଜନ ରାଉତ, ଠାକୁର ମୁର୍ମୁ, ଅନୁରାଧା ଟୁଡୁ ଓ ଆରସୁ ସୋରେନ ପ୍ରମୁଖ ସହଯୋଗ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ ସ୍ୱ-ଗଣନା ସ୍ୱ-ଗଣନାରେ ସାମିଲ ହେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ 

Sunil Chandra Nayak

‘ଆଙ୍ଗନ କା ଉତ୍ସବ’ ଶୁଭାରମ୍ଭ…କଳାହାଣ୍ଡି ଜିଲ୍ଲାର ୨୩୭୭ ଅଙ୍ଗନବାଡ଼ି କେନ୍ଦ୍ରରେ ଉତ୍ସବମୁଖର ପରିବେଶ

Sunil Chandra Nayak

ବଡ଼ପାଞ୍ଜିଆରୀଗୁଡା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ 

masiha

Leave a Comment

error: Content is protected !!