ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଙ୍ଗୀ ମହାବିଦ୍ୟାଳୟରେ ‘ମାଟି କୋ ନମନ, ବିରୋ କା ବନ୍ଦନ’ କାର୍ଯ୍ୟକ୍ରମ

 କଟକ : ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ତଥା ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଟାଙ୍ଗୀ-ଚୌଦ୍ଵାର ବ୍ଲକ କୋଟସାହି ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀ ମହାବିଦ୍ୟାଳୟ ପରିସରରେ ‘ମାଟି କୋ ନମନ,ବିରୋ କା ବନ୍ଦନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ବୁଧବାର ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ନେହେରୁ ଯୁବକେନ୍ଦ୍ର,ଆନୁକୂଲ୍ୟରେ ଓ ସ୍ୱେଚ୍ଛାସେବୀ ସଂଗଠନ ‘ଦିଗବଳୟ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଟେଟ୍ରାହେଡ୍ରନ ଗୁପର ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ତ୍ରିଦେବ ବେହେରା, ସିଆରପିଏଫ୍ ଇନସ୍ପେକ୍ଟର ମନୋଜ କୁମାର ପ୍ରଧାନ,ମହିଳା ଇନସ୍ପେକ୍ଟର କୁମୁଦିନି ସାହୁ,ଅବସରପ୍ରାପ୍ତ ସେନା କର୍ମଚାରୀ ଚୌଧୁରୀ ହେମନ୍ତ କୁମାର ସାହୁ, ଟାଙ୍ଗୀ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ସ୍ଵର୍ଗତଃ ସନେଇ ସାହୁଙ୍କ ନାତି ଅକ୍ଷୟ କୁମାର ସାହୁ, ଅବସରପ୍ରାପ୍ତ ଜିଲ୍ଲା ଲୋକସଂପର୍କ ଅଧିକାରୀ ଅଶୋକ କୁମାର ଷଡ଼ଙ୍ଗୀ, ଟାଙ୍ଗୀ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ବିଲକେଶ ପରବିନ୍ ଓ ବରିଷ୍ଠ ଅଧ୍ୟାପକ ଡଃ ସନ୍ତୋଷ କୁମାର ଖୁଣ୍ଟିଆ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ଟି ଚାାରା ରୋପଣ କରାଯାଇଥିଲା। ନେହେରୁ ଯୁବକେନ୍ଦ୍ର କଟକ ଜିଲ୍ଲା ଉପ ନିର୍ଦ୍ଦେଶକ ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଉପସ୍ଥିତ ଯବାନ ଓ ସ୍ଵାଧୀନତା ସଂଗ୍ରାମୀଙ୍କ ନାତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ। ଶେଷରେ ଦେଶର ଏକତା, ଅଖଣ୍ଡତା ଓ ସଂହତି ବଜାୟ ନିମନ୍ତେ ସାମୁହିକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦିଗବଳୟ ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କୃତ ସମାଜସେବୀ ଗଙ୍ଗାଧର ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପିକା ଡଃ. ବିଷ୍ଣୁପ୍ରିୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

କୋଷାଗୁମୁଡା ବ୍ଳକର ଜୟ କିଶାନ ଫିଲିପିସ ମେମୋରିଆଲ ହାୟର ସେକେଣ୍ଡାରୀ ସ୍କୁଲର ସଫଳତା

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

masiha

ଜୀବାତ୍ମା ର ପୂଣ୍ୟ କର୍ମ – ରକ୍ତ ଦାନ ମହତ୍ ଦାନ

masiha

Leave a Comment

error: Content is protected !!