ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ବ୍ଲକ ଗ୍ରାଣ୍ଟ ହେବା ପରେ ବି ପରିଚାଳନା ରେ ଅସଂଗତି 

ତେନ୍ତୁଳିଖୁଣ୍ଟି ୧୦/୦୮/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଖାତିଗୁଡା ଠାରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା 1990 ମସିହାରେ ଖୋଲିଥିଲା ଇନ୍ଦ୍ରାବତୀ ପ୍ରକଳ୍ପ କଲେଜ ,ଯୁକ୍ତ ଦୁଇ ବିଜ୍ଞାନ ଓ କଳା। ଖୋଲିଲା ବେଳେ ଜଳସମ୍ପଦ ବିଭାଗ ର ପ୍ରତ୍ୟକ୍ଷ ପରିଚାଳନା ଓ ଅନୁଦାନ ରେ 1993 ପର୍ଯ୍ୟନ୍ତ ଚାଲିଲା। ସେତେବେଳେ ଜଳ ସଂପଦ ବିଭାଗ ଦ୍ଵାରା ପରିଚାଳିତ ହେଉଥିବାରୁ ସମସ୍ତ ବିଷୟ ର ଅଧ୍ୟାପକ ପୂର୍ବରୁ ଚାକିରୀ କରୁଥିବା ଘରୋଇ କଲେଜ ଛାଡି ଏହି କଲେଜରେ ଯୋଗ ଦେଇଥିଲେ। କିଛି କର୍ମଚାରୀ ଶିକ୍ଷାକର୍ମୀ ଚାକିରୀ ଛାଡି ଏହି କଲେଜରେ ଯୋଗ ଦେଇଥିଲେ । ନିଜ ଜଳ ସମ୍ପଦ ବିଭାଗ ଜଳ ସେଚନ ଓ ଶକ୍ତି ବିଭାଗ ଦୁଇ ଭାଗ ହେବା ପରେ ଶକ୍ତି ବିଭାଗ ଅଧିନ କୁ ଗଲା ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନ ଓ ମେଡ଼ିକାଲ ଆଦି। ଇନ୍ଦ୍ରାବତୀ କଲେଜ ର ପରିଚାଳନା ବେଶ ସୁରୁଖୁରୁରେ ଓଡିଶା ଜଳ ବିଦ୍ୟୁତ ନିଗମ ର ଆର୍ଥିକ ଅନୁଦାନରେ ଚାଲି ଆସିଥିଲା। ଖରାପ ସମୟ ଆସିଲା ଚତୁର୍ଥ ବେତନ କମିଶନ ଲାଗୁ ପରେ। ଓଡିଶା ଜଳ ବିଦ୍ୟୁତ ନିଗମ ଆଉ ଦରମା ବେତନ କମିଶନ ରିପୋର୍ଟ ଆଧାରରେ ବୃଦ୍ଧି ନ କରି କଲେଜ ସମସ୍ତ ଟିଚିଙ୍ଗ ଓ ନନ୍ ଟିଚିଙ୍ଗ କର୍ମଚାରି ଙ୍କ ଦରମା ଫ୍ରିଜ କରିଦେଲା। କଲେଜ ର ସମସ୍ତ ଷ୍ଟାଫ ଙ୍କ ଦରମା ଓ ପରିଚାଳନା ପାଇଁ ଏକ ନିର୍ଦ୍ଧିଷ୍ଟ ଆର୍ଥିକ ଅନୁଦାନ ଦେଇ ନିଜକୁ ପରିଚାଳନା ରୁ ଦୁରେଇ ଦେଲା। ଏହା ପରଠାରୁ ଏହି ପ୍ରକଳ୍ପ କଲେଜ ରେ ଟିଚିଙ୍ଗ ଓ ନନ ଟିଚିଙ୍ଗ ଷ୍ଟାଫ ଧୀରେ ଧୀରେ କଲେଜ ଛାଡିବା ଆରମ୍ଭ କଲେ। ସେମାନଙ୍କ ପ୍ରତି ବଦଳରେ ନିଯୁକ୍ତ ଷ୍ଟାଫ ଙ୍କୁ ପ୍ରକଳ୍ପ କର୍ତ୍ତୃପକ୍ଷ ଭିନ୍ନ ନଜରରେ ଦେଖିଲେ। ସେମାନଙ୍କ ଚାକିରୀ ସର୍ତ୍ତାବଳୀ ରେ ଅନେକ କେଂ ରଖିଲେ।      

  କଲେଜ ରେ ଇଂରାଜୀ ଅଧ୍ୟାପକ ଦୁଇ ଜଣ ସ୍ଥାନରେ ଜଣଙ୍କ ଚାକିରୀ ଛାଡି ଯିବାପରେ ଆଉ ଗୋଟିଏ ପଦ ଆଜିବି ପୂରଣ ହୋଇନି। ଜଣେ ଅଧ୍ୟାପକ ଙ୍କୁ ବିଜ୍ଞାନ ଓ କଳା ର ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ର ଦୁଇ ୨ଟି ଶ୍ରେଣୀ କୁ ପଢ଼ାଇ ବାକୁ ବାଧ୍ୟ ହେଉଛନ୍ତି । ଦୁଇ ଓଡ଼ିଆ ଅଧ୍ୟାପକ ଙ୍କ ମଧ୍ୟରୁ ଜଣଙ୍କୁ ଅନିଶ୍ଚିତ ଭବିଷ୍ୟତରେ ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯାଇଛି। କାଳେ ନିରଵଛିନ୍ନ ଡ୍ୟୁଟି କଲେ 6 ବର୍ଷ ପରେ ନିୟମିତ କରିବାକୁ ଦାବୀ କରିବେ ସେଥିପାଇଁ ଗଳା ରାସ୍ତା କାଢି ଗୋଟିଏ ଦିନ ବାଦ ଦେଇ ଚୁକ୍ତି ନବୀକରଣ କରା ଯାଉଛି। 2015 ରୁ ଓଡ଼ିଆ ଅଧ୍ୟାପିକା ଆଜିଯାଏଁ ଚୁକ୍ତିଭିତ୍ତିରେ ରହିଛନ୍ତି। ବିଜ୍ଞାନ ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଚାକିରୀ ଛାଡି ଯିବା ପରେ ସେଇ ପଦବୀରେ ମଧ୍ୟ ଜଣ ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯାଇଥିବାରୁ ଚୁକ୍ତି ରେ ନିଯୁକ୍ତ ଜଣେ ଅଧ୍ୟାପିକା ଚାକିରୀ ଛାଡି ଯିବା ପରର ଏବେ କିଛି ବର୍ଷ ହେଲା 2014 ରୁ ଜଣେ ଚୁକ୍ତିଭିତ୍ତିରେ ଅଛନ୍ତି। 2019 ରେ କଲେଜ ବହୁ ସଂଘର୍ଷ ପରେ ବ୍ଲକ ଗ୍ରାଣ୍ଟ ମାନ୍ୟତା ପାଇଛି କିନ୍ତୁ ବ୍ଲକ ଗ୍ରାଣ୍ଟ ର ସର୍ତ୍ତାବଳୀ ବିଷୟରେ କାହା ପାଖରେ କିଛି ତଥ୍ୟ ନଥିବାରୁ 2019 ରୁ ଆଜି ପର୍ଯ୍ୟନ୍ତ କଲେଜ ଷ୍ଟାଫ ଙ୍କ ଇ ପି ଏଫ ଅର୍ଥ ନା କର୍ମଚାରୀଙ୍କ ସେୟାର ନା ନିଯୁକ୍ତି ଦାତା ଙ୍କ ସେୟାର ଡିପୋଜିତ ହୋଇନି। 1990 ରୁ କାର୍ଯ୍ୟରତ 7 ଅଧ୍ୟାପକ ଅଧ୍ୟାପିକା ନୂଆ ରେ 2019 ରେ ନିଯୁକ୍ତି ପାଇବା ଭଳି ଦରମା ମିଳୁଛି। ବ୍ଲକ ଗ୍ରାଣ୍ଟ ହେବା ପରେ କଲେଜ ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହେଲା ,କିନ୍ତୁ ଅନେକ ଦ୍ବନ୍ଦ୍ୱ ରହିଛି । ଟିଚିଙ୍ଗ ଓ ନନ୍ ଟିଚିଙ୍ଗ ଷ୍ଟାଫ ମଧ୍ୟରେ ଦରମା ରେ ବହୁ ତାରତମ୍ୟ ଅର୍ଥାତ କ୍ୟାଟେଗୋରୀ ହୋଇ ଯାଇଛି। ଚୁକ୍ତିଭିତ୍ତିରେ ନିଯୁକ୍ତି ରେ ମଧ୍ୟ ଦୁଇ ଭାଗ । କିଏ ଗେଷ୍ଟ ଫାକୁଳିଟି ଭାବେ 20 ହଜାର ଦରମା ପାଉଛି ତ କିଏ ଚୁକ୍ତିଭିତ୍ତିରେ 13900 ଦରମା ପାଉଛି। 1990 ରୁ ନିଯୁକ୍ତି ପାଇ 2009 ରେ ଚାକିରୀ ଛାଡି ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଗ୍ରାଚୁଇଟି ପାଇଥିବା ବେଳେ ସମକାଳୀନ ନିଯୁକ୍ତ ଅଧ୍ୟାପକ ଅଵସର ପରେ ଗ୍ରାଚୁଇଟି ରୁ ବଞ୍ଚିତ। ଇତିମଧ୍ୟରେ ଦୁଇ ଅଧ୍ୟାପକ ଅଵସର ନେଇଛନ୍ତି କିନ୍ତୁ ଗ୍ରାଚୁଇଟି ଅନିଶ୍ଚିତ। ଧୀରେ ଧୀରେ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଵସର ନେବା ଆରମ୍ଭ କଲେଣି ,ଏହି ପରିପ୍ରେକ୍ଷୀରେ ଉକ୍ତ ପଦରେ ନିୟମିତ ନିଯୁକ୍ତି ଦିଆଯିବ କି ନା ସ୍ପଷ୍ଟତା ନାହିଁ। ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯାଉଛି ତା ପୁଣି ଅଵସର ନେଇଥିବା।ଅଧ୍ୟାପକ ଙ୍କୁ। 2025 ସୁଦ୍ଧା ପ୍ରାୟତଃ ସମସ୍ତ ବିଭାଗ ର ଅଧ୍ୟାପକ ଅଧ୍ୟାପିକ ଅଵସର ନେଇ ଯିବେ ,ସେତେବେଳେ ବି କଣ ଏଭଳି ଚୁକ୍ତିଭିତ୍ତିରେ ହିଁ ନିଯୁକ୍ତି ବିନା ଭବିଷ୍ୟତରେ ଦିଆଯିବ କି? ସେହିଭଳି ହେଲେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଗୁଣବତ୍ତା ରହିବନି କାରଣ ନିଜର ଅନିଶ୍ଚିତ ଭବିଷ୍ୟତ ରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କିଭଳି ନିର୍ମାଣ କରିବେ ? ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ସ୍ଥାୟୀ ଅଧ୍ୟକ୍ଷ ଦିଆ ଯାଇନି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିଯୁକ୍ତି ଡାଟା ଏଣ୍ଟ୍ରି ଅପରେଟର ଙ୍କ ଦରମା ରେ ଅସଂଗତି ରହୁଛି। ଝରିଗୁମ୍ମା ବ୍ଲକ ଗ୍ରାଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ 18 ହଜାର ମିଳୁଥିବାବେଳେ ଏଠାରେ ସାତ ହଜାର ରେ ସୀମିତ ରଖାଯାଇଛି। ସେପଟେ ଛାତ୍ର ଛାତ୍ରୀ ଙ୍କ ଠାରୁ ଅର୍ଥ ଆଦାୟ ରେ ଅନ୍ୟ ବ୍ଲକ ଗ୍ରାଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରି ରହୁନି। କେଉଁଠି 6500 କେଉଁଠି7000 ଆଦାୟ ହେଉଛି। ପ୍ରକଳ୍ପ ଦ୍ବାରା ପରିଚାଳିତ ହେଲା ବେଳେ ଯେଉଁ ହାରରେ ଫି ଆଦାୟ ହେଉଥିଲା ସେହି ହାରରେ ଆଦାୟ ହେଉଛି। ଯଦି ବ୍ଲକ ଗ୍ରାଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହେବାରେ ଆଇନ ବାଧକ ,କାରଣ ଓଡିଶା ପବ୍ଲିକ ସର୍ଭିସ ଦ୍ୱାରା କ୍ଲାସ 1 ଓ 2 ପଦ ର ନିଯୁକ୍ତି କରିପାରିବେ। ଏଣୁ ଅଳ୍ପ ଦରମା ଗେଷ୍ଟ ଫାକୁଲିଟି ରେ ହିଁ ବିଦ୍ୟାଳୟ ଯଦି ଚାଲିବ ତେବେ ଶିକ୍ଷା ଦାନ ହାର ହ୍ରାସ ହେବା ସମ୍ଭାବନା ରହିଛି। ପ୍ରକଳ୍ପ ରୁ ବ୍ଲକ ଗ୍ରାଣ୍ଟ ହେବା ପରେ ଯେଉଁ ଠି ବିଦ୍ୟାଳୟ ଅଛି ସେହି ଜମି ଏ ଯାଏଁ ବିଦ୍ୟାଳୟ ନାମରେ କରା ଯାଇନି।  

  ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ ର ଟିଚିଙ୍ଗ ଷ୍ଟାଫ ନିଯୁକ୍ତି ଗେଷ୍ଟ ଫାକୁଳିଟି ଙ୍କ ଦରମା ଓ ଚୁକ୍ତିଭିତ୍ତିରେ ନିଯୁକ୍ତ ଟିଚିଙ୍ଗ ଷ୍ଟାଫ ଙ୍କ ଦରମା ମଧ୍ୟରେ ତାରତମ୍ୟ ଅନ୍ୟ ବ୍ଲକ ଗ୍ରାଣ୍ଟ ଉଚ୍ଚବିଦ୍ୟାଳୟ ରେ ଡାଟା ଏଣ୍ଟ୍ରି ଅପରେଟର ଠାରୁ କଣ ପାଇଁ କମ ରହୁଛି ବୋଲି ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଙ୍କୁ ପଚାରିବାରୁ କହିଲେ ମୁଁ ଠିକ ରୁପେ ଏସବୁ ବିଷୟରେ ଅବଗତ ନାହିଁ ,ମୋ ଦୃଷ୍ଟିକୁ ଏ ସମ୍ପର୍କୀତ ଅଭିଯୋଗ ଆସିନି ଏଭଳି ତାରତମ୍ୟ ରହିବ କଥା ନାହିଁ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ଜେ ଇ ଏଲ୍ ଚର୍ଚ୍ଚ ଠାରେ ଖ୍ରୀଷ୍ଟିୟାନ୍ ବରିଷ୍ଟ ନାଗରିକ ସଂଘର ବାର୍ଷିକ ଉତ୍ସବ

Sunil Chandra Nayak

ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩

ଗ୍ରାମୀଣ ଡାକ ସେବକ ମାନଙ୍କ ଦିନିକିଆ ଧର୍ମଘଟ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort