ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପ୍ରାଣ ମହିଳା ପଦ୍ମାବତୀ ବେହେରା( ବଳ)ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ମୟୂରଭଞ୍ଜ – ୯/୮ ( ମସିହା)ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟୀ ଗ୍ରାମର ଧର୍ମପରାୟଣ ଅବସର ନିବୃତ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ( ବଳ) ଙ୍କ ଏକାଦଶାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଶୁଭେଛୁ,ଆତ୍ମୀୟ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି ।ପଦ୍ମାବତୀ ଜଣେ ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଥିଲେ ।ସେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ଯୋଡ଼ି ରଖିଥିଲେ ।ତାଙ୍କର ସ୍ବାମୀ ଓଡ଼ିଶାର ଜଣାଶୁଣା ସୁନାମଧନ୍ୟ ଝୂମର ନୃତ୍ୟ ଓ ସଂଗୀତ ନିର୍ଦେଶକ ଶ୍ରୀ ସଜନ ବଳ, ‌ତାଙ୍କର ବଡପୁତ୍ର ଶାଶ୍ବତ ବଳ ଅଧୁନା ରାଇରଙ୍ଗପୁର (୨) ର ବିଜେଡି ସଂପାଦକ ଏବଂ ସାନପୁତ୍ର ଜଣେ ଯୁବ ସଂଗଠକ, ନିଶାମୁକ୍ତ ଅଭିଯାନର ଜଣେ ସକ୍ରିୟ ସଦସ୍ୟ ଓ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ । ତାଙ୍କର ଏକାଦଶାହ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା,ବିଜୁ ଶକ୍ତି ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳ, ଅଣରାଜନୈତିକ ସଂଗଠନ ‘ଭଂଜସେନା’ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଯେନା,ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ବଜରଙ୍ଗ ଦଳର ସଦସ୍ୟ ଶଶାଙ୍କ କୁମାର, ମୟୂରଭଞ୍ଜ (୨) ର ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ମହିଳା ବିଜେଡି ସଭାନେତ୍ରୀ ତନୁଜା ମହାନ୍ତ, ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସଂପାଦକ ବିକାଶ ମହାନ୍ତ,ମହିଳା ସମାଜସେବୀ ରଞ୍ଜିତା ଲେଙ୍କା, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ବିଶିଷ୍ଟ ସ୍ତମ୍ଭକାର ଜଗନ୍ନାଥ ବଳ, ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା,ଓଡ଼ିଶାର ସୁନାମଧନ୍ୟ ନୃତ୍ୟ ଗୁରୁ ସୁବାଷ ପାତ୍ର, ଟୁଟୁବଳ,ନାଗା ଵାଵା, ପ୍ରମୁଖ ଯୋଗ ଦେଇ ଦିବଂଗତ ପଦ୍ମାବତୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହାମହିମ ଉପରାଷ୍ଟ୍ରପତି ଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କୁଶ ପୁତ୍ତଳିକା ଦାହ

masiha

“ଖଣି ସହରରେ ଧନମାଳି ଫୋଟ ଭାଇରାଲ”ଖଣିବିଭାଗରେ କେହିନଥିଲା ବେଳେ କଣ ଖୋଜୁଛି ବ୍ରୋକର ?

masiha

ମାଣିକପୁର ପଞ୍ଚାୟତରେ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!