ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କୃମି ନାଶକ ଦିବସ ପାଳିତ 

ପାପଡାହାଣ୍ଡି,10/08, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ଥିବା ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ କୃମି ନାଶନ ଦିବସର ଗୁରୁବାର ପାଳିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ବିଡିଓ ଦିବାକର ବାଗ , ଜିପିଇଓ ଅକ୍ଷୟ କୁମାର ପଟନାୟକ, ଏବିଇଓ ବାଳକ ଦାସ ରନ୍ଧାରୀ, ସିଡିପିଓ ଏସ୍ ଗୀତା ପ୍ରମୂଖ ଉପସ୍ଥିତ ଥିଲେ | ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଛାତ୍ରଛାତ୍ରୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ବିଷୟରେ ଧାରଣା ଦେଇଥିଲେ ଓ କୃମି କିପରି ଏହା କିପରି ବୃଦ୍ଧି ହୁଏ ସେ ସମ୍ବନ୍ଧରେ ଜଣାଇଥିଲେ | ବିଡ଼ିଓ ଦିବାକର ବାଗ ସମସ୍ତ ଛାତ୍ରଛାତ୍ରୀଙ୍କୁ କୃମି ନାଶକ ଔଷଧ ଖାଇବା ପାଇଁ ଉତ୍ସାହିତ କରିଥିଲେ | ବିପିଏମ ଶୁଭ୍ରାଞ୍ଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ ଏହି ଔଷଧ ଖାଇବା ସହ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା, ଶୌଚ ପାଇଁ ପାଇଖାନାର ବ୍ୟବହାର, ହାତ ଧୁଆ, ଚପଲ ପିନ୍ଧିବା, ପନିପରିବା ଓ ଫଳମୂଳ ବ୍ୟବହାର ପୂର୍ବରୁ ଭଲଭାବେ ଧୋଇବା ଉପରେ ଗୁରୁତ୍ୱାରୋପ କରିଥିଲେ| ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ବିଡିଓ ଓ ସିଡିପିଓ ଛାତ୍ରଛାତ୍ରୀମାନଙ୍କୁ ଆଲବେଣ୍ଡାଜୋଲ ବଟିକା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |ଏହି ବିଦ୍ୟାଳୟ ରେ ମୋଟ 47 ଜଣ ଛାତ୍ରଛାତ୍ରୀ କୃମି ନାଶକ ଔଷଧ ଖାଇଥିଲେ | ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ଅନୁପସ୍ଥିତ ଅଛନ୍ତି ସେ ଛାତ୍ରଛାତ୍ରୀ ଆସନ୍ତା ଅଗଷ୍ଟ 17 ତାରିଖ ଦିନ ସେମାନଂକୁ କୁର୍ମି ନାଶକ ଔଷଧ ଖାଇବା ଦିଆଯିବ | ଏହି କାର୍ଯ୍ୟକ୍ରମ ରେ ପିଏଚଇଓ ପ୍ରତାପ କୁମାର ମହାନ୍ତି, ବିଏଏମ୍ ସନ୍ତୋଷ କୁମାର ସାହୁ, ବିଡିଏମ୍ ଗୁପ୍ତ ପ୍ରସାଦ ସାହୁ, ଡିଇଓ ସନ୍ତୋଷ କୁମାର ପଟନାୟକ କାର୍ଯ଼୍ୟକ୍ରମର ପରିଚାଳନା କରିଥିଲେ | ମହିଳା ସ୍ୱାସ୍ଥ୍ୟକର୍ମୀ କୃଷ୍ଣା ସାମଲ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କନକ ଲତା ପାତ୍ର, ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ ଲଳିତା ମାଝୀ ଓ ଆଶାକର୍ମୀ କୌଶଲ୍ୟା ସତନାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କୃମି ନାଶକ ବଟିକା ଖୁଆଯାଇଥିଲ| |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ପ୍ରତିଭା ସମ୍ମାନ ପାଇଲେ କର୍ଲ।କୋଟ ଗ୍ରାମର ଗୋପୀନାଥ ଶବର

Sunil Chandra Nayak

ପୋଖରୀରେ ବୁଡି ବୃଦ୍ଧ ମୃତ

masiha

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ

Sunil Chandra Nayak

Leave a Comment

error: Content is protected !!