ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ମୟୂରଭଞ୍ଜ – ୧୦/୮ ( ମସିହା)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଅନୁବନ୍ଧିତ ରାଇରଙ୍ଗପୁର ବ୍ଳକ ଶାଖା ତରଫରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ରାଇରଙ୍ଗପୁର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ ମହାନ୍ତଙ୍କ ନେତୃତ୍ବରେ ପହଞ୍ଚି ବିଭିନ୍ନ ଦାବି ନେଇ ପ୍ରତିବାଦ କରିଥିଲେ । ସେମାନଙ୍କ କହିବା ଅନୁଯାୟୀ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ଭୂବନେଶ୍ବରରେ ପ୍ରାଥମିକ ଶିକ୍ଷକଙ୍କ ଦାବିନେଇ ଲକ୍ଷାଧିକ ଶିକ୍ଷକ/ ଶିକ୍ଷୟତ୍ରୀ ଆନ୍ଦୋଳନ କରିଥିଲେ ।ମୁଖ୍ଯ ସଚିବଙ୍କ ପତ୍ର ସଂଖ୍ୟା ୧୦୯ ସିଂ ତା ୩୦/୧୦/୨୦୨୨ ତାରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ଦାବି ଗୁଡ଼ିକ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ଦିର୍ଘ ୮ ମାସରୁ ଉର୍ଦ୍ଧ୍ବ ହେଲା ଏ ଯାଏଁ ସରକାର ସରକାର ଦାବି ଗୁଡ଼ିକ ପ୍ରତି ଅଣଦେଖା କରି ଆସୁଛନ୍ତି । ତେଣୁ ପୁନଃ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହିବାକୁ ବାଧ୍ୟ ହେବେ ବୋଲି ଏକ ଲିଖିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ଶ୍ରୀମତୀ ନମିତା ସେଠୀ ଏବଂ ଏବିଇଓ ରତ୍ନାକର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି ।ଦାବୀ ସମୂହ ହେଲା ଠିକା ନିଯୁକ୍ତି ଉଛେଦ କରି କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା, ସହିତ ଶିକ୍ଷା କର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ଯ ସମୟକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ କ୍ୟାଡ଼ର ଶିକ୍ଷକ ,କଳା,ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା , ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ( ମୂଳ ବେତନ ଲେଭେଲ ୯ ଗ୍ରେଡ ପରେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ,ପୁରୁଣା ପେନସନ ପ୍ରଥା ଚାଲୁ କରିବା ଇତ୍ୟାଦି ।

ଏହି ଆନ୍ଦୋଳନରେ ଶିକ୍ଷକ ନେତା ଅଜିତ ମହାନ୍ତ,ପୁରୁଷୋତ୍ତମ ମହାନ୍ତ,ରୁଦ୍ର ବିହାରୀ ଗିରି,ପ୍ରତିକ ମିଶ୍ର,ସମିର ବିନ୍ଧାଣି,ପ୍ରଶାନ୍ତ ଶତପଥୀ,ଅଜିତ ମଣ୍ଡଳ,ଆଶିଷ ମଣ୍ଡଳ,ରଶ୍ମୀଶ୍ରୀ ମହାନ୍ତି,ବାଲୁକେଶ୍ବର ସେଠୀ,ସମୟ ଦତ୍ତ ସମେତ ବହୁ ଶିକ୍ଷକ / ଶିକ୍ଷୟତ୍ରୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜନ ସୂଚନା ଅଧିକାରୀଙ୍କ ଅବହେଳା ,ଅପିଲ ପରେ ବି ଆବେଦନ କାରୀଙ୍କ ହାତ ଖାଲି 

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ , ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନକ ଦାବି ପୂରଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର

Sunil Chandra Nayak

୧- ଭାରସାମ୍ୟ ହରାଇ ୩୦ ଫୁଟ ଖାତକୁ ଖୋସିଲା ଆଲୁମିନା ବୋଝେଇ ଟ୍ରକ , ୨- ଶ୍ୱଶୁର ଘରକୁ ଆସି ଗଛରୁ ପଡି ଜ୍ୱାଇଁ ଗୁରୁତର, ୩- ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ

masiha

Leave a Comment

error: Content is protected !!