ନବରଙ୍ଗପୁର ୧୪/୦୬/( ମସିହା ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ୧୫ ଟି ପଞ୍ଚାୟତ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ହିତାଧିକାରୀ ଙ୍କୁ ଦିଆ ଯାଉଥିବା ଚାଉଳ ଠିକ୍ ସମୟରେ ନ ଦେଇ ଏକା ସାଙ୍ଗରେ ୩ମାସର ଚାଉଳ ନେଲେ,ଏକ କିଲୋ କମ୍ ଚାଉଳ କମ୍ ଦେବାକୁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି ଶୁଣିବାକୁ ମିଳୁଛି। ହିତାଧିକାରୀ ଯଦି ୨ମାସର ଚାଉଳ ନେବେ ତେବେ ଏକ କିଲୋ ଆଉ କମିବ ନାହିଁ। ଯେଉଁ ମାସର ସେହି ମାସ ପରିବର୍ତ୍ତେ କାହାର ସୁବିଧା ପାଇଁ ଏକା ଥରକେ ୩ ମାସ ତ କେବେ ୨ ମାସ ର ଚାଉଳ ଦିଆ ଯାଉଛି। ଦିଗି,କଣ୍ଟାଗାଁ,କଂଗ୍ରା,କାମତା ପଞ୍ଚାୟତ ରେ ଚଳିତ ଥର ଅଭିଯୋଗ ହୋଇଛି।ନିରକ୍ଷର ହିତାଧିକାରୀ କେତେ ମାସ ର ରସିଦ କାଟୁଛନ୍ତି ଜାଣୁ ନାହାନ୍ତି ସେମାନଙ୍କ ଚାଉଳ ମଧ୍ୟ ହଡ଼ପ ହୋଇଥିବା ସମ୍ଭାବନା ରହୁଛି। ଯେପରି ଚଳିତ ମାସ ରେ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଗାଁ ଢାକୁଳଗୁଡା ,କାଦମାଲି , କପାଟସିଲ ,ବଗେଇ ପଦର ,ଖୁଣ୍ଟି ପଦର ,କାନ୍ଦ୍ରାଗୁଡା ନୂଆଗୁଡା ଗ୍ରାମବାସୀ ଙ୍କୁ ଆଜି ଠାରୁ ଚାଉଳ ବଣ୍ଟନ ହେବ ବୋଲି ଯୋଗାଣ ସହାୟକ କହିଛନ୍ତି । ଯୋଗାଣ ସହାୟକ ଆଜି ଠାରୁ ପୂଜାରୀଗୁଡ଼ାରେ ଚାଉଳ ବଣ୍ଟନ କରୁଥିବା ସୂଚନା ମିଳିଛି। ତେବେ କାମତା ପଞ୍ଚାୟତ ରେ ଆଜି ଚାଉଳ ବଣ୍ଟନ ହୋଇଛି ବୋଲି ବିଭାଗୀୟ ଅଧିକାରୀ କହୁଥିବା ବେଳେ ଗ୍ରାମବାସୀ ବଣ୍ଟନ ହେଉ ନ ଥିବା ଅଭିଯୋଗ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ୩ଦିନ ତଳେ କାମତା ଯୋଗାଣ ସହାୟକ ଅନୁପସ୍ଥିତରେ ତାଙ୍କ ସ୍ଵାମୀ ଦେଉଥିଲେ ଚାଉଳ । ପଡ଼ି କାର୍ଡ ରେ ତାଙ୍କ ସ୍ଵାମୀ କରୁଥିଲେ ସ୍ୱାକ୍ଷର,କିନ୍ତୁ ପ୍ରଶ୍ନ ଉଠେ ଚାଉଳ ଦେବା ବେଳେ କିଛି ଗଣ୍ଡଗୋଳ ହେଲେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ନା ନାହି। ପ୍ରଥମ ଦିନ ରେ କଙ୍ଗରା ଯୋଗାଣ ସହାୟକ ଆସିଥିବା ବେଳେ,ଆଉ ତାଙ୍କୁ ଦେଖିବାକୁ ମିଳି ନାହି।ଏ ବିଷୟରେ ଅଧିକାରୀ ଅବଗତ ଅଛନ୍ତି କି ନାହିଁ। ଝରିଗୁମ୍ମା,ପାତ୍ରପୁଟ,ଅଞ୍ଚଳଗୁମ୍ମା,ଅମଲାଭଟା,ଗୌଡଦେଓପାଲି ଗ୍ରାମ ପଞ୍ଚାୟତ ରେ ୩ମାସର ଚାଉଳ ହିତାଧିକାରୀ ପାଉଛନ୍ତି l ସେମାନେ ଗୋଟିଏ ବି କିଲୋ କମ୍ ଚାଉଳ ପାଇ ନାହାନ୍ତି ବୋଲି ଯୋଗାଣ ସହାୟକ କହିଛନ୍ତି। ଯଦି ଏ ସବୁ ପଞ୍ଚାୟତ ରେ ଦିଆ ଯାଇଛି ତେବେ ସବୁ ପଞ୍ଚାୟତ ରେ ମଧ୍ୟ ସମ ପରିମାଣ ଚାଉଳ ଦେବାକୁ ଦାବୀ ହେଉଛି। ସୂଚନା ଥାଉକୀ ୩ଦିନ ହେଲା ଚାଉଳ ବଣ୍ଟନ କାମତା ପୂଜାରୀଗୁଡ଼ା ପଞ୍ଚାୟତ ରେ ଚାଲିଥିବା ବେଳେ କିଛି ହିତାଧିକାରୀ କିଲେ ଚାଉଳ କମ୍ ନ ନେବାରୁ ସମସ୍ୟା ଦେଖା ଦେଇଥିଲା। ଆଜି ବଣ୍ଟନ ବେଳେ କାର୍ଡ ରେ ଏକ କିଲୋ ମଧ୍ୟ କମ୍ ଦେଉ ନଦେଉଥିବା ଉଲ୍ଲେଖ କରୁଥିବା ଦେଖିବାକୁ ମିଳିଛି। ଉପରିସ୍ଥ ଅଧିକାରୀ ଙ୍କ ଠାରୁ କିଛି ପ୍ରମାଣ ପତ୍ର ନ ଆସିବାରୁ କାହିଁକି ଏକ କିଲୋ କମ ଚାଉଳ ପାଇବେ ବୋଲି ସାମାଜିକ କର୍ମୀ ମତପ୍ରକାଶ କରିଥିଲେ।ଏହି ବିଷୟରେ ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ ଙ୍କ ସହିତ ଯୋଗାଯୋଗ କରିବାରୁ ଆଜି ଠାରୁ ବ୍ଲକର ସମସ୍ତ ପଞ୍ଚାୟତ ରେ ହିତାଧିକାରୀ ଚାଉଳ ଏକ କିଲୋ ମଧ୍ୟ କମ ପାଇବେ ନାହି, ସମସ୍ତେ ସମ ପରିମାଣ ପାଇବେ ବୋଲି କହିଛନ୍ତି। ଝରିଗୁମ୍ମା ପାତ୍ରପୁଟ ଅଞ୍ଚଳଗୁମ୍ମା ଅମଲାଭଟା ଗୌଡ ଦେଓପାଲି ପଞ୍ଚାୟତ ରେ ୩ମାସର ଚାଉଳ ପାଇଥିବା ବେଳେ ସେମାନଙ୍କ ଠାରୁ ମଧ୍ୟ ଏକ କିଲେ ଚାଉଳ କମ ପାଇ ନାହାନ୍ତି ବୋଲି କହିବାରୁ ସେ ଏ ବିଷୟରେ ଜାଣିଛନ୍ତି ବୋଲି କହିଛନ୍ତି।