ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦାରେ ଚଇତି ପର୍ବ ଅନୁଷ୍ଠିତ

 ମୟୂରଭଞ୍ଜ;୧୯/୦୪/୨୦୨୨ (ମସିହା) ମୟୂରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳରେ ଚଇତି ପର୍ବ ଅନୁଷ୍ଠିତ ହୋଇଯାଇଛି |ଜାମଦା,ତାଳଗାଁ, ପାସନା,ବେଲପୋଷି ଶୈବ ପୀଠରେ ବାବାଙ୍କର ପୂଜାର୍ଚ୍ଚନା କରାଯାଇଥିଲା |ପାଟଭକ୍ତା ଜାମଦା ବସଷ୍ଟାଣ୍ଡରୁ ବାହାରି ରାମେଶ୍ବର ବାବା ଜାମଦା ପର୍ଯ୍ୟନ୍ତ ଯାଇଥିଲେ |ପୂଜକ ଧ୍ରୁବ ଚରଣ ଶତପଥୀ,ଅଜୟ ପ୍ରଧାନ,ମନୋଜ ଦାସ,ବାବୁଲୁ ବେହେରା,ଶିବ ବେହେରା,ସରୋଜ ଦାସ,ବାବାଜୀ ପରାମାଣିକ,ସୁମନ୍ତ ଦାସ,ଦୀପକ ଦାସ,ବିରେନ ପ୍ରଧାନ ପ୍ରମୁଖ ରାମେଶ୍ବର ଶୈବ ପୀଠରେ ଚଇତି ପର୍ବକୁ ପରିଚାଳନା କରିଥିବାବେଳେ ଧବଳେଶ୍ବର ପୀଠ ତାଳଗାଁରେ ପଣ୍ଡିତ ନବ କିଶୋର ଶତପଥୀ, ଭଜ ମଣ୍ଡଳ,ଅମିତ ମଣ୍ଡଳ,ବସନ୍ତ ନନ୍ଦ ପ୍ରମୁଖ ଭକ୍ତଗଣ ପୂଜାର୍ଚ୍ଚନା କରିଥିଲେ |ଓଡ଼ିଆ ନବ ବର୍ଷ ଉପଲକ୍ଷେ ତାଳଗାଁ ସରପଞ୍ଚ ଡମ୍ବୁରୁଧର ହେମ୍ବ୍ରମ ଏବଂ ତାଙ୍କର ସହଧର୍ମିଣୀ ଶାନ୍ତି ହେମ୍ବ୍ରମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପୂର୍ବକ ଜନସାଧାରଣଙ୍କର ପ୍ରତିଟି ଦିବସ ଆନନ୍ଦମୟ ହେଉ ବୋଲି ପ୍ରଭୁଙ୍କୁ ଗୁହାରି ଜଣାଇଥିଲେ |ଏହି ଅବସରରେ ରାତ୍ର କାଳେ ଛଉ ନାଚ ଅନୁଷ୍ଠିତ ହୋଇଥିଲା |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ

masiha

ନୂତନ କୁଦରସାହି ଗ୍ରାମ ପଞ୍ଚାୟତ ଗଠନ ଦାବିରେ ୫ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

Leave a Comment

error: Content is protected !!