ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଂଜୁମନ୍ ତାଇଦେ ଇସ୍‌ଲାମ୍‌ର ମେଧା ସମ୍ମାନ ଉତ୍ସବ – ୨୦୨୫ 

ଅଂଜୁମନ୍ ତାଇଦେ ଇସ୍‌ଲାମ୍‌ର ମେଧା ସମ୍ମାନ ଉତ୍ସବ – ୨୦୨୫ 

କଟକ : ୪୨ ମୌଜା ରାଉତରାପୁର ଗ୍ରାମରେ ଅଂଜୁମନ୍ ତାଇଦେ ଇସ୍‌ଲାମ୍‌ର ଏକ ସ୍ଵତନ୍ତ୍ର ମେଧା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡକ୍ଟର ଜିହିର ବେଗ୍‌ଙ୍କ ସଭାପତିତ୍ୱରେ ଲିଲି ଇନଟରନାସନାଲ୍ ସ୍କୁଲରେ ଅନୁଷ୍ଠିତ ହୋଇଯାଇଅଛି । ସମ୍ପାଦକ ପ୍ରାଧ୍ୟାପକ ଡଃ.ସେକ୍ କଲିମୁଲ୍ଲା ଅତିଥୁମାନଙ୍କ ପରିଚୟ ପ୍ରଦାନ ସହ ଅଂଜୁମନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିଭାବେ ମୌଲାନ ଆଜାଦ୍ ଉର୍ଦୁ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅବ୍ରାରୁଲ୍ ହକ,ମୁଖ ମୁଖ୍ୟବକ୍ତା ଷ୍ଟେଟ୍ ବ୍ୟାଙ୍କର ଅବସରପ୍ରାପ୍ତ ଏ.ଜି.ଏମ୍ ସୟଦ୍ ମୁସରଫ ଅଲୀ, ସମ୍ମାନୀତ ଅତିଥି ଜଯବା ହାସିମ୍ ଅବଦୁଲ୍ଲା,ଟ୍ରଷ୍ଟର ଚେୟାରମ୍ୟାନ୍ ସଫଦର ଦର ହାସିମ୍ ଯୋଗଦେଇ ମେଧାବୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅଂଜୁମନ୍ ଅଧିନରେ ଥିବା ବସ୍ତିର ସରଦାର ଏବଂ ସଭ୍ୟମାନେ ଯୋଗ ଦେଇଥିଲେ । ୨୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବନ୍ଧିତ କରା ଯାଇଥିଲା । ଅଂଜୁମନର ଉପ ସଭାପତି ମୌଲାନ୍ ନୟୀମୁଦ୍ଦିନ୍,ଯୁଗ୍ମ ସମ୍ପାଦକ ମୌଲାନା ମୋବିନ୍,କୋଷାଧ୍ଯକ୍ଷ ହାଜି ସାହେବ୍‌ଜାଦ୍ ମହମ୍ମଦ, ସଭାପତିଙ୍କ ପ୍ରତିନିଧୂ ମୌଲାନା ମୋବାରକ ଏବଂ ମିର୍ଜା ଜଏନୁଲ୍ ବେଗ୍ ଅନୁଷ୍ଠାନର ସଭ୍ୟ ସକିଲ୍ ଅକତାର,ମର୍ଜା ସରାଫତ୍ ଅଲ୍ଲୀ, ହାଫିଜ ସଦ୍ଦାମ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ । ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ୍ ଡଃ.କଲିମୁଲ୍ଲା ଧନ୍ୟବାଦ ଅର୍ପଣ କରିଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରରେ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ଭତ୍ତା, ରାସନ୍ କାର୍ଡ ସମେତ ୯ ଦଫା ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ର  ବି. ଭି. ଗିରି ଓ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ମଞ୍ଚର ପ୍ରସ୍ତାବ 

Sunil Chandra Nayak

ଧର୍ମଗଡ଼ ପାଇଁ ଗୌରବ ଆଣିଲେ ପଶ୍ଚିମ ଓଡିଶା ଟପ୍ପର କୌଶିକ ସାହୁ : ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ରଖିଲେ ୪୩୮ ରାଙ୍କ

Leave a Comment

error: Content is protected !!