ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡିରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ପାପଡାହାଣ୍ଡିରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ପାପଡାହାଣ୍ଡି 3/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ଶନିବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାପଡାହାଣ୍ଡି ପଞ୍ଚାୟତ ସମିତି କାର୍ଯାଳୟ ଠାରେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କ ସଭାପତିତ୍ବରେ ଅଧକ୍ଷା ହେମଲତା ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ | ସଂମ୍ମାନୀ ତ ଅତିଥିଭାବେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଏବଂ ପାପଡାହାଣ୍ଡି ଅଞ୍ଚଳ ର ଓଡ଼ିଆ ଭାଷା ଲେଖକ ଏବଂ କବି ମଞ୍ଚାସିନ ଥିଲେ | ପଞ୍ଚାୟତ ସମିତି ଅଞ୍ଚଳର ଲେଖକ ଏବଂ କବି ପୂର୍ଣ୍ଣ ଚନ୍ଦ୍ର ବିଡ଼ିକା , ନାରାୟଣ ଚନ୍ଦ୍ର ଗୁରୁ , ମିତ୍ରଭାନୁ ଦାସ , ଈଶ୍ୱର ଚନ୍ଦ୍ର ପଟନାୟକ , ଦିଲୀପ ସ୍ୱାଇଁ , ସୁକମନ ଦିଶାରୀ , କୈଳାଶ ଚନ୍ଦ୍ର ପାଣିଗ୍ରାହୀ , ପ୍ରଭାତ ବିଶ୍ୱାଳ ଙ୍କୁ ଉପଢୋକନ ଦେଇ ଅତିଥି ଙ୍କ ଦ୍ୱାରା ସଂମ୍ମାନିତ କରାଯାଇଥିଲା | ଏହି ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଅଭିଭାଷଣ ସିଧା ପ୍ରସାରଣ ଦେଖାଯାଇଥିଲା | ଓଡ଼ିଆ ଭାଷା କୁ ବିଶ୍ୱ ଦରବାର ରେ ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସ କୁ ଅତିଥି ଏବଂ ଲେଖକ ମାନେ ଭୁୟସୀ ପ୍ରଶଂସା କରିଥିଲେ | ପୁସ୍ତକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା ପରିଶେଷରେ ଦଳେଇଗୁଡ଼ା ର ସରକାରୀ ଆଶ୍ରମ ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଏବଂ ଜିଲ୍ଲା ଆରକ୍ଷୀ ନିଯୁକ୍ତି ନେଇ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ଖବରଦାତା ସମ୍ମିଳନୀ

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ସ୍ୱାଗତ ସମାରୋହ ଆୟୋଜିତ 

Sunil Chandra Nayak

ସମ୍ବଲପୁର ରେ ଆଦିବାସୀ ଙ୍କ ସରହୁଳ ମହୋତ୍ସବ ଅବସରରେ ବିଶାଳ ଆଦିବାସୀ ସମାବେଶ

masiha

Leave a Comment

error: Content is protected !!