ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଥୀକ ସଂସ୍ଥା ରେ ଜମାକାରୀ କ୍ଷତି ଗ୍ରସ୍ତ ମିଳିତ ମଞ୍ଚ ଙ୍କ ଦାବିପତ୍ର

ଜୁନାଗଡ଼,୨୧/୨(ମ ନି ସ) ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତି ଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ତୁରନ୍ତ ସେମାନଙ୍କ ଜମାରାଶି ପାଇବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଏବ୍ଂ ରାଜ୍ୟ ର ଉଚ୍ଚ ପଦାଧିକାରୀ ଙ୍କୁ ସ୍ତାନୀୟ ତହସିଲଦାର ଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଥିଲା l ଆର୍ଥିକ ସଂସ୍ଥା ମାନଙ୍କ୍ ଦ୍ଵାରା କ୍ଷତି ଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷ୍ୟରୁ ସ୍ତାନୀୟ କନ୍ୟା ଆଶ୍ରମ ଠାରୁ ମଞ୍ଚ ର ସଭାପତି ହିମାଂଶୁ ଦଣ୍ଡସେନା ଙ୍କ ନେତୃତ୍ଵରେ ଏକ ବିଶାଲ ଶୋଭାଯାତ୍ରା ବାହାରିଥିଲା ଏବ୍ଂ ବିଭିନ୍ନ ସ୍ଲୋଗାନ୍ ଦେଇ ତହସିଲ କାର୍ଯ୍ଯାଳୟ ରେ ପହଂଚି ଥିଲେ l ସେଠାରେ ଜମାକାରୀ ମାନେ ଏହି ସଂସ୍ଥା ମାନଙ୍କ ଦ୍ଵାରା ନିଜ କଷ୍ଟ ଉପାର୍ଜିତ ରାଶି ଜମା କରି ସେମାନଙ୍କ ର ପ୍ରାପ୍ୟ ଦୀର୍ଘ ଦିନ ହେଲା ପାଇପାରିନାହାନ୍ତି l ଯାହା ଫଳରେ ସେମାନଙ୍କୁ ଆର୍ଥିକ ସମସ୍ୟା ର ସମୂଖୀନ ହେବାକୁ ପଡୁଛି l କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଆସୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଜମା ରାଶି ପାଇଁ ପlରି ନାହାନ୍ତି l ଏଣୁ ଏହି ସମସ୍ୟା ର ତୁରନ୍ତ ସମାଧାନ କରି ତାଙ୍କର ନ୍ୟାର୍ଯ୍ୟ ଦାବି ପୁରୁଣ କରିବା ପାଇଁ ସ୍ତାନୀୟ ତହସିଲଦାର ଙ୍କ ଜରିଆରେ ଦେଶ ର ମାନ୍ୟବର ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ଙ୍କ ମୁଖ୍ୟ ବିଚାରପତି,ଓଡିଶା ର ମହାମହିମ ରାଜ୍ଯପାଲ୍, ଓଡ଼ଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବ୍ଂ ଓଡିଶା ର୍ ଉଚ୍ଚ ନ୍ୟାୟାଳୟ ର ବିଚାରପତି ଙ୍କୁ ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟ କ୍ରମ ରେ ମଞ୍ଚ ର ସମ୍ପାଦକ ହେମନ୍ତ ନାଏକ, ସି ପି ଆଇ ର ଦlମୋଦର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ ୧୧ ପାଇଁ ପଞ୍ଜିକରଣ ଆରମ୍ଭ  , ଅଭିଭାବକ ଓ ପ୍ରତିଯୋଗୀ ଙ୍କ ମଧ୍ୟରେ ଉତ୍ସାହ

Sunil Chandra Nayak

ତେରେସିଂହା କଲେଜରେ ନିଶା ନିବାରଣ କାର୍ଯ୍ୟକ୍ରମ

masiha

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାରିଡି ପଞ୍ଚାୟତ ଗସ୍ତ, ଅବ୍ୟବସ୍ଥା ମଧ୍ୟରେ କଷ୍ଟରେ ରହୁଛନ୍ତି ଗତିପୁଟ ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଛାତ୍ରି

masiha

Leave a Comment

error: Content is protected !!