ସାରନଗରୀ ଚିନ୍ମୟ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳନ
ରାଉରକେଲା: ସାରନଗରୀ ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଶାନ୍ତନୁ କୁମାର ମୁଦୁଲି ଯୋଗ ଦେଇଥିଲେ। ସର୍ବ ପ୍ରଥମେ ଜଗତର ନାଥ ଜଗନ୍ନାଥ,ସ୍ବାମୀ ଚିନ୍ମୟା ନନ୍ଦ ସରସ୍ଵତୀ ଏବଂ ରାଷ୍ଟ୍ରଗୁରୁ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ, ପ୍ରଦୀପ ପ୍ରଜ୍ଜୋଳନ ଏବଂ ଚନ୍ଦନ ଲେପନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ଦ୍ଦେଶକ ତ୍ରୀନାଥ ଦାଶ ମୋହିନୀ, ସମ୍ପାଦିକା ପ୍ରତିଭା ଦାଶ ମୋହିନୀ, ଉପନିର୍ଦ୍ଦେଶକ ରାଜେଶ ଦାଶ ମୋହିନୀ, ଅଧ୍ୟକ୍ଷ ବିରେନ୍ଦ୍ର ସିଂ, ମ୍ୟାନେଜମେଣ୍ଟ ସଭ୍ୟ ସୁବାସ ଚନ୍ଦ୍ର ପାତ୍ର, ଉତ୍କଳମଣି ଗୋପବନ୍ଧୁ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ନାଥ ସାହୁ ପ୍ରମୁଖ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ, ସଫେଇ କର୍ମୀ ଓ ଦେଶର ଆଗାମୀ ଭବିଷ୍ୟତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପରିବେଷଣ କରାଯାଇଥିଲା। ପ୍ରଥମ ଶ୍ରେଣୀରୁ ଦଶମୀ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନ ଏଥିରେ ଭାଗନେଇ ନିଜର କଳା ପ୍ରଦର୍ଶନ କରିଥିଲେ। ଯାହା ବହୁତ ମନୋରଞ୍ଜନ ଓ ଚିତ୍ତାକର୍ଷକ ହୋଇପାରିଥିଲା। ନିର୍ଦ୍ଦେଶକ ଶ୍ରୀ ଦାଶ ମୋହିନୀ ରାଷ୍ଟ୍ର ଗୁରୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ଗୁରୁ ଚିନ୍ମୟାନଦ ସରସ୍ଵତୀ, ସମାଜରେ ଗୁରୁଙ୍କ ସ୍ଥାନ କିପରି ହେବା ଉଚିତ ଏବଂ ଅନେକ ଜୀବନ ଆଦର୍ଶର ମାର୍ଗ ଗୀତା ଭାଗବତ ଚର୍ଚ୍ଚା କରିଥିଲେ। ସମ୍ପାଦିକା ଶ୍ରୀମତୀ ଦାଶ ମୋହିନୀ ବହୁତ ମୂଲ୍ୟବାନ କଥା କର୍ମ ଯୋଗ , ଭକ୍ତି ଯୋଗ, ଜ୍ଞାନ ଯୋଗ ତଥା ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରା ଏବଂ ନିଜେ ପଢିଥିବା ୫ ଜଣ ଗୁରୁଙ୍କର ବିଷୟରେ ମନେପକାଇ କହିଥିଲେ ଯେ ଗୁରୁ କିପରି ଛାତ୍ର ବତ୍ସଳ ହେବେ ଓ ଛାତ୍ର କିପରି ଗୁରୁଙ୍କୁ ସମ୍ମାନ ଦେବେ ତାହା ସୁନ୍ଦର ଭାବରେ ନିଜ ଅଭିଭାଷଣରେ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ମୁଦୁଲି ଶିକ୍ଷକଙ୍କ ଭୂମିକା ଯେ ସମାଜରେ ସର୍ବଶ୍ରେଷ୍ଠ ତାହା ଦର୍ଶାଇ ଥିଲେ। ଦେବେନ୍ଦ୍ର ସାର ମଧ୍ୟ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ କୈଳାସ ଚନ୍ଦ୍ର ଦାସ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ବୀଣାପାଣି ସାହୁ ଭଲ ମଣିଷ ହେବାକୁ ହେଲେ ପ୍ରଥମେ ସ୍ଵପ୍ନ ଦେଖିବାକୁ ହେବ ଏବଂ ତାକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ଏହା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଉଦାହରଣ ଦେଇ ସ୍ପଷ୍ଟ କରିଥିଲେ । ଛାତ୍ରୀ ଆରାଧ୍ୟା ନାୟକ ଓ ପ୍ରିୟା ପ୍ରଶାୟତ ମଞ୍ଚ ପରିଚାଳନା କରିଥିଲେ। ଗତାନୁଗତିକ ପ୍ରଥାନୁଯାୟୀ ଗୁରୁ ବନ୍ଦନା, ସ୍ତୁତି ପାଠ, ଗୁରୁ ପୂଜା ବରିଷ୍ଠ ଛାତ୍ର ଛାତ୍ରୀମାନେ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ବରିଷ୍ଠ ଶିକ୍ଷକ ଅକ୍ଷୟ ମଲ୍ଲିକ,ଶ୍ରୀକାନ୍ତ ବୁଡା,ନୃତ୍ୟ ଗୁରୁ ରବର୍ଟ ହାଇଫିଲ , ଶିକ୍ଷୟିତ୍ରୀ ଇରା ମହାନ୍ତି ଙ୍କ ଅଦ୍ୟମ ଚେଷ୍ଟା ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମିତା ମାର୍ଥାଙ୍କ ଉତ୍ତମ ସଂଯୋଜନା, ଦ୍ବାରା ଏହି ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା।ଶେଷରେ ଉପହାର ଓ ମିଷ୍ଟାନ୍ନ ବଣ୍ଟନ ପୂର୍ବକ ସଭା ସମାପ୍ତି ଘୋଷଣା କରାଯାଇଥିଲା।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

