ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକୃତିପ୍ରେମୀ ସନତ କୁମାର ସାହୁ ପାଇଲେ ପ୍ରକୃତି ମିତ୍ର ସମ୍ମାନ

ପ୍ରକୃତିପ୍ରେମୀ ସନତ କୁମାର ସାହୁ ପାଇଲେ ପ୍ରକୃତି ମିତ୍ର ସମ୍ମାନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା (ହଜାରୀପଡା) ଗ୍ରାମର ସନତ କୁମାର ସାହୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି l ଭାରତ ସରକାର ଯୁବ ବ୍ୟାପାର କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଭବାନୀପାଟଣା ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ହୋଇଯାଇଛି l ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜିଲ୍ଲାର ୫ ଜଣ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରକୃତିବନ୍ଧୁ ଓ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରା ଯାଇଥିଲା l ସେଥି ମଧ୍ୟରୁ କୁଶୁର୍ଲା (ହଜାରୀପଡା) ଗାଁ ଗୌନ୍ତିଆ ସ୍ବର୍ଗତ ଅଣାକର ସାହୁ ଓ ସ୍ୱର୍ଗତ ଡାଳିମ୍ବ ସାହୁଙ୍କ ନାତି ଶ୍ରୀ ସନତ କୁମାର ସାହୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିଙ୍କ ନେତୃତ୍ୱରେ ଦୀର୍ଘ ୬ ବର୍ଷ ଧରି ନିଜ ଅଞ୍ଚଳରେ ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗରେ ପରିବେଶ, ସ୍ୱାସ୍ଥ୍ୟ ଓ ସମାଜରେ ବସବାସ କରୁଥିବା ସମସ୍ତ ବନ୍ୟଜନ୍ତୁ, ସରୀସୃପ ଓ ମନୁଷ୍ୟ ସମାଜ ପାଇଁ ଅତୁଳନୀୟ ଅବଦାନ ରହିଥିବାରୁ ତାଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

ବିଚାରପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଦ୍ବାଦଶ ଦିନରେ ପହଞ୍ଚିଲା ଗଣଧାରଣା , ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

masiha

Leave a Comment

error: Content is protected !!