ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖନାଗୁଡା ବାଲିଯାତ୍ରା ଉଦଯାପିତ 

ପୋଖନାଗୁଡା ବାଲିଯାତ୍ରା ଉଦଯାପିତ 

ଡାବୁଗାଁ, ୨୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଞ୍ଚାୟତ ଅଧୀନ ପୋଖନଗୁଡା ଗ୍ରାମରେ ବାଲିଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଯାଇଛି | ଉକ୍ତ ବାଲିଯାତ୍ରା ୫ ବର୍ଷ କୁ ଥରେ ପଡୁଥିବା ବେଳେ ତା ୧୯.୨.୨୦୨୪ ଦିନ ଠାରୁ ଆରମ୍ଭ ହୋଇ ଦୀର୍ଘ ୯ ଦିନ ପରେ ଆଜି ଉଦଯାପିତ ହୋଇଛି | ଏହି ବାଲିଯାତ୍ରାରେ ଚଚରାଗୁଡା ଓ ପୋଖନଗୁଡା ଗ୍ରାମ ମଧ୍ୟରେ ଥିବା ଏକ ସ୍ଥାନ ବାଲିଚୁଆଁ ଠାରୁ ପୂଜା କରାଯାଇ ବାଲି ଓ କଳସ ଅଣାଯାଇ ଗ୍ରାମର ଗ୍ରାମଦେବତୀ ମାଁ ଠାକୁରାଣୀ ମନ୍ଦିର ରେ ପହଞ୍ଚି ସେଠାରେ ସ୍ଥାପିତ କରାଇଯାଇଥାଏ | ବିଭିନ୍ନ ପ୍ରକାରର ଶସ୍ୟ ଆଣିଥିବା ବାଲି ଉପରେ ବୁଣାଯାଇ ଦେବାଦେବୀ ଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ଆଗାମୀ ବର୍ଷରେ ଗ୍ରାମରେ ଭଲ ଫସଲ ହେବା ପାଇଁ ଦେବାଦେବୀ ଙ୍କ ନିକଟରେ ଗୁହାରି କରାଯାଇଥାଏ | ସମସ୍ତ ଦେବାଦେବୀଙ୍କ ପ୍ରତୀକ ଲାଠିକୁର୍ଚି ମଣ୍ଡପରେ ଆସି ପୂଜାର୍ଚ୍ଚନା ହୋଇଥାଏ | ଠାକୁରାଣୀ ଙ୍କ ପୂଜାରୀ- ପୂଜାରୀ ଙ୍କ ଦ୍ଵାରା ଗ୍ରାମର ମହୁରିଆ ଓ ବାଦ୍ୟକାର ଙ୍କ ଦ୍ଵାରା ବାଦ୍ୟ ବଜାଇ ସକାଳ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯାଇଥାଏ | ଉଦଯାପନୀ ଦିବସରେ ସମସ୍ତ କଳସ, ବିଭିନ୍ନ ଦେବାଦେବୀ ଙ୍କ ପ୍ରତୀକ ଲାଠି, କୁର୍ଚ୍ଚି, ପାଲିଙ୍କି, ସିରା, ଦିଶାରି ମାନେ ବାଦ୍ୟରେ ତାଳେତାଳେ ନୃତ୍ୟ କରି ଶୋଭାଯାତ୍ରାରେ ଯାଇ ବାଲିଯାତ୍ରା ପଡିଆରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ ବିସର୍ଜନ କରଯାଇଥିଲା |ଏହି ଯାତ୍ରାରେ ମୁଖ୍ୟ ଅତିଥି ଭାବ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ସାଂସଦ ପର୍ଷୁରାମ ମାଝି, ପାପଡାହାଣ୍ଡି ଜିଲା ପରିଷଦ ସଭ୍ୟା ଡା. ଲିପିକା ମାଝି, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତରା, ପୂର୍ବତନ ଚଚରାଗୁଡା ପଞ୍ଚାୟତ ସରପଞ୍ଚ ଧର୍ମାନନ୍ଦ ନାୟକ, ନାଏବ ସରପଞ୍ଚ ଯୁଧିଷ୍ଠି ତନ୍ତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଏହି ବାଲିଯାତ୍ରା ରେ କେଲିଆ ଗଡର ୨୫ ଖଣ୍ଡ ଗ୍ରାମର ଲୋକ ମାନେ ଯୋଗ ଦେଇଥିବା ବେଳେ ଆଖପାଖ ଅଞ୍ଚଳରୁ ବହୁ ଜନ ସମାଗମ ହୋଇଥିବା ବେଳେ ଉଠାଦୋକାନୀ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା | ଏହି ବାଲିଯାତ୍ରା ପୂଜା କମିଟିର ପଦ୍ମଚରଣ ମାଝି, ଯାଦବ ମାଝି, ହେମନ୍ତ ଗୌଡ, ତ୍ରିନାଥ ମାଝି, ଭକ୍ତରାମ ମାଝି, ଳାମ୍ବୁଧର ମାଝି, ଗଣପତି ନାୟକ, କେଶବ ପୂଜାରୀ, ଶୁକୃ ନାୟକ ପ୍ରମୁଖ ଗ୍ରାମର ବହୁ ଯୁବକ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ 

masiha

ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟିଲା ପାଉଁଶ ବୋଝେଇ ଟ୍ରକ, ଚାଳକ ଗୁରୁତର

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort