ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ୮ ସଦସ୍ୟ 

ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ୮ ସଦସ୍ୟ 

ନବରଙ୍ଗପୁର:(ତା ୦୬/୦୮)(ରବି ନାରାୟଣ ମହାନ୍ତି)ଜନସାଧାରଣ ମାନଙ୍କ ପାଇଁ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ରହିଛି । ହେଲେ ଉଭୟ ପ୍ରଶାସନିକ ଅଧିକାରୀ ଓ ପଂଚାୟତ ସ୍ତରୀୟ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀମାନେ ବର୍ଷ ବର୍ଷ ଧରି ଏହି ଯୋଜନାରୁ ବଞ୍ଚିତ ରହୁଛନ୍ତି |ଫଳ ସ୍ୱରୂପ ଅନେକ ପରିବାର ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏପରି ଏକ ଅଭାବୀ ଓ ଅସହାୟ ପରିବାର ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଗୁରୁସିଙ୍ଗା ପଞ୍ଚାୟତ ଅଧୀନରେ ଥିବା କୁସୁମୀ ଆାଦିବାସୀ ଗ୍ରାମର ରତ୍ନା ଜାନି (୩୩)ଙ୍କ ପରିବାର। ସ୍ଵାମୀ ଘାସିଆ ଜାନି(୩୫), ୪ ଝିଅ, ୨ ପୁଅ ଏବଂ ଶାଶୁ ଅନାଦି ଜାନିଙ୍କ ସହ ରତ୍ନାଙ୍କ ସଂସାର ସୁରୁଖୁରୁରେ ଚାଲିଥିବା ବେଳେ ଏଇ ବର୍ଷେ ହେବ ହଠାତ୍ ଅସୁସ୍ଥତା କାରଣରୁ ଆରପାରିକୁ ଚାଲିଗଲେ ଘରର ଏକମାତ୍ର ରୋଜଗାରିଆ ସମସ୍ତଙ୍କ ସାହାଭରସା ଘାସିଆ ଜାନି। ହଠାତ୍ ପରିବାର ଉପରେ ପଡିଗଲା ଦୁଃଖର କଳା ପାହାଡ଼। ଏହି ପରିବାର ପାଖରେ ନିଜର କୌଣସି ଜମିବାଡି ନଥିବା ବେଳେ ରହିଛି କେବଳ ଘର ଖଣ୍ଡିଏ। ସରକାରୀ ଯୋଜନା କହିଲେ ପଡ଼ି କାର୍ଡ ଛଡା ଅନ୍ୟ କିଛି ମିଳିନି ଏହି ପରିବାରକୁ। ରତ୍ନା ପର ଘରେ ମୂଲ ଲାଗି ଯାହା କିଛି ଆଣନ୍ତି ତାହା ଏହି ୮ ପ୍ରାଣୀ କୁଟୁମ୍ବକୁ ସମୁଦ୍ରକୁ ସଙ୍ଖେ ସଦୃଶ। ଏଣେ ବଡ ଝିଅ(୧୮) ଟଙ୍କା ଅଭାବରୁ ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡି ଘରେ ଥିବା ବେଳେ, ସବିତା ଜାନି(୧୫) ଗୋଡ଼ ଠିକ୍ ଭାବେ ଚଳୁନଥିବାରୁ ଷଷ୍ଠ ଶ୍ରେଣୀ ପରେ ପାଠ ଛାଡି ଘରେ ରହିଛନ୍ତି। ସେହିଭଳି ହେମଲତା ଜାନି(୧୨) ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ପୁଅ ତରୁଣ ଜାନି(୮) ମଧ୍ଯ ତୃତୀୟ ଶ୍ରେଣୀରେ ପଢୁଛି। ସାନ ପୁଅ ବରୁଣକୁ ଏବେ ୫ ବର୍ଷ ହୋଇଥିବା ବେଳେ ସାନ ଝିଅ ମିତାଲି ଜାନିକୁ ମାତ୍ର ବର୍ଷେ ହେବ। ଏହିପରି ଅସହାୟ ଅବସ୍ଥାରେ ଏହି ପରିବାର ଚଳୁଥିବା ବେଳେ ସେମାନଙ୍କ ଏକମାତ୍ର ସାହା ଭରସା ହେଉଛନ୍ତି ରତ୍ନା। ସରକାରୀ ସହାୟତା ଅପେକ୍ଷାରେ ଏବେ ରତ୍ନା ଏବଂ ତାଙ୍କ ପରିବାର। ରାଜ୍ୟ ସରକାର ଏବଂ ପ୍ରଶାସନ ଏହି ପରିବାରକୁ ସାହା ହୋଇ ପାରିଲେ ବିଭିନ୍ନ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ ହେବା ସହ ଏହି ଅସହାୟ ପରିବାର ମଧ୍ୟ ରାହା ପାଇ ପାରନ୍ତା ବୋଲି ମତ ଦେଇଛନ୍ତି ଗ୍ରାମବାସୀ ଏବଂ ବୁଦ୍ଧିଜିବୀ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦାସିଗାଁରେ ନୂତନ ମଣ୍ଡି ଉଦ୍ଘାଟନ ସୁବିଧା ପାଇବେ ଅଞ୍ଚଳର ବହୁ ଚାଷୀ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ୧୧ତମ ଅଭିଯୋଗ ଶୁଣାଣି  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି

masiha

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!