ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା, ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ 2-ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା,

ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ

ବସ୍ତା,06/08 :ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତ ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡ଼ରେ ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଦୀର୍ଘ ୧୭ ବର୍ଷ ଧରି ଓ୍ବାର୍ଡ଼ର ଜୈନିକ ବ୍ୟକ୍ତିଙ୍କ ଘରେ ପାଠପଢା ହୋଇଆସୁଛି। ସୂଚନା ଅନୁସାରେ ଏହି ପଞ୍ଚାୟତର ନଟାକଟା, ବଡ଼ଚାରିଗାଁ ଓ କଟି ଖଣ୍ଡପଷା ଆଦିର ୪ଶହରୁ ଉର୍ଦ୍ଧ୍ବ ଅଧିବାସୀଙ୍କୁ ନେଇ ଉକ୍ତ ଓ୍ବାର୍ଡ଼ଟି ଗଠିତ।ଏଣୁ ଉକ୍ତ ଓ୍ବାର୍ଡ଼ରେ କୌଣସି ସ୍ଥାୟୀ ଅଙ୍ଗନବାଡ଼ି ଗୃହ ନଥିବାରୁ ୧୫ଜଣ ପିଲାଙ୍କୁ ନେଇ କାର୍ଯ୍ୟରତ ଅଙ୍ଗନବାଡ଼ି ଦିଦି ଦୀପାଳି ଘୋଷଙ୍କ ବ୍ୟକ୍ତିଗତ ଗୃହରେ ଦୀର୍ଘ ୧୭ ବର୍ଷ ଧରି ପାଠ ପଢା ହୋଇଆସୁଛି।ତେବେ ଏହି ସାହିର ତଥା ବସନ୍ତପୁର ମୌଜାର ଅମର୍ଦ୍ଦାରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପଛକୁ ୩ ଡେସିମଲ ସରକାରୀ ଅନାବାଦି ଜାଗା ରହିଅଛି। ଯାହାକି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଲାଗି ଉଦ୍ଦିଷ୍ଟ ମାତ୍ର ଉକ୍ତ ଜାଗାଟି ଜୈନିକ ବ୍ୟକ୍ତିଙ୍କ ଜବରଦଖଲରେ ଥିବା ଯୋଗୁ ତାହା ସୀମାଙ୍କନ ହୋଇପାରୁନାହିଁ। ସୀମାଙ୍କନ ଲାଗି ଅଞ୍ଚଳର ଅଧିବାସୀଙ୍କ ସମେତ ଅଭିଭାବକମାନେ ବହୁବାର ତହସିଲ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ ଏନେଇ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ସୂଚନା ଥାଉକି ପିଲାମାନଙ୍କୁ ବର୍ଷା ୠତୁରେ ରେଲବାଇ କଲୋନି ପାରି ହୋଇ ବେଲା ମୁଖ୍ୟ ରାସ୍ତା ଉପରେ ଜମି ଥିବା ନାଳ ନର୍ଦ୍ଦମା ପାଣିରେ ଚାଲି ଉକ୍ତ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ପଡ଼ିଥାଏ।ଏଣୁ ତହସିଲ ପ୍ରଶାସନ ପକ୍ଷରୁ ଉକ୍ତ ଅନାବାଦି ଜାଗାରୁ ଜବରଦଖଲ ହଟାଇବା ଲାଗି ପୁଣି ଥରେ ତହସିଲଦାରଙ୍କୁ ଗୁରୁବାର ସକାଳ ଟା ସମୟରେ ଗ୍ରାମବାସୀ ଦାବୀ କରିଛନ୍ତି।

=============.=================

ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

ବସ୍ତା,06/08: ଗତକାଲି ସନ୍ଧ୍ୟାରେ ଜିଲା ଏଡ଼ିଏମ ଛକ ନିକଟରେ ମୋଟରସାଇକେଲ-ସ୍କୁଟି ମଧ୍ୟରେ ଧକ୍କା ହୋଇ ମୋଟରସାଇକେଲ ଚାଳକ ବସ୍ତା ଥାନା ଅନ୍ତର୍ଗତ ମଥାନୀ ଗ୍ରାମର ଜୈନକ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି।ମୃତ ଯୁବକ ଜଣକ ହେଲେ ତ୍ରିଲୋଚନ ପ୍ରଧାନଙ୍କ ପୁଅ ଶଶିକାନ୍ତ (୩୨)।ଘଟଣା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଶଶିକାନ୍ତ ନିଜର ଦୈନନ୍ଦିନ କାମ ସାରି ବାଇକ ଯୋଗେ ଭଡ଼ାଘରକୁ ଫେରୁଥିବା ସମୟରେ ଏଡ଼ିଏମ୍ ଛକ ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କୁଟି ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ଶଶିକାନ୍ତ ତଳେ ପଡି ଯାଇଥିଲେ।ହେଲେ ହେଲମେଟ ପିନ୍ଧି ନଥିବାରୁ ଶଶିକାନ୍ତଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସେହିଭଳି ଦୁର୍ଘଟଣାରେ ସ୍କୁଟି ଆରୋହୀ ଜଣକ ମଧ୍ଯ ସଜ୍ଞାହୀନ ଅବସ୍ଥାରେ ଥିବାରୁ ତାଙ୍କୁ ମଧ୍ୟ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଛି।ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆଶା ର ପ୍ରଦୀପ ଜାଳି ଦୀପାବଳୀ ପାଳିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

Rayagada News: Odisha Non-Gazetted Forest Service Association Holds 14th Biennial Session

masiha

ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ଶ୍ରୀୟାଂଶି ସାହୁ ,ମ,ରାମପୁର ଅଞ୍ଚଳ ରେ ଖୁସି ରେ ମାହୋଲ 

masiha

Leave a Comment

error: Content is protected !!