ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା ଗସ୍ତ 

ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା ଗସ୍ତ 

ରାୟଗଡ:-ତା. ୧୭/୧୧-ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ,ଓଡିଶା ଦୁଇଦିନିଆ ରାୟଗଡ ଗସ୍ତରେ ଆସି ବିଭନ୍ନ କାର୍ଯ୍ୟକ୍ରମରେ ଯୋଗେଇଥିଲେ ଓ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟlୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜିଲ୍ଲାରେ କାର୍ଯ୍ୟ କାରୀ ହେଉଥିବା ବିଭିନ୍ନ ଯୋଜନାରେ ଉପରେ ସମୀକ୍ଷା କରିଥିଲେ l ନରେଗା ଭଳି ବିଭିନ୍ନ ଯୋଜନାରେ ଜନସାଧାରଣଙ୍କୁ ବିଶେଷକରୀ ଜନଜାତି ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବା ସହିତ ଦାଦନ ସମସ୍ୟା ଦୁରକରିବା ପାଇଁ ନୁର୍ଦେଶ ଦେଇଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀକୁ ଦକ୍ଷତା ବିକାଶ କରିବାକୁ କହିଥିଲେ l ପ୍ରଶାସନ ଅଧିକାରୀ ମାନେ ଲୋକଙ୍କ ପଖକୁ ଯାଇ ତାଙ୍କର ଦୁଃଖ ଶୁଣିବାକୁ ଓ ସରକାରୀ ସୁବିଧା ପହଞ୍ଚାଇବାକୁ କହିଥିଲେ lଜିଲ୍ଲାର ଅପହଞ୍ଚ ଦୁର୍ଘମ ଅଂଚଳକୁ ଗସ୍ତ କାରୀ ସେମାନଙ୍କ ନିକଟତରେ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ବିର୍ଦେଶ ଦେଇଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ଅନ୍ୟକେହି ଲାଭ ଯେପରି ନ ଉଠlନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ l ଲଘୁ ବନଜlତ ଦ୍ରବ୍ୟରେ ଉଚିତ ମୂଲ୍ୟ ପାଇବେ ସେଥିପାଇଁ ମଧ୍ୟ ଧ୍ୟାନ ଦେବାକୁ କହିଥିଲେ l ସେହିପରି ମଙ୍ଗଳ ବିଭାଗ ଓ ଗଣ ଶିକ୍ଷା ବିଭାଗ ଉପରେ ସମୀକ୍ଷା କରିଥିଲେ l ବିଶେଷ କାରୀ ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟ ପରିବେଶ ପରିଚାଳନା,ପୋଷାକ ବଣ୍ଟନ,ଅନ୍ତେବାସୀଙ୍କ ପରିମଳ ବ୍ୟବସ୍ଥା ଠିକ ଭlବରେ ପରିଚାଳନା କରିବାକୁ ନିର୍ଦେଶ ଦେଇଥୁଲେ l ଖଣୀ ଖାଦାନ ଅଂଚଳରେ ବସବାସ କରୁଥିବା ଜନଜାତିଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଠି ଦେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଥିଲେ l ଅପହଞ୍ଚ, ଅବିକଶିତ ଅଂଚଳକୁ ଦୃଷ୍ଟି ଦେବା, ସମସ୍ତ କର୍ମଚାରୀ ଆନ୍ତରିକତା ସହିତ ନିଜକୁ ତ୍ୟାଗ କରିବାକୁ ପରାମର୍ଶ ଦେଇଥିଲେ l ଏହି ସମୀକ୍ଷା ବୈଠକରେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ପିଏ, ଆଇଟିଡିଏ ଅଜୟ ପ୍ରଧାନ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l

 ସେହିପରି ଗତକାଲି ଚନ୍ଦ୍ରପୁର ବ୍ଲକର ଡ଼lଙ୍ଗସାରଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ସ୍ୱାଭିମାନ ମଞ୍ଚ ତରଫରୁ ନିର୍ମିତ ଓଡ଼ିଶାର ୮ଜଣ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଉନ୍ମଚନ କରିଥିଲେ l ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ନିଜର ଉଦବୋଧନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟବସାୟୀ କରି ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଗୁଣୁପୁର ମାନ୍ୟବର ବିଧାୟକ ସତ୍ୟଜିତ ଗମାଙ୍ଗ,ସିଡିଓ ତଥା ଇଓ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ପିଏ, ଆଇଟିଡିଏ ଅଜୟ କୁମାର ପ୍ରଧାନ, ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଆଦି ଯୋଗଦେଇ ନିଜର ଉଦବୋଧନ ଦେଇଥିଲେ l

ଏହାପରେ ବିଷମ କଟକ ବ୍ଲକର ପାଇକ ଡାକୁଳଗୁଡାର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନିର୍ମିତ ନୂତନ କୋଠାକୁ ଉଦଘାଟନ କରିଥିଲେ l ଏଥିରେ ବିଷମ କଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକକା, ଉପାଧ୍ୟକ୍ଷ ଵିଷମ କଟକ ବ୍ଲକ,ଜିଲ୍ଲାମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ବିଡିଓ ସଦାଶିବ ନାୟକ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଜନପ୍ରତିନିଧି ସାମିଲ ହୋଇଥିଲେ l,

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ

masiha

ଦହିଗାଁରେ ଷଣ୍ଢ,ମାଙ୍କଡ ଓ ଗାଈ ଗୋରୁଙ୍କ ପାଇଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ 

masiha

ଜନସାଧାରଣଙ୍କ ସମସ୍ୟାର ସମାଧାନ ନିଜେ ଉପସ୍ଥିତ ରହି ସମାଧାନ କଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ 

masiha

Leave a Comment

error: Content is protected !!