ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାମୁକ୍ତ ଭାରତ ଅଭିଯାନ 

ନିଶାମୁକ୍ତ ଭାରତ ଅଭିଯାନ 

ରାଉରକେଲା: “ନିଶାମୁକ୍ତ ଭାରତ ଅଭିଯାନ “ଭାରତ ସରକାରଙ୍କ “ସାମାଜିକ ନ୍ୟାୟ ଓ ଅଧିକାରିତା”ନ୍ୟାୟାଳୟ ଦ୍ୱାରା ୧୫ଅଗଷ୍ଟ ୨୦୨୦ ରେ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ରୀୟ ଅଭିଯାନ, ଯାହାର ଉଦ୍ଦେଶ୍ୟ ଭାରତକୁ ନିଶାମୁକ୍ତକରିବା,ଏହି ଉଦ୍ଦେଶ୍ୟ ନେଇ ରାଉରକେଲା ଆଇନ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧକ୍ଷା ଡ଼କ୍ଟର ସମ୍ପାଦିକା ମହାନ୍ତି ଙ୍କ ଅଧକ୍ଷତାରେ ଓ (IQAC) ସଂଯୋଜକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଙ୍କ ସଂଯୋଜନାରେ “ନିଶାମୁକ୍ତ ଭାରତ ଅଭିଯାନ “ପରିପ୍ରେକ୍ଷୀରେ ଏକ କର୍ମଶାଳାର ଆୟୋଜନ ବ୍ରହ୍ମକୁମାରୀ ସଂଗଠନର “ମିଶନ ସ୍ପନ୍ଦନ “କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିଲା l ଏହି କର୍ମଶାଳାରେ ମିଶନ ସ୍ପନ୍ଦନର କର୍ମକର୍ତ୍ତା ବ୍ରହ୍ମ କୁମାରୀ ସୁଦୀପ, ବ୍ରହ୍ମ କୁମାରୀ ରାଜୀବ, ବ୍ରହ୍ମ କୁମାରୀ ରିତା ଯୋଗଦେଇଥିଲେ l ବ୍ରହ୍ମ କୁମାରୀ ରାଜୀବ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିଶାର ଅପକାରିତା ବିଷୟରେ ଆଲୋଚନା କରିଥିଲେ l ସେ ସଚିନ ତେନ୍ଦୁଲକର, ଧ୍ୟାନଚନ୍ଦ ଏହିପରି ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱର ଉଦାହରଣ ଦେଇ ସେମାନଙ୍କ ପରି ଭଲ ଅଭ୍ୟାସକୁ ନିଶା ରୂପେ ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶପଥପାଠ କରାଇଥିଲେ l ସେମାନେ ନିଜକୁ ଭଲପାଇଲେ ଏବଂ ସମ୍ମାନ ଦେଲେ, ଆମେ ନିଶାଠାରୁ ନିଜକୁ ଦୁରେଇ ରଖିପାରିବା ର ଉପଦେଶ ଦେଇଥିଲେ l ଏହି କର୍ମଶାଳାରେ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଓ ଦ୍ୱିବେନ୍ଦୁ କୁମାର ପଣ୍ଡା ଭାରତୀୟ ସମ୍ବିଧାନରେ ନିଶାମୁକ୍ତ ଆଇନକୁ ତାଙ୍କ ବକ୍ତବ୍ୟରେ ଉପସ୍ଥାପିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, କାର୍ଯ୍ୟାଳୟ କର୍ମଚାରୀ ମାନେ ମଧ୍ୟ ଯୋଗଦେଇଥିଲେ l ଏହି କର୍ମଶାଳାର ମଞ୍ଚ ପରିଚାଳନା ଛାତ୍ର ଚିନ୍ମୟ ନାରାୟଣ ପ୍ରଧାନ କରିଥିଲେ ଓ ଛାତ୍ର ଧରିତ୍ରୀ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରି କର୍ମଶାଳାର ପରିସମାପ୍ତି ଘୋଷଣା କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ

Sunil Chandra Nayak

ବିକାଶନଗରସ୍ଥ ବାବା ସିଦ୍ଧେଶ୍ୱର ମନ୍ଦିରର ପରିସରରେ ମନ୍ଦିର ପାକଶାଳ ଗୃହ ପ୍ରତିଷ୍ଠା

Sunil Chandra Nayak

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

masiha

Leave a Comment

error: Content is protected !!