ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଭରବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧି ପକ୍ଷରୁ ଖଡଗପୁର ରେଳ ଡିଭିଜନର ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା

ଓଭରବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧି ପକ୍ଷରୁ ଖଡଗପୁର ରେଳ ଡିଭିଜନର ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା

ଜଳେଶ୍ଵର,୨୬/୪(ମନିସ)-ଜଳେଶ୍ବର-ପଶ୍ଚିମବାଡ ରାସ୍ତାର ରେଳ ଫାଟକ ନଂ- ୪୬ ନିକଟରେ ଓଭରବ୍ରିଜ ନିର୍ମାଣ ପାଇଁ ୩ ହଜାରରୁ ଊର୍ଦ୍ଧ୍ବ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ବିଚାର କରି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ରେଳ ବୋର୍ଡର ଚିଠି ନଂ୨୦୨୫ ତା୦୭|୦୧|୨୦୨୬ରିଖ ଓ ଦକ୍ଷିଣପୂର୍ବ ରେଳପଥ ଜେନେରାଲ ମ୍ୟାନେଜର, କଲିକତା ଅଫିସର ମୁଖ୍ଯଯନ୍ତ୍ରୀଙ୍କ ତା୨୭|୦୩|୨୦୨୬ରିଖ ଚିଠି ଆଧାରରେ ଖଡଗପୁର ରେଳ ଡିଭିଜନର ବରିଷ୍ଠ ଯନ୍ତ୍ରୀ ଇଂ ବିଶ୍ବଜିତ ଘୋଷ ଏବଂ ସହକାରୀ ଯନ୍ତ୍ରୀ ଇଂ ପି. କୁମାରଙ୍କ ସହିତ ଗତ ତା୧୭| ୦୪|୨୬ରିଖର ସାକ୍ଷାତ-ଆଲୋଚନା କରାଯାଇ ଥିଲା। ଏହି ଆଲୋଚନା ଫଳ ପ୍ରଦ ହୋଇଛି ବୋଲି ଗତକାଲି ସନ୍ଧ୍ୟାରେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଏକ ବିଶେଷ ଜରୁରୀ ଅଧିବେଶନ ସଭାପତି ଡକ୍ଟର ରମାକାନ୍ତ ଭଞ୍ଜଙ୍କ ସଭାପତିତ୍ବରେ ଭଞ୍ଜ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଏହି ପାଞ୍ଚ ଜଣିଆ ପ୍ରତିନିଧିଦଳର ନେତୃତ୍ବ ନେଇ ଥିବା ମଞ୍ଚର ସଭାପତି ଡକ୍ଟର ଭଞ୍ଜ ଉକ୍ତ ବୈଠକରେ ପ୍ରକାଶ କରି ଥିଲେ । ରେଳ ଓଭରବ୍ରିଜର ନିର୍ମାଣ କାର୍ଯ୍ଯ ପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ଆବଶ୍ୟକୀୟ ଜମି ଅଧିଗ୍ରହଣ ନିମନ୍ତେ ବାଲେଶ୍ବର ଜିଲ୍ଲାପାଳଙ୍କୁ ଅନୁମତି ପାଇଁ ଯଥାଶୀଘ୍ର ଚିଠି ଲେଖିବେ ବୋଲି ରେଳ କର୍ତ୍ତୃପକ୍ଷ ପ୍ରକାଶ କରିବା ସହ ରେଳ ଓଭରବ୍ରିଜ ଶତ ପ୍ରତିଶତ ରେଳ ବିଭାଗ ଅର୍ଥରୁ ଖର୍ଚ୍ଚ ହେବ ବୋଲି ମଞ୍ଚର ପ୍ରତିନିଧିଦଳଙ୍କୁ ଅବଗତ କରିଥିଲେ। ଖଡଗପୁର ଯାଇଥିବା ଏହି ପ୍ରତିନିଧି ଦଳରେ ମଞ୍ଚର ସଭାପତି ଡକ୍ଟର ରମାକାନ୍ତ ଭଞ୍ଜଙ୍କ ସମେତ ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି, ବରିଷ୍ଠ ସଦସ୍ଯ ଶିକ୍ଷାବିତ ଶ୍ଯାମାଚରଣ ଦାସ, ଉପ ସଭାପତି କପିଳେଶ୍ଵର ମହାନ୍ତି ଓ ସହ ସମ୍ପାଦକ ଇଞ୍ଜିନିୟର ଶ୍ରୀମନ୍ତ କୁମାର ଘୋଷ ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ ।

ଏହି ରେଳ ଓଭରବ୍ରିଜ ନିର୍ମାଣ ହେବା ଦ୍ବାରା ରେଳ ଫାଟକ ଦେଇ ଯାତାୟତ କରୁଥିବା ଜଳେଶ୍ଵର ବ୍ଲକର ୧୧ଟି ପଞ୍ଚାୟତ,ଜଳେଶ୍ବର ମ୍ୟୁନିସିପାଲଟିର ୨ଟି ଓ୍ବାର୍ଡ, ସହ ଜଳେଶ୍ବରକୁ ଭୋଗରାଇ, ବାଲିଆପାଳ ବ୍ଲକ ସହ ଯୋଡି ଏହି ରାସ୍ତାରେ ଦୈନିକ ଯାତାୟତ କରୁଥିବା ଲକ୍ଷାଧିକ ଲୋକ ଉପକୃତ ହେଉଥିବା ଦୃଷ୍ଟିରୁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ରେଳପଥ ବୋର୍ଡ ତଥା ରେଳ କର୍ତ୍ତୃପକ୍ଷଙ୍କୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଧନ୍ୟବାଦ ଅର୍ପଣ ସହ ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ଯ ଯଥା ସମ୍ଭବ ଶୀଘ୍ର ଆରମ୍ଭ କରିବା ପାଇଁ ଅନୁରୋଧ କରାଯାଉଛି। ଉକ୍ତ ଜରୁରୀ ଅଧିବେଶନରେ ମଞ୍ଚର ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି,କାର୍ଯ୍ଯକାରୀ ସଭାପତି ଭାସ୍କର ଚନ୍ଦ୍ର ମିଶ୍ର,ଉପ ସଭାପତି କପିଳେଶ୍ଵର ମହାନ୍ତି, ସହ ସମ୍ପାଦକ ଶ୍ରୀମନ୍ତ କୁମାର ଘୋଷ,ଉପଦେଷ୍ଟା ରାଜାରାମ କରଶର୍ମା,କ୍ଷେତ୍ରମୋହନ ଗିରି,ବରିଷ୍ଠ ସଦସ୍ଯ ଶ୍ଯାମାଚରଣ ଦାସ, ଡ.ଜିତାରାମ ଦେ,ଖଗେନ୍ଦ୍ର ନାଥ ସାହୁ,ସୁନିଲ କୁମାର ନାୟକ,ବିକାଶ କୁମାର ଧର,ସେକ୍ ଅବଦୁଲ ସମ୍ମତ,ସିଦ୍ଧେଶ୍ଵର ତ୍ରିପାଠୀ,ସୁବ୍ରତ ବେରା ଓ ଅପର୍ଣ୍ଣା ଚୈଧୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

Sunil Chandra Nayak

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିନ ନିମନ୍ତେ ଶପଥ 

Sunil Chandra Nayak

୨୫ ବର୍ଷରେ ସାପ୍ତାହିକ ଦୀନ୍ ଦୟାଲମେଲ୍ ରାଉରକେଲା ପାନ୍ଥନିବାସରେ ଅନୁଷ୍ଠିତ ହେଲା ୨୫ତମ ସ୍ବ-ନକ୍ଷତ୍ର ଉତ୍ସବ

masiha

Leave a Comment

error: Content is protected !!