ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ନାଟକ କରୁଛି: ବିଜେଡି ମହିଳାଙ୍କୁ ସାମ୍ୱିଧାନିକ ପଦରେ ଅବସ୍ଥାପିତ କରିବା କ୍ଷେତ୍ରରେ, ଦେଶରେ ବିଜେଡି ସର୍ବାଗ୍ରେ 

ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ନାଟକ କରୁଛି: ବିଜେଡି

ମହିଳାଙ୍କୁ ସାମ୍ୱିଧାନିକ ପଦରେ ଅବସ୍ଥାପିତ କରିବା କ୍ଷେତ୍ରରେ, ଦେଶରେ ବିଜେଡି ସର୍ବାଗ୍ରେ 
ମହିଳାଙ୍କୁ ସଂରକ୍ଷଣ ନାଁରେ ବିଜେପି ସୀମା ପୁନଃ ନିର୍ଦ୍ଧାରଣ ବିଲ ପାରିତ କରିବାକୁ ଚାହୁଁଥିଲା 
ମହିଳାଙ୍କ ପାଇଁ ଆନ୍ତରିକତା ଥିଲେ, ୫୪୩ ସାଂସଦରେ ସଂରକ୍ଷଣ ବ୍ୟବସ୍ଥା ତୁରନ୍ତ ଲାଗୁ କରୁ ବିଜେପି

ଭୁବନେଶ୍ୱର, ୨୬/୦୪/୨୦୨୬: ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ମହିଳା ସଂରକ୍ଷଣ ବିଲ ସଂସଦର ଉଭୟ ଗୃହରେ ପାରିତ ହେବା ସହିତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ ଏହାକୁ ୨୦୨୪ ନିର୍ବାଚନରେ ଲାଗୁ କରି ନଥିବା ବିଜେପି ଏବେ ବିରୋଧୀଙ୍କ ଅସହଯୋଗ ଯୋଗୁ ମହିଳା ସଂରକ୍ଷଣ ବିଲ ପାରିତ ହେଲା ନାହିଁ ବୋଲି ମିଛ ଅଭିଯୋଗ କରି ବିଜେପି ଯେଉଁ ଜନଆକ୍ରୋଶ ରାଲି ନାମରେ ଦେଶରେ ନାଟକ କରୁଛି । ମହିଳା ମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରିଥିବା ବିଜେପି ସେହି ମହିଳା ମାନଙ୍କୁ ବ୍ୟବହାର କରି ତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବୋଲି ବିଜେଡି ଅଭିଯୋଗ କରୁଛି । 

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଏବଂ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପିର ଏହି ମିଛ ପ୍ରଚାର ଉପରେ ବର୍ଷିଥିଲେ । 

ଶ୍ରୀମତୀ ଦେଓ କହିଥିଲେ, ଦେଶର ସମସ୍ତ ରାଜନୈତିକ ଦଳର ସମର୍ଥନରେ ୨୦୨୩ ମସିହାରେ, ଦେଶର ସଂସଦ ଓ ବିଧାନସଭାରେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା । ସମସ୍ତେ ଆଶା କରିଥିଲେ, ଏହାକୁ ତୁରନ୍ତ ୨୦୨୪ ସାଧାରଣ ନିର୍ବାଚନରେ ଲାଗୁ କରାଯିବ । କିନ୍ତୁ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏହାକୁ ଲାଗୁ କରି ନଥିଲା । ୨୦୨୬ ମସିହାରେ ଜନ ଗଣନା ହେବାକୁ ଯାଉ ଥିବାରୁ ଏହି ଜନ ଗଣନା ଆଧାରରେ ସଂସଦ ଓ ବିଧାନସଭା ଆସନ ଗୁଡିକର ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଏହାକୁ ଲାଗୁ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । କିନ୍ତୁ, ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଥିବା ସମୟରେ ହଠାତ ସଂସଦର ବିଶେଷ ଅଧିବେଶନ ଡାକି ମହିଳା ସଂରକ୍ଷଣ ସହିତ ୨୦୧୧ ଜନଗଣନା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣକୁ ପାରିତ କରାଯିବାକୁ ଉଦ୍ୟମ କରାଗଲା । ଯେହେତୁ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣରେ ଓଡିଶା ସମେତ ସମସ୍ତ ଦକ୍ଷିଣାଞ୍ଚଳ ଓ ପୂର୍ବତର ରାଜ୍ୟ ଗୁଡିକର ପ୍ରତିନିଧିତ୍ୱ ହ୍ରାସ ପାଉଥିଲା, ସେଥିପାଇଁ ବିରୋଧୀ ଦଳ ମାନେ ଏହାକୁ ସମର୍ଥନ ଦେଇ ନଥିଲେ । ଏହି ବିଲ କାଟ ଖାଇଯିବା ପରେ ବିଜେପି ବିରୋଧୀ ଦଳ ମାନଙ୍କୁ ମହିଳା ବିରୋଧୀ କହି ନାଟକ କରୁଛି । ବିଜେପିର ଏହି ମିଛକୁ ସମଗ୍ର ଦେଶବାସୀ ବେଶ ଭଲ ଭାବେ ବୁଝିଛନ୍ତି । ମହିଳାଙ୍କୁ ନ୍ୟାୟ ଦେବାକୁ ଟାଳଟୁଳ ନିତି ଅବଲମ୍ୱନ କରି ଆସୁଥିବା ବିଜେପି ଏବେ ନିଜକୁ ମହିଳାଙ୍କ ହିତେୟେସୀ ଭାବେ ଦେଖେଇବାକୁ ଉଦ୍ୟମ କରୁଛି ।  

ଡ. ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ପରେ, ୨୦୨୪ ନିର୍ବାଚନରେ ଲାଗୁ କରିବା ନେଇ ବିଜେପି ଦ୍ୱାରା ଏକ ବାହାନାବାଜି ମାଧ୍ୟମରେ ଏହାକୁ ଟାଳି ଦିଆଯାଇଥିଲା । ଏହାଛଡା, ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ତରଫରୁ ମହିଳା ମାନଙ୍କୁ ପ୍ରାର୍ଥୀ କରିବା କ୍ଷେତ୍ରରେ ଆଦୌ ଅଗ୍ରାଧିକାର ଦିଆଯାଇନଥିଲା । ଅପରପକ୍ଷରେ ବିଜୁ ଜନତା ଦଳ ତରଫରୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୩ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀ ଦେଇଥିଲେ । ୨୦୧୯ ନିର୍ବାଚନରେ ମଧ୍ୟ ବିଜେଡି ୩୩ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀ ଦେଇଥିଲା । ଏଥିରୁ, ମହିଳା ସଂରକ୍ଷଣ ବିଲ ବା ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସର୍ବାଗ୍ରେ ରହିଛି । ଦେଶରେ ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀର ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ୧୯୯୨ ମସିହାରେ, ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଓ ଅର୍ବାନ ଲୋକାଲ ବଡି ଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ବିଜୁ ବାବୁଙ୍କ ସୁପୁତ୍ର ନବୀନ ବାବୁ ଏହି ସଂରକ୍ଷଣକୁ ୫୦ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହାଛଡା, ୨୦୧୮ ମସିହାରେ, ମହିଳା ମାନଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରିବା ପାଇଁ ଓଡିଶା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଇବା ସହିତ ଦେଶର ୨୨ଟି ରାଜନୈତିକ ଦଳକୁ ବିଜେଡିର ବରିଷ୍ଠ ପ୍ରତିନିଧିମଣ୍ଡଳୀ ଭେଟି ଏହା ସପକ୍ଷରେ ମତ ଦେବାକୁ ପ୍ରବର୍ତ୍ତାଇ ଥିଲେ । ନିସନେ୍ଦହରେ, ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜୁ ଜନତା ଦଳ ଓ ଏହାର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ସର୍ବାଗ୍ରେ ରହିଛି । କିନ୍ତୁ, ବିଜେପି ମିଛ ପ୍ରଚାର କରି ରାଜ୍ୟ ତଥା ଦେଶବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି । ବାସ୍ତବରେ, ବିଜେପି ହେଉଛି ମହିଳା ବିରୋଧୀ ଓ ବିଜେପି ଦଳରେ ମହିଳାଙ୍କୁ କେବେ ନ୍ୟାୟ ମିଳେନାହିଁ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଙ୍କୁ ସ୍ୱାଗତ

masiha

କେସିଙ୍ଗା ରେ ଦିବଂଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

masiha

Leave a Comment

error: Content is protected !!