ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

ଡାବୁଗାଁ, ୨୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ଅଞ୍ଚଳା ଗ୍ରାମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକରେ ଚାଲୁଥିବା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟ, ଉଦ୍ୟାନ, ମହିଳା ଓ ଶିଶୁ ବିକାଶ, ପ୍ରାଣୀ ପାଳନ, ଜଙ୍ଗଲ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ବିଦ୍ୟୁତ, ମୃତ୍ତିକା ସଂରକ୍ଷଣ, ମିସନଶକ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏମଜିଏନଆରଇଜିଏସ, ସାମାଜିକ ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଯୋଗାଣ ବିଭାଗ ଆଦି ବିଭାଗରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଏମଜିଏନଆରଇଜିଏସ ରେ ଅଧିକ ରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ସହ ଡାବୁଗାଁ ର ବିକାଶ ପାଇଁ ସମୀକ୍ଷା ବୈଠକ ରେ ଆଲୋଚନା କରିଛନ୍ତି । ଏଥିରେ ଏମଜିଏନଆରଇଜିଏସ, ସ୍ଵଛ ଭାରତ ମିସନ ମଦ୍ୟମରେ ଶୌଚାଳୟ ବ୍ୟବହାର, ପ୍ରତ୍ୟେକ ଲୋକଙ୍କର ଆଧାର କାର୍ଡ ଅପଡେଟ ଉପରେ ଅଧିକ ଗୁରୁତ୍ଵାରୋପ କରିଥିଲେ | ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଡ଼ିଓ ଶରତ ମାଝୀ, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଅଞ୍ଚଳା ସରପଞ୍ଚ ରମେଶ ମାଝି, ଭାଜପା ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଜେ. ରାଜଶେଖର ରାଓ, ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ସୋମନାଥ ପୂଜାରୀ, ରତନ କଲାର, ଜି. ସତ୍ୟା ରାଓ, ନରେଶ ସିଂ, ସିଡିପିଓ ମିନତୀ ଦାଶ, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଭାସିଶ ସାହୁ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଏନ. ଲୋକନାଥ ରେଡ୍ଡୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ସହକାରୀ ଯନ୍ତ୍ରୀ ଆନନ୍ଦ ମଣ୍ଡଳ, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରୋହିତ କିଶାନ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ଦିଲ୍ଲୀପ ଦୀପକ ମିଶ୍ର ଓ ଅଭିନାଶ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପରଶୁରାମ ମାଳୀ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଏସିଡିଓ, ଗ୍ରାମରୋଜଗାର ସେବିକା ସେବକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା

masiha

ଆଜିର ଦିବସର ଅନୁଚିନ୍ତା : ଜୁଲାଇ ୯ ତାରିଖ:  ମାନବୀୟ ସଂଗ୍ରାମ,ସଫଳତା,ଜ୍ଞାନ,ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଉତ୍ ଥାନ ଦିବସ 

ସାମ୍ଵାଦିକଙ୍କ ମାତୃ ବିୟୋଗ 

Sunil Chandra Nayak

Leave a Comment

error: Content is protected !!