ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ପୋଷ ଅଧିନିୟମ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ପୋଷ ଅଧିନିୟମ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ଧର୍ମଗଡ ଡାକରଖାନା ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି , ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପ୍ରଜ୍ଞା ପାରମିତା ସ୍ୱାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଡାକ୍ତର ଅଶ୍ୱିନ କୁମାର କର, ସରକାରୀ ଓକିଲ ରଶ୍ମିତା ମହାନନ୍ଦ, ବରିଷ୍ଠ ଓକିଲ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି ସଂଯୁକ୍ତା ପଣ୍ଡା, ରିଟେନର କଲ୍ୟାଣୀ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବିଶାଖା କେଶ କଣ ଓ ତାହା ର ମହତ୍ୱ କଣ ଏବଂ ପୋଷ ଅଧିନୟମ ଉପରେ ଆଲୋକପାତ କରିଥିଲେ । କର୍ମଜିବି ମହିଳା ମାନେ ଯଦି କର୍ମକ୍ଷେତ୍ରରେ କୌଣସି ଯୌନ ନିର୍ଯାତନା ର ଶିକାର ହେଉଛନ୍ତି ତା ହେଲେ ନିରବ ନ ରହି ପୋଷ ଅଧିନିୟମ ର ସାହାରା ନେଇ ଦୋଷୀ ବିରୁଦ୍ଧରେ ଅଭିଯୋଗ କରିବା କୁ କହିଥିଲେ । ଶ୍ରୀମତୀ ସଂଯୁକ୍ତା ପଣ୍ଡା ଉକ୍ତ ସଭା କୁ ପରିଚାଳନା କରିଥିଲେ ଏବଂ ବରିଷ୍ଠ ଡାକ୍ତର ଶ୍ରୀ କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ଡାକ୍ତରଖାନା ର କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କ ୧୩୦ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

ରାଜରାସ୍ତାରେ ଗର୍ଜିଲେ ଜୀବିକା ମିଶନ ଇସି ସଂଘ ମହିଳା

masiha

ରାୟ ମଉସାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

Sunil Chandra Nayak

Leave a Comment

error: Content is protected !!