ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ 

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ 

ଶ୍ରମିକ ମାନେ ଦେଶ ର ବିନ୍ଧାଣି, ସେମାନଙ୍କର ଉନ୍ନତି ପାଇଁ ସରକାର ସର୍ବଦା ତତ୍ପର ଅଛନ୍ତି ବୋଲି ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ମାଲବିକା କେଶରୀ ଦେଓ କହିଛନ୍ତି।ଜିଲ୍ଲା ରେ ସମସ୍ତ ଶ୍ରମିକ ଯେପରି ପଞ୍ଜିକୃତ ହେବେ ସେଥିପାଇଁ କର୍ମଶାଳା ଆୟୋଜନ ତଥା ପ୍ରଚାର ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ କୁ ସାଂସଦ ଶ୍ରୀମତୀ ଦେଓ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ଶ୍ରମିକ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବାକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବେ ବୋଲି ପରାମର୍ଶ ଦେଇଥିଲେ। ସମାରୋହ ରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚୋକମା, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଜିଲ୍ଲା ଶ୍ରମିକ ଅଧିକାରୀ ଜିମୂତ ମାଝୀ ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି ତେଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

masiha

“ବର୍ଷ ଏକ ଉପଲବ୍ଧି ଅନେକ ” ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା -୨୦୨୫ 

masiha

ମୂର୍ଚ୍ଛନା ସାହିତ୍ୟ ସଂସଦର ହେମନ୍ତ କବିତା ଆସର

masiha

Leave a Comment

error: Content is protected !!