ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ଗ୍ରସ୍ତ ରେ ନଗର ଓ ଉନ୍ନୟନ ମନ୍ତ୍ରୀ

ନୂଆପଡା ଜିଲ୍ଲା ଗ୍ରସ୍ତ ରେ ନଗର ଓ ଉନ୍ନୟନ ମନ୍ତ୍ରୀ

ଓଡିଶା ରେ ଡବଲ ଇଂଜିନ ସରକାର ଆସିଲା ପରେ ପ୍ରଥମ ଆଗମନ ରେ ନୂଆପଡା ଜିଲ୍ଲା ଦିନିକିଆ ଗ୍ରସ୍ତ ରେ ଆସି ନଗର ଓ ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି! ! ପ୍ରଥମେ ଜିଲ୍ଲା ପ୍ରସାଶନ ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିପୁଳ ସମ୍ଭର୍ଦ୍ଧନା ଦେବା ପରେ ନୂଆପଡା ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ସମ୍ମୁଖ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୂଆପଡା ସହର ରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ ପାର୍କ, ଏବଂ ତିନିଶହ ସଂଖ୍ୟା ବିଶିଷ୍ଟ ବହୁମୁଖୀ ହଲ ର ଭିର୍ତ୍ତିପ୍ରସ୍ତର ସ୍ଥାପନ ସହ ମୋଟ 46 ରୁ ଉର୍ଦ୍ଧ ନିର୍ମାଣଧୀନ ପ୍ରକଳ୍ପ ର ଉଦଘାଟନ କରିଥିଲେ ପରେ ଆୟୋଜିତ ସମାବେଶ ରେ ରାଜ୍ୟ ରେ ପ୍ରଥମ ଥର ପାଇଁ କ୍ଷମତା ରେ ଆସିଥିବା ମୋହନ ସରକାର ଆଗାମୀ ଦିନ ରେ ହାତକୁ ନେବା ପାଇଁ ଥିବା ବିକାଶ ଯୋଜନା ଉପରେ ଆଲୋକପାତ କରିବା ସହ ଉକ୍ତ ବିକାଶ ରେ ସମସ୍ତେ ସାମିଲ ହୋଇ ଜିଲ୍ଲା, ରାଜ୍ୟ ଏବଂ ଦେଶ ର ବିକାଶ ରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ନୂଆପଡା ବିଧାୟକ ରାଜେନ୍ଦ୍ର ଡୋଲକିଆ, ନୂଆପଡା ଏନଏସି ଅଧ୍ୟକ୍ଷ ଆଦମ ଖାନ, ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷ ସୋନିଆ ଅଗ୍ରୱାଲ, ନୂଆପଡା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ନୂଆପଡା ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ଖଡ଼ିଆଳ ବିଧାୟକ ପ୍ରାର୍ଥୀ ହିତେଶ ବଗର୍ତି ଙ୍କ ସମେତ ଦଳୀୟ ନେତୃବର୍ଗ ଓ କର୍ମକର୍ତା ମାନେ ଉପସ୍ଥିତ ଥିଲେ ପରେ ଜିଲ୍ଲାପାଳ ହେମକାନ୍ତ ସାୟ ଙ୍କ ଉପସ୍ଥିତି ରେ ପୃଥକ ପୃଥକ ଭାବେ ନୂଆପଡା ଏବଂ ଖରିଆର ରୋଡ଼ ଏନଏସି ର ବିକାଶ କୁ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ଯୋଗ ଦେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହ ଅଧିକାରୀ ଙ୍କ ସହ ଅଧିକାରୀ ଙ୍କ ଆଲୋଚନା କରି ବିକାଶ ର ଧାରା କୁ ତ୍ୱରାନ୍ୱିତ କରିବା ଦିଗ ରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ! ଏଥି ସହ କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ନିକଟ ରେ ଉପସ୍ଥାପିତ ବଜେଟ କୁ ନେଇ ଏକ ବିଜେପି ଦଳୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀ ରେ ଯୋଗ ଦେଇ କହିଥିଲେ ରାଜ୍ୟ ରେ ପ୍ରଥମ ଥର କ୍ଷମତା ରେ ଆସିଥିବା ମୋହନ ସରକାର ହେଉଛି ସାଧାରଣ ଲୋକ ଙ୍କ ସରକାର ଏଣୁ ଉପସ୍ଥାପିତ ହୋଇ ଥିବା ବଜେଟ ଏହା ସାଧାରଣ ବର୍ଗ ଠୁ ଆରମ୍ଭ କରି ଦିନ, ମଜୁରିଆ, ଚାଷୀ ମୁଲିଆ ସମସ୍ତ ପ୍ରତି ଧ୍ୟାନ ନେଇ ରାଜ୍ୟ ଏବଂ ଦେଶ ର ବିକାଶ କୁ ଆଗେଇ ନେବ ବୋଲି କହିଥିଲେ !

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ

Sunil Chandra Nayak

ଏକାଧିକ ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Sunil Chandra Nayak

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ବାରା ଭୋଟର ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!