ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଁ କାହିଁକି ବୈଜ୍ଞାନିକ ହେବି କର୍ମଶାଳା ଆୟୋଜିତ

ମୁଁ କାହିଁକି ବୈଜ୍ଞାନିକ ହେବି କର୍ମଶାଳା ଆୟୋଜିତ 

ରାଉରକେଲା: ମୁଁ କାହିଁକି ବୈଜ୍ଞାନିକ ହେବି, ଏହି ସମ୍ପର୍କରେ ଏକ କର୍ମଶାଳା ଏସଏସଆରଭିଏମ୍ ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂଲିଶ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଡ ଖୁସବୁ ଜ୍ୟୋତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ସ୍ଥିତ ପ୍ରତିରକ୍ଷା କେନ୍ଦ୍ରର ବୈଜ୍ଞାନିକ ଡ ରତ୍ନାକର ଏସ ମହାପାତ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ବିଜ୍ଞାନ କଣ ଓ କାହିଁକି ଜାଣିବା ହେଉଛି ବିଜ୍ଞାନ। କୈ।ଣସି ବିଷୟରେ ଜାଣିବା ଓ କାହିଁକି ର କାରଣ ଖୋଜିବା, ତଥା କେମେଷ୍ଟ୍ରୀ, ଫିଜିକ୍ସ ଓ ଗଣିତ ବ୍ୟବହାର କରି ସଠିକ ଲକ୍ଷ୍ୟ ନିରୁପଣ କରିବା ହିଁ ବିଜ୍ଞାନ। ଏହାସହ ମିସାଇଲ ବ୍ୟକ୍ତି ପ୍ରାକ୍ତନ ରାଷ୍ଟ୍ରପତି ଡ ଅବଦୁଲ କଲାମଙ୍କ ଓଡିଶା ସହ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବୈଜ୍ଞାନିକ ହେବାକୁ ହେଲେ ସେ ଛାତ୍ର ସମାଜକୁ ସ୍ବପ୍ନ ଦେଖିବା ପାଇଁ ଆହ୍ବାନ ଦେଇଥିଲେ। ଏଥିସହ ଚେଷ୍ଟା ନକରିବା ବିଫଳତାର ପ୍ରଥମ ପାହାଚ ସହ ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଡ ମହାପାତ୍ର ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସୁପ୍ରିୟା ବରୁଆଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସ ଓ ବିଦ୍ୟାଳୟର ଅଧ୍ୟକ୍ଷା ଡ ଖୁସବୁ ଜ୍ୟୋତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ସୁସ୍ରିତା ପଟ୍ଟନାୟକ, ଶିବାନୀ ବହିଦାର, ମଧୁମିତା ଷଡ଼ଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନ ଓ ତଦାରଖ କରି ଚର୍ଚ୍ଚାରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା

ଏକତ୍ର ର ସ୍ବାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

Sunil Chandra Nayak

ବିପର୍ଯ୍ୟୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ତାଲିମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!