ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୟୂରଭଞ୍ଜ କେମିଷ୍ଠ ଏଣ୍ଡ ଡ୍ରଗିଷ୍ଟ ୟୂନିଅନ ତରଫରୁ ୫୦ ୟୂନିଟ୍ ରକ୍ତ ସଂଗ୍ରହ 

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୟୂରଭଞ୍ଜ କେମିଷ୍ଠ ଏଣ୍ଡ ଡ୍ରଗିଷ୍ଟ ୟୂନିଅନ ତରଫରୁ ୫୦ ୟୂନିଟ୍ ରକ୍ତ ସଂଗ୍ରହ 

ମୟୂରଭଞ୍ଜ – ୩/୦୫ // ଗ୍ରୀଷ୍ମ ଋତୁ ର ୪୩ ଡିଗ୍ରୀ ତାପମାତ୍ରାରେ ସିଝୁଛି ସାରା ଓଡ଼ିଶା ।ଦିନବେଳେ ପ୍ରବଳ ଓ ଗୁଳୁଗୁଳି ବେଳେ ଅପରାହ୍ନରେ କାଳ ବୈଶାଖୀ । ଜନଜୀବନ ଅସ୍ତବ୍ୟସ୍ତ ।ତଦସହ ସାରା ଓଡ଼ିଶାର ଡାକ୍ତରଖାନା ମାନଙ୍କରେ ରକ୍ତ ସଙ୍କଟ ଦେଖଦେଇଛି । ବିଜେଡି କ୍ଷମତା ଓହରିଲା ପରେ ଜୀବନ ବିନ୍ଦୁ ଓ ଆମ ଓଡ଼ିଶା କାର୍ଯ୍ୟକ୍ରମ ଏକ ପ୍ରକାରର ଠପ୍ ହୋଇଯାଇଛି । ଅପରପକ୍ଷରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୫,ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ କୁ ସେବା ଦିବସରେ ମଧ୍ୟ ବିଜେପି ତରଫରୁ ସେମିତି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ହୋଇ ପାରୁ ନାହିଁ ।ରକ୍ତ ପାଇଁ ରୋଗୀ, ଦୁର୍ଘଟଣା ଗସ୍ତ ଲୋକ,ପ୍ରସୂତି ମହିଳା, ବୟସ୍କ ଲୋକ,ଥାଲାସେମିଆ ପିଡିତାମାନେ ନାହିଁ ନ‌ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତଦସହ ପ୍ରବଳ ଖରା ଓ ତାତି ଯୋଗୁଁ କୌଣସି ସ୍ବେଛାସେବୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ରକ୍ତଦାନ କରିବାକୁ ଇଛା କରୁ ନାହାନ୍ତି । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଘୋର ରକ୍ତ ସଂକଟ ଦେଖା ଦେଇଛି ।ଏହାକୂ ଲକ୍ଷ୍ୟ କରି ମୟୂରଭଞ୍ଜ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ତରଫରୁ ବରିଷ୍ଠ ସଦସ୍ୟ ସ୍ଵର୍ଗତ ପ୍ରବୀର ଦାସଙ୍କ ନବମ ଶ୍ରାଦ୍ଧ ଦିବସ ଅବସରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୟୂରଭଞ୍ଜ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ କେଵଳ ଔଷଧ ବିକ୍ରୟ କରିବା ଲାଭବାନ ହେଉ ନାହାନ୍ତି ।ଏହା ମଧ୍ୟ ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ପାଦେ ଆଗକୁ ବଢ଼ାଇଛି ।ଆଜି ଏହି ଅନୁଷ୍ଠାନ ତରଫରୁ ସଭାପତି ମାନସ ରଞ୍ଜନ ମହାନ୍ତି ଏବଂ ସଂପାଦକ ବିକାଶ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ସମ୍ମାନିତ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ ।ନିଜେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ନିଜେ ମଧ୍ୟ ରକ୍ତ ଦାନ କରି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଏହି ରକ୍ତଦାନ ଭଳି ମହତ କାର୍ଯ୍ୟ କ୍ରମରେ ୫୦ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ଯମଣିଥିଲେ । ସାଂସଦ ନବ ମାଝୀ କହିଥିଲେ ରକ୍ତଦାନ କରି ଅନ୍ୟର ଜୀବନକୁ ବଞ୍ଚାଇବା ଭଳି ମହତ କାର୍ଯ୍ୟ ଦୁନିଆରେ କିଛି ନାହିଁ ।ମାନବ ସେବା ହିଁ ମାଧବ ସେଵା ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମକୁ ହସ୍ପିଟାଲ ରେ ବ୍ଲଡ ବ୍ୟାଙ୍କ ଅଫିସର ଡ଼ାଃ ଏସ ଏଲ ସିଂ, ବାଦାମ ପାହାଡ଼ ହସ୍ପିଟାଲ କର୍ମଚାରୀ ରୋହିତ ବାରିକ,ଏବଂ ଟି ଦେ. ଗିରି, ସୁମନ୍ତ ଗିରି, ଚିରଞ୍ଜିବୀ ମହାନ୍ତି, ମହେଶ୍ୱର ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ମୟୂରଭଞ୍ଜ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ର ସମାଜ ସେବା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପ୍ରକଳ୍ପ ଗୋଟିଏ କାମ ଅନ୍ୟ ସ୍ଥାନରେ,ଏମଜିଏନଆରଇଜିଏସ ଯୋଜନା ବାଟବଣା

Sunil Chandra Nayak

ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ

Sunil Chandra Nayak

ରାଇରଙ୍ଗପୁର ମହୁଲଡିହା ପଡ଼ିଆରେ ଦୁଇ ଦିବସୀୟ ଜନଜାତି କ୍ରୀଡା ଓ ଏସଡିସି ଫୁଟବଲ କପ୍ ପ୍ରତିଯୋଗିତା

masiha

Leave a Comment

error: Content is protected !!