ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମୀକ୍ଷା ସମନ୍ବିତା ଶତପଥୀଙ୍କୁ ସମ୍ବର୍ଦ୍ଧିତ କଲା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “

ସମୀକ୍ଷା ସମନ୍ବିତା ଶତପଥୀଙ୍କୁ ସମ୍ବର୍ଦ୍ଧିତ କଲା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “

ଖଇରା,୦୩/୫/୨୦୨୫- ଗତକାଲି ଶୁକ୍ରବାର ତା ୦୨/୫/୨୦୨୫ ରିଖ ଚଳିତ ବର୍ଷର ମେଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା । ହେଲେ ଏହି ଫଳାଫଳ କାହା ମନରେ ଦୁଃଖ ଦେଇଥିଲେ କାହା ମନରେ ଖୁସି ଭରି ଦେଇଛି । ଏହି ଫଳାଫଳରେ ସମଗ୍ର ଓଡ଼ିଶାରେ ଅନେକ ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ସାର୍ଥକ ହୋଇଛି । ଅନେକ ଛାତ୍ରଛାତ୍ରୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜର ବିଦ୍ୟାଳୟ ବା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଏହି ଅବସରରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ଉଚ୍ଚ ବିଦ୍ୟାଳୟ,ଡୁଙ୍ଗୁରା, ବାଲେଶ୍ବରର ଛାତ୍ରୀ ସୁଶ୍ରୀ ସମୀକ୍ଷା ସମନ୍ବିତା ଶତପଥୀ ୫୮୨ ନମ୍ବର ରଖି ଜିଲ୍ଲାର ଦ୍ବିତୀୟ ଓ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟ ଓ ଜିଲ୍ଲାର ଗୌରବ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି । ଯାହାଙ୍କ ମାତାଙ୍କ ନାମ ଗୀତିପ୍ରଭା ପାଢ଼ୀ, ପିତାଙ୍କ ନାମ ସଞ୍ଜୟ କୁମାର ଶତପଥୀ, ଗ୍ରାମ ପାଣିଛତ୍ର, ବ୍ଲକ ଖଇରା ଏବଂ ଜିଲ୍ଲା ବାଲେଶ୍ବର ଅଟେ । ଏହି ସଫଳତା ପାଇବା ପାଇଁ ଛାତ୍ରୀ ଜଣଙ୍କ ଦିନରାତି ବହୁ ପରିଶ୍ରମ କରୁଥିଲେ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଛାତ୍ରୀର ସଫଳତା ପ୍ରତି ଧ୍ୟାନ ରଖିଥିଲେ । ଶେଷରେ ଛାତ୍ରୀ ଜଣଙ୍କ ସଫଳତା ବିଦ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି ଦେଇଛି । ଏ ଖବର ପ୍ରଚାରିତ ହେବା ପରେ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଆଳଦା, ଖଇରା, ବାଲେଶ୍ବରର ସଭାପତି କୁଞ୍ଜଲତା ମାହୁଁନ୍ତ ଏବଂ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସୁଶ୍ରୀ ସମୀକ୍ଷା ସମନ୍ବିତା ଶତପଥୀଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ, ପୁଷ୍ପଗୁଚ୍ଛ ସହିତ ପ୍ରତିଭା ସମ୍ମାନ-୨୦୨୫ ରେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ସମୟରେ ପିତାମାତା ଉପସ୍ଥିତ ଥିଲେ । ଆଗକୁ ଭଲ ପାଠପଢି ମଣିଷ ଭଳି ମଣିଷଟିଏ ହେବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ ସୁଶ୍ରୀ ଶତପଥୀ । ମୋ ଅନୁଷ୍ଠାନ ପରିବାର ତରଫରୁ ସଭାପତି ଓ ସମ୍ପାଦକ ତାଙ୍କ ଚଲାପଥ କୁସୁମିତ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଫେରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ଜନଗଣନା ରଥର ଶୁଭାରମ୍ଭ

Sunil Chandra Nayak

ଜିଲ୍ଲାସ୍ତରୀୟ ସଞ୍ଚୟ ପକ୍ଷ ଉଦଯାପିତ

masiha

“ଆମ ପ୍ରତିଭା ଆମ ଆଦର୍ଶ” ତରଫରୁ ହିନ୍ଦୋଳ ବ୍ଲକର କୃତୀ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!