ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାଗୁଡା ଓ ନନ୍ଦପୁରା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

ଜବାଗୁଡା ଓ ନନ୍ଦପୁରା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

ଡାବୁଗାଁ-୧୮/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଜବାଗୁଡା ଓ ନନ୍ଦପୁରା ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନହିତକର ଯୋଜନା ଗୁଡିକ ବିଷୟରେ ସଚେତନ କରାଇବା ସହ ବିଭିନ୍ନ ଯୋଜନା ନିମନ୍ତେ ହିତାଧିକାରୀ ତାଲିକା, ପ୍ରକଳ୍ପ ତାଲିକା ଏବଂ ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ତାଲିକା ପ୍ରସ୍ତୁତ କରିବା ହେଉଛି ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ l ଜବାଗୁଡା ପଞ୍ଚାୟତ ସରପଞ୍ଚ ଗୋମତୀ ଭତରା ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ସମିତି ସଭ୍ୟ ପଦ୍ମିନୀ ବିଶୋଇ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଡାକ୍ତର ପ୍ରଦ୍ୟୁନ୍ନ କର, କୃଷି ଅଧିଦର୍ଶକ ନୀଳକଣ୍ଠ ପଣ୍ଡା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୀତାଞ୍ଜଳୀ ବସ୍ତିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଗ୍ରାମରୋଜଗାର ସେବିକା ପଦ୍ମାବତୀ ମାଝି, ଯୋଗାଣ ସହାୟକ ଦୀପକ କୁମାର ମୁଣ୍ଡ, ଯୋଗାଣ ବିଭାଗ କର୍ମଚାରୀ ସାମୁଏଲ ସାଧୁ, ରଘୁ ଭତରା, ଚିଣ୍ଟୁ ବେଉରିଆ ଓ ସମସ୍ତ ୱାର୍ଡ ସଭ୍ୟାସଭ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା | ଏଥିରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ସେହିପରି ନନ୍ଦପୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ମଇନା ଜାନୀ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଜିଲାପରିଷଦ ସଭ୍ୟ ଧନସିଂ ଭତରା, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଡିଓ ଶରତ ମାଝି, ସମିତି ସଭ୍ୟ ରାଇଧର ବିନ୍ଧାଣି, ନାଏବ ସରପଞ୍ଚ ରାଜୁ ପୂଜାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ଗ୍ରାମ ରୋଜଗାର ସେବକ ସୌମ୍ୟକାନ୍ତ ଚୌଧୁରୀ ଓ ବଳଦେବ ଚାଲାଣ, ଯୋଗାଣ ସହାୟକ ଧନିରାମ ମାଳୀ, ମହେଶ ଦାସ ପନକା, ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟାସଭ୍ୟ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଏବଂ ବିଭିନ୍ନ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଏଥିରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରତିଭା ପରିବାର ତରଫରୁ ସ୍ବର୍ଗତ ରବିବାରନାରାୟଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ସଭା

masiha

ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ ୪ ଜଣିଆ ରାଜ୍ୟସ୍ତରୀୟ ଟିମ୍

masiha

ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ ୨୦୨୫” ଅନୁଷ୍ଠିତ

masiha

Leave a Comment

error: Content is protected !!