ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣୁଆଗୁଡା ଶିକ୍ଷକ ଙ୍କ ଅକାଳ ବିୟୋଗ 

ବାଣୁଆଗୁଡା ଶିକ୍ଷକ ଙ୍କ ଅକାଳ ବିୟୋଗ 

ନବରଙ୍ଗପୁର:(୧୩|୧୧)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚରାଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମା ସୁନାଧର ନାୟକ ଙ୍କ ସାନପୁଅ ନରେନ୍ଦ୍ର ନାୟକ(୪୭) ବାଣୁଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଭାବେ କାର୍ଯ୍ୟକରି ନିଜର ପରିବାର ପ୍ରତିପୋଷଣ ଦୁଇ ପୁଅ,ଦୁଇ ଝିଅ ଓ ତାଙ୍କ ସହଧର୍ମିଣୀ ଙ୍କ ସହିତ ମହା ଆନନ୍ଦରେ ଚଳି ଆସୁଥିଲେ l କିନ୍ତୁ ତାଙ୍କ ପରିବାର ଉପରେ ଦଇବ ଦାଉ ସାଧିଲା,ଗତକାଲି ରାତ୍ରିରେ ଦେହ ଅସୁସ୍ଥ ହେବାରୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ତାଙ୍କ ବଡ ବାପା ଙ୍କ ପୁଅ ବଡ ଭାଇ ଚଚରାଗୁଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ ଓ ତାଙ୍କ ପରିବାର ବର୍ଗ ଆଣି ଡାକ୍ତରଖାନାରେ ପହଂଚି ଏଠାରେ ଡାକ୍ତର ପରୀକ୍ଷା କରାଇ ଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ l ଆଜି ଭୋର୍ ୪ ଘଣ୍ଟା ସମୟରେ ଏପରି ଦୁଃଖଦ ଘଟଣା ସାରା ବ୍ଳକ ଜନ ସାଧାରଣ ଙ୍କୁ ଶୋକ ସାଗରରେ ପକାଇ ଦେଇଛି l ତତସହିତ ଡାବୁଗାଁ ବ୍ଳକ ଶିକ୍ଷକ ବୃନ୍ଦଙ୍କ ମହଲରେ ଶୋକ ର ଛାୟା ଖେଳାଇ ଦେଇଛି l ସେ ଜଣେ ମେଳାପି, ଛାତ୍ର ବଛଳ, ଲୋକପ୍ରିୟତା, ଆଦର୍ଶ ଶିକ୍ଷକ ରୂପେ ସମସ୍ତଙ୍କର ପରିଚିତ ଥିଲେ l ତାଙ୍କର ଅକାଳ ବିୟୋଗ ରେ ତାଙ୍କ ପରିବାରକୁ ଅସୀମ ଶକ୍ତି ଓ ସାହସ ଦେବା ସହିତ ତାଙ୍କ ଅମର ଆତ୍ମାର ସଦାଗତୀ କାମନା କରିଛନ୍ତି ସମସ୍ତ ଜନସାଧାରଣ ଓ ସମସ୍ତ ଶିକ୍ଷକ ବନ୍ଧୁଗଣ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ l ଯୌଥ ପରିବାର ଥିବାରୁ ମହା ସମାଗମରେ ସଂସ୍କାର କାର୍ଯ୍ୟ ସମାପନ ହୋଇଥିଲା l ( ମ ନି ସ)

 

Related posts

ରାଇରଙ୍ଗପୁର ଡଃ ହରେକୃଷ୍ନ ମହତାଵ ଭବନ ପରିସରରେ ଜାତୀୟ ଇଞ୍ଜିନିୟରିଂ ଦିବସ ମହାସମାରୋହରେ ପାଳିତ; ଦେଶରେ ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଅବର୍ଣନନୀୟ

Sunil Chandra Nayak

କୋଇଡା ସିପିଏମ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସାଂପ୍ରଦାୟିକ ସଦଭାବନା ଦିବସ ପାଳିତ 

masiha

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ମିଳିଲା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ସ୍ଥାୟୀ ସହବନ୍ଧନ ସ୍ବୀକୃତି 

masiha

Leave a Comment

error: Content is protected !!