ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମୁନିଗୁଡାରେ 37ତମ ମହାଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ,ସଭାପତିରୁ ପୂର୍ଣ୍ଣ ଅବସର ଅଜୀତିକୁ ସମର୍ପଣ

ମୁନିଗୁଡାରେ 37ତମ ମହାଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ,ସଭାପତିରୁ ପୂର୍ଣ୍ଣ ଅବସର ଅଜୀତିକୁ ସମର୍ପଣ

ମୁନିଗୁଡା-13.11.024 ରାୟଗଡା ଜିଲ୍ଲା ମୁନିଗୁଡାର ଵହୁ ପୁରାତନ ତଥା ଆକର୍ଷଣୀୟମାର୍ଗଶୀର ମାସର ମା ମହାଲକ୍ଷ୍ମୀଙ୍କ ଯାତ୍ରା 37ବର୍ଷରେ ପଦାର୍ପଣ କରୁଥିବା ଵେଳେ ଆଜି ପୁଜକ ଜଗ ପଣ୍ଡାଙ୍କ ପୂଜାର୍ଚ୍ଚନାରେ ମାଙ୍କ ଯାତ୍ରାର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି।ଦୀର୍ଘ 27 ବର୍ଷର ଏହି ପୂଜା କମିଟିର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୌଡ ସୁଚାରୁ ରୂପେ ଚଳାଇ ଆସୁଥିଲେ।ଶ୍ରୀ ଗୌଡଏହିଲକ୍ଷ୍ମୀ ପୂଜା କମିଟିରୁ ଅବସର ନେଇ ନୂତନ ସଭାପତି ଶ୍ରୀ ଅଜିତ କୁମାର ନାୟକଙ୍କୁ ସମସ୍ତ ଦାୟୀତ୍ବ ସମର୍ପିତ କରିଛନ୍ତି।ଏଣିକି କମିଟିର ପୁରୁଣା କର୍ମକର୍ତ୍ତାଙ୍କୁ ପରି ଵର୍ତ୍ତନ କରି ସାହିର ଯୁବକମାନେ ଏହି ବର୍ଷ ଠାରୁ ମହାଲକ୍ଷ୍ମୀଙ୍କ ଯାତ୍ରାର ଦାୟିତ୍ବ ଗ୍ରହଣ କରିଛନ୍ତି।ସେଥିପାଇଁ ଗତକାଲି ବିଜୁପଟ୍ଟନାୟକ ଯୁବକ ସଂଘ ଗୃହରେ ଵୈଠକ ବସି ନୂତନ କମିଟି ଗଠନ କରାଯାଇ ନୂତନ ସଭାପତି ଭାଵେ ଅଜିତ କୁମାର ନାୟକ(କାଳିଆ)ଉପ ସଭାପତି ରମାକାନ୍ତ ମାର୍ଥା,ସଂପାଦକ ଚନ୍ଦନ କୁମାର ସାହୁ(ରିଣ୍ଟୁ),ସହ ସଂପାଦକ ବାଦଲ କୁମାର ସାହୁ,କୋଷାଧ୍ୟକ୍ଷ ଅମିତି ପଟ୍ଟନାୟକ, ମନୋନୀତ ହୋଇଥିବା ବେଳେ ଲୁଲୁ,ମନୁ,ମୁକେଶ,ଝୁଲୁଆ,ରାଜେଶ ପ୍ରମୁଖ ବହୁ ଯୁବକ ଉପସ୍ଥିତ ଥିଲେ।ପାଇକ ସାହି ପକ୍ଷରୁ ନୂତନ ଯୁବ କର୍ମକର୍ତ୍ତାଙ୍କୁ ସ୍ବାଗତ ଶ ଓ ଶୁଭେଛା ଜଣାଇବା ସହ ଆଶା କରାଯାଇଛି ଏହି ନୂତନ ଯୁବକ ମାନଙ୍କ ଉତ୍ସାହରେ ଚଳିତ ଵର୍ଷ ପୂଜା ଵହୁ ଆକର୍ଷଣୀୟ ହେବ ଵୋଲି ସାଧାରଣରେ ମଧ୍ୟ ଆଶାପୋଷଣ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା

ରିଷିଡା ଚୈତ୍ର ମହୋତ୍ସବ: ଦେବୀଙ୍କ ନଗର ପରିକ୍ରମା ଓ ଛତରଯାତ୍ରା 

masiha

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

masiha

Leave a Comment

error: Content is protected !!