ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୀବନ ଜଗନ୍ନାଥ…. ଭିନ୍ନ ଏକପରମ୍ପରା,ଭିନ୍ନ ଏକ ରଥଯାତ୍ରା

ରଥଯାତ୍ରା ପରଦିନ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ରେ ଶ୍ରୀଜୀଉ ଙ୍କ ରଥଯାତ୍ରା

ଛତିଶଗଡ଼ ସୀମା ଧର୍ମଗଡ ବ୍ଲକ କାଙ୍କେରି ପଞ୍ଚାୟତ ବୁଢ଼ୀମୁଣ୍ଡା ପାହାଡ଼ ପାଦ ଦେଶରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ମନ୍ଦିର ବେଢାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଭିନ୍ନ ପରମ୍ପରା ଓ ଆକର୍ଷଣ ବହନ କରେ ଓ ଏହି ରଥଯାତ୍ରା ରଥଯାତ୍ରା ର ପର ଦିନ ହେଉ ଥିବାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମି ଥାଏ।

ସାରା ରାଜ୍ୟରେ ଗତକାଲି ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିଲା ବେଳେ ଆଜି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଗତକାଲି ପହଣ୍ଡି ନୀତି କ୍ରାନ୍ତି ସରିଥିଲେ ମଧ୍ୟ ରଥଟଣା ରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି।

ପଡୋଶୀ ଛତିଶଗଡ଼ ରାଜ୍ୟରୁ ବହୁତ ଭକ୍ତଙ୍କ ସମାଗମ ଏଠାରେ ଦେଖିବାକୁ ମିଳଥିଲା। ଏହି ଯାତ୍ରା ଯୋଗୁଁ ପ୍ରବଲ ଜନସମାଗମ ଦୃଷ୍ଟିରୁ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। କରୋନା ମହାମାରୀ ପାଇଁ ଦୁଇ ବର୍ଷ ରଥଯାତ୍ରା ବନ୍ଦ ଥିବା ଦୃଷ୍ଟିରୁ ଏ ବର୍ଷ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ଅଧିକ ହେବା ସଂଗେ ସଂଗେ ବହୁ ଦୋକାନ ବଜାର ଯାତ୍ରା ସ୍ଥଳୀରେ ଖୋଲିଥିଲା। ନିକଟରେ ବଣ ପାହାଡ ଘେରା ମନୋରମ ଦୃଶ୍ୟ ଥିବାରୁ ଏହାକୁ ପର୍ଯ୍ୟଟନ ସ୍ଥଳୀ କରାଯିବା ସହ ରାସ୍ତା ନିର୍ମାଣ ପାଇଁ ଶ୍ରଦ୍ଧାଳୁ ମାନେ ଦାବୀ କରିଛନ୍ତି।

୧୯୮୩ ମସିହାରେ ଏ ଅଞ୍ଚଳର ଜଣେ ସମାଜସେବୀ ଶ୍ରୀ ଦିଗସନ ମଙ୍ଗରାଜ ବୁଢ଼ୀମୁଣ୍ଡା ପାହାଡ ପାଦଦେଶରେ ଶ୍ରୀରାମଚନ୍ଦ୍ର ଙ୍କ ମନ୍ଦିର ନିର୍ମାଣ କରି ରଥଯାତ୍ରା ର ଦ୍ଵିତୀୟ ଦିବସରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆରମ୍ଭ କରିଥିଲେ। ସେହି ପରମ୍ପରା ଆଜି ବି ଚାଲିଛି।ଦୀର୍ଘ ୪୦ ବର୍ଷ ତଳେ ନିର୍ମିତ ଏହି ରାମମନ୍ଦିର ରେ ଭିନ୍ନ ଏକ ପରମ୍ପରା ରେ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ

Sunil Chandra Nayak

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

୧୯ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ପ୍ରବଳ ଗହଳି ସାଙ୍ଗକୁ ବ୍ୟାପକ ପଟୁଆର ରେ ସହର ଦୁଲୁକୁଛି

masiha

Leave a Comment

error: Content is protected !!