ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭଦଯାପିତ ହେଲା ମନ୍ଦିର ପ୍ରତିଷ୍ଠା ଉସ୍ଵବ

ରାଇଘର, // ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ସ୍ଥିତ ପୁରାତନ ବାଲୁଙ୍କେଶ୍ବର ମନ୍ଦିର ର ପ୍ରତିଷ୍ଠା ଉସ୍ଵବ ଉଦଯାପିତ ହୋଇଯାଇଛି। ଏହି ପ୍ରତିଷ୍ଠା ଉସ୍ଵବ ସାତ ତାରିଖ ରୁ ଆରମ୍ଭ ହୋଇ ଦଶ ତାରିଖ ଦିନ ପଯ୍ୟନ୍ତ ଚାଲିଥିଲା। ଅର୍ଥାତ୍ ଫାଲଗୁନ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ମଙ୍ଗଳବାର ଫେବୃଆରୀ ସାତ ତାରିଖ ଦିନ ଦିବା ନଅ ଘଣ୍ଟା ପନ୍ଦର ମିନଟ୍ ରେ ଦୀକ୍ଷା ଗ୍ରହଣ, ଗୋ ପୂଜା, ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଅଙ୍କୁର ରୋପଣ , କୃଷ୍ଣ ପକ୍ଷ ତୃତୀୟା ଦିନ ବୁଧବାର ଆଠ ତାରିଖ ଦିନ ପ୍ରାତ ଛଅ ଘଣ୍ଟା ଠାରୁ କଳସ ଯାତ୍ରା, ସୂର୍ୟ ପୂଜା, ଗୋ ପୂଜା, ଶାଳା ପ୍ରବେଶ, ଇତ୍ଵକ୍ ବରଣ ମଣ୍ଡପେ ପୂଜା, କୃଷ୍ଣ ପକ୍ଷ ଚତୁର୍ଥୀ ନଅ ତାରିଖ ପ୍ରାତ ସୁର୍ୟ ପୁଜା, ଗୋ ପୂଜା, ଦ୍ଵାର ତୋରଣାଦି ପୂଜା, କୁଣ୍ଡ ସଂସ୍କାର, ଅଗ୍ନି ସ୍ଥାପନ, ମହାସ୍ନାନ, ଅଧିବାସ,ନେତ୍ରୋନ୍ମିଳନ, ହୋମଯଜ୍ଞ , ରାତ୍ର ନ ଘଣ୍ଟା ତିରିଶି ମିନଟ ଠାରୁ ଗ୍ରହ ମାନଙ୍କ ନ୍ୟାସାଦି କର୍ମ, ନ୍ୟାସହୋମ, କୃଷ୍ଣ ପକ୍ଷ ପଞ୍ଚମୀ ଶୁକ୍ରବାର ଦଶ ତାରିଖ ଦିନ ପ୍ରାତ ସୂର୍ଯପୁଜା, ଗୋ ପୂଜା, ମଣ୍ଡଲାଦି ପୁଜା, ଦେବତାଦି, ସଂସ୍କାର, ବାର ଘଣ୍ଟା ଅଠର ମିନିଟ ଠାରୁ, ଗୋଟାଏ ତେର ମିନିଟ ମଧ୍ୟରେ ଦେବତା ସ୍ଥାପନ ଓ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇ ଥିଲା। ତାସହ ପ୍ରତେକ ଦିନ ସନ୍ଧ୍ୟ ସମୟରେ ମନ୍ଦିର ସମ୍ମୁଖରେ ଭଜନ ସନ୍ଧ୍ୟା ଅନୁଷ୍ଟିତ ହେବା ଦେଖିବାକୁ ମିଳିଥିଲା l ଶେଷରେ ନବରଙ୍ଗପୁରରୁ ଭଜନ ମଣ୍ଡଳୀ ଆସି ମନ୍ଦିର ପରିସରରେ ଭଜନ ପରିବେଷଣ କରିଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡା ଯାଦବ ସମାଜ ପକ୍ଷରୁ ତିନିଦିନ ଧରି ଦୋଳ ମହୋତ୍ସବ ପାଳିତ

Sunil Chandra Nayak

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ : ଚର୍ଚ୍ଚାରେ ୧୭ଫୁଟିଆ ଗଣେଷ ମୂର୍ତ୍ତି ପୂଜା

masiha

ରାଧା କୃଷ୍ଣ ଗୋପାଳ ସମାଜ ଚତୁର୍ଥ ବାର୍ଷିକ ଉତ୍ସବ ଓ଼ ଗୀତା ଯଜ୍ଞ ଅନୁଷ୍ଠିତ 

masiha

Leave a Comment

error: Content is protected !!