ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

ବାଲିଗୁଡା,18/03.(ମନିସ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ରେ କୃଷି ଭିତ୍ତିକ ପ୍ରସିଦ୍ଧ କାନ୍ଦୁଲଭଜା ଯାତ୍ରା ଯଥା ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି l ଏହି ଅବସରରେ ବାଲିଗୁଡା ର ଆରାଧ୍ୟ୍ୟଦେବୀ ମା’ପାଟଖଣ୍ଡା ଓ ବରାଳଦେବୀ ଙ୍କ ମୁଖ୍ୟ ପର୍ବହେଉଛି କାନ୍ଦୁଲଭଜା ଯାତ୍ରା l ପଶ୍ଚିମ ଓଡିଶା ର ନୂଆଖାଇ ଭଳି ଏହି କାନ୍ଦୁଲ ଭଜା ଯାତ୍ରା ଗଣପର୍ବ ଭାବେ ବିଦିତ l ଏହି ପାରମ୍ପରିକ ଯାତ୍ରା ଫଗୁଣ ମାସରେ ହୋଇଥାଏ l ନୂଆ କାନ୍ଦୁଲ ଶିମ୍ବ, ମହୁଲ ଫୁଲ,ପଳାସ ଫୁଲ, ମୁଆଁ ଇତ୍ୟାଦି କୁ ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା କରି ଲାଗି କଲାପରେ ପରିବାର ସମସ୍ତେ ସାମୁହିକ ପ୍ରସାଦ ସେବନ କରନ୍ତି l ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁ ବୋଦା କୁକୁଡ଼ା ବଳୀଦେବା ପ୍ରଥା ମଧ୍ୟ ରହିଛି l ଏହି ଯାତ୍ରା ବାଲିଗୁଡା ଉପଖଣ୍ଡର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, କ.ନୂଆଗାଁ, ଦାରିଙ୍ଗବାଡି ଭଳି ବିଭିନ୍ନ ଗାଁ ରେ ପାଳିତ ହେଉଅଛି l ମାଆ ପାଟ୍ଟଖଣ୍ଡା ଙ୍କୁ ପୂର୍ବେ ଆଦିବାସୀ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରିଆସୁଥିବା ବେଳେ କାଳକ୍ରମେ କ୍ଷତ୍ରିୟ, ପାଇକ, ଖଣ୍ଡାୟତ, ବଂଶଧର ମାଆ ଙ୍କୁ ପୂଜାର୍ଚନା କରି ଆସୁଛନ୍ତି l ପରମ୍ପରା ଅନୁଯାୟୀ ମାଆ ପାଟ୍ଟଖଣ୍ଡା ଙ୍କ ପ୍ରତୀକ ଟାମୁକ ଓ ଖଣ୍ଡା ରଜାପାତ୍ର ଙ୍କ ଘରୁ ବାହାରିବା ପରେ ସମସ୍ତ ଶ୍ରଦ୍ଧାଳୁ ନିର୍ଜଳା ଉପବାସ ରହି ନୂଆବସ୍ତ୍ର ପରିଧାନ କରି ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ନୂଆଖାଇ ଥିଲେ l ଏହି କୃଷି ଭିତ୍ତିକ କାନ୍ଦୁଲ ଭଜା ପର୍ବ କେଉଁ ଆବାହନ କାଳରୁ ଅଦ୍ୟାବଧି ରହି ଜାକ ଜକମ ରେ ପାଳିତ ହୋଇ ଆସୁଛି l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଲମ୍ବସରୀ ରେ ମାଁ ଚକରାପଥର ଦେବୀ ଙ୍କ ନିଶି ପୂଜା

Sunil Chandra Nayak

ଶୀତଳ ଷଷ୍ଠୀ ଉମା ଚତୁର୍ଥୀ ପାଳିତ

ପାରମ୍ପାରିକ ବାଲିଯାତ୍ରା ଅମଲଭଟ୍ଟା ରେ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!