ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5T ସଚିବଙ୍କ ଜଟାଵାଲ ବିଦ୍ୟାଳୟକୁ ଗସ୍ତ

ପାପଡାହାଣ୍ଡି 18/ 03, ମନିସ —-ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲାକୁ ଗସ୍ତରେ ଆସିଥିବା 5ଟ ସଚିବ vk ପାଣ୍ଡିଆନ ଶନିବାର ପାପଡାହାଣ୍ଡି ବ୍ଲକ ଜଟାଵାଲ ସରକାରି ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ | ପାଣ୍ଡିଆନ ଙ୍କୁ ବହୁ ସଂଖ୍ୟା ରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଏବଂ ଅଭିଭାବକ ମାନେ ହୁଳହୁଲି ପକାଇ ପୁଷ୍ପ ମାଲ୍ୟ ଅର୍ପଣ କରି ଭବ୍ୟ ସ୍ୱାଗତ ସମ୍ଭାର୍ଦ୍ଧନା ଜଣାଇଥିଲେ | ଏହି ସମୟରେ shg କିଛି ମହିଳା ସେମାନଙ୍କ କୁନି କୁନି ଛୁଆ ମାନଙ୍କୁ ସାଙ୍ଗରେ ଆଣିଥିବା ଦେଖି ଛୁଆମାନଙ୍କୁ ପୁଷ୍ପ ଗୁଛ ଦେଇ କିଛି ସମୟ ବିତାଇ ଥିଲେ | ଏହାପରେ ପାଣ୍ଡିଆନ ବିଦ୍ୟାଳୟ ପରିସରକୁ ଯାଇ ନବମ ଶ୍ରେଣୀ ରେ ପାଠ ପଢ଼ୁଥିବା ଛାତ୍ରୀ ଛାତ୍ରଙ୍କ ସହ ଆଲୋଚନା କରିଥିଲେ | ବିଦ୍ୟାଳୟ ପରିସରରେ ଖେଳ ପଡିଆ ପାଇଁ ବିଦ୍ୟାଳୟ କତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ | ବିଦ୍ୟାଳୟ ମଧ୍ୟରେ ପାଣ୍ଡିଆନ ପ୍ରାୟ 20 ମିନିଟ ବିତାଇ ଥିଲେ | ବିଦ୍ୟାଳୟ ପରିସର ବାହାରେ ଅପେକ୍ଷା କରିଥିବା shg ଗ୍ରୁପ ମହିଳା ଓ ସ୍ଥାନୀୟ ଲୋକଙ୍କ ସହ କିଛି ସମୟ ବିତାଇ ସ୍ଥାନୀୟ ସମସ୍ୟା ବିଷୟରେ ଆଲୋଚନା କରି ସମସ୍ୟା ର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି କହିଥିଲେ | ଏହାପରେ ସେ ଝରୀଗାଁ ବ୍ଲକ ଗସ୍ତ ରେ ଯାଇଥିଲେ | ସଚିବ ଙ୍କ ସହ ଜିଲ୍ଲାପାଳ କମଳଚନ ମିଶ୍ର , adm ଭାସ୍କର ରୋଇତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ,. ସୁଶ୍ରୀ , ପାପଡାହାଣ୍ଡି ବିଡ଼ିଓ ଦିବାକର ବାଗ , ବ୍ଲକ ଅଧକ୍ଷା ହେମଲତା ମାଝୀ , ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ପାପଡାହାଣ୍ଡି ସିଡିପିଓ ଏସ. ଗୀତା , ପାପଡାହାଣ୍ଡି ଏସ ଡି ପି ଓ ଆଦିତ୍ୟ କୁମାର ସେନ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେରେସିଂହା ରେ ଆର୍ଥିକ ସ୍ଵାକ୍ଷରତା ଶିବିର

Sunil Chandra Nayak

ଟସର ପୋକର ଜନ୍ମ ମଣିଷ ପାଇଁ

Sunil Chandra Nayak

ବଂଶୀଧର ଓ ଇଲପଣ୍ଡା ଫାଉଣ୍ଡେସନ ଦ୍ବାରା ରକ୍ତଦାନ ଶିବିର

masiha

Leave a Comment

error: Content is protected !!