ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୫ ଟି ସଚିବ ଙ୍କ ଗସ୍ତ ପୂର୍ବରୁ ପିସିସି ସମ୍ପାଦକ ଗିରଫ,ବୁଦ୍ଧିଜୀବୀ ମହଲରେ ନିନ୍ଦା

ଚନ୍ଦାହାଣ୍ଡି -(ମ ନି ସ )ଓଡ଼ିଶା ୫ ଟି ସଚିବ ଭି କେ ପାଣ୍ଡିୟାନ୍ ଙ୍କ ଗସ୍ତ ସମୟ ରେ ବିଭିନ୍ନ ରୋଚକ ଦୃଶ୍ୟ ଲୋକ ଲୋଚନକୁ ଆସି ଥିବା ବେଳେ ତାଙ୍କ ଗସ୍ତ ସମୟ ରେ ରାଜନୈତିକ କର୍ମୀ ଙ୍କ ଗିରଫଦାରୀ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ଆଜି ୫ ଟି ସଚିବ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ରହିଥିଲା ଏହାରି ଭିତରେ ସେ ଚନ୍ଦା ହାଣ୍ଡି ବ୍ଲକ୍ ର ମାଲଗାଁ ଠାରେ ମଧ୍ୟ ଯୋଗଦେବା ର କାର୍ଯ୍ୟକ୍ରମ ରହିଥିଲା।ଗତ ଦୁଇଦିନ ପୂର୍ବରୁ ସଚିବ ଙ୍କ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ନେଇ ସାଂସଦ ବିଧାୟକ ଓ ବିଜେଡି ର ବରିଷ୍ଠ ନେତା ମାନେ ଦିନ ରାତି ଏକ କରି ଦେଇଥିଲେ।ତେବେ ଆଜି ହଠାତ୍ ସଚିବ ଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ର ଆଳ ଦେଖାଇ ପିସିସି ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା କ୍ଷେମରାଜ୍ ବାଘ ଙ୍କୁ ନିଜ ଘରୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି।ସାଧାରଣତଃ କୌଣସି ମନ୍ତ୍ରୀ କିମ୍ବା ମୁଖ୍ୟ ମନ୍ତ୍ରୀ ଗସ୍ତ ସମୟ ରେ ବିରୋଧୀ ଦଳ ନେତା ଙ୍କୁ ସୁରକ୍ଷା ଦୃଷ୍ଟି ରୁ ଥାନା ରେ ଅଟକ ରଖିବା ବ୍ୟବସ୍ଥା ରହିଥିବା ବେଳେ ଜଣେ ସଚିବ ଙ୍କ ଗସ୍ତ ସମୟ ରେ ରାଜନୈତିକ ନେତା ଙ୍କ ଗିରଫଦାରୀ ଙ୍କୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରା ଯାଇଛି।ଏହି ପରିପ୍ରେକ୍ଷୀରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ବାଘ ପ୍ରକାଶ କରିଛନ୍ତି ଯେ ଭି କେ ପାଣ୍ଡିୟନ୍ ଜଣେ ସରକାରୀ ସଚିବ ତାଙ୍କୁ ବିରୋଧ କରିବା ଆମର ଅବକାଶ ନାହିଁ ତଥାପି ପୋଲିସ ଓ ପ୍ରଶାସନ ତାଙ୍କୁ ଜଣେ ମୁଖ୍ୟ ମନ୍ତ୍ରୀ ଙ୍କ ଭଳି ସୁରକ୍ଷା ଦେବା ହାସ୍ୟାସ୍ପଦ ବୋଲି କହିଛନ୍ତି। ବାଘ ଙ୍କ ଗିରଫଦାରୀ କୁ ପୂର୍ବତନ ବିଧାୟକ ଭୁଜବଳ ମାଝୀ,ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ,ଯୁବ ନେତ୍ରୀ ଲିପିକା ମାଝୀ ଙ୍କ ସମେତ ବିଭିନ୍ନ ମହଲ ରେ ଦୃଢ଼ ନିନ୍ଦା କରାଯାଇଛି।

 ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କେନ୍ଦୁଝରରେ ଆଦିବାସୀ ଯୁବକ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିବା ଘଟଣା ଏହି ସମ୍ୱେଦନଶୀଳ ଘଟଣା ସମଗ୍ର ରାଜ୍ୟକୁ ଲଜ୍ଜିତ ଓ
ନିନ୍ଦିତ କରିଛି: ବିଜେଡି

Sunil Chandra Nayak

କଂଗ୍ରେସ ଓ.ବି.ସି. ବିଭାଗ ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀଠାରେ ହେବାକୁ ନେଇ ଭୁବନେଶ୍ୱର କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ

ଏସଆଇଆର ମାଧ୍ୟମରେ ଓଡ଼ିଶାରେ ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନେ୍ଦହ ପ୍ରକାଶ କଲା ବିଜେଡି

Sunil Chandra Nayak

Leave a Comment

error: Content is protected !!