ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ବିକାଶ ମଞ୍ଚ ର ମାସିକ ବୈଠକ

ଉତ୍କେଲା,୧୮/୦୩,ନିପ୍ର:କେସିଙ୍ଗା ବ୍ଲକ ଉତ୍କେଲା ର ବିକାଶ ମଞ୍ଚ ର ସଭାପତି ଅନିରୁଦ୍ଧ ସାହୁ ଙ୍କ ସଭାପତିତ୍ବ ରେ ଉତ୍କେଲା ବିକାଶ ମଞ୍ଚ ର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଥମେ ଶିକ୍ଷକ ସ୍ବର୍ଗତ ଧବଲେଶ୍ବର ପୁରୋହିତ ଙ୍କ ପାଇଁ ଶୋକସଭା କରାଯାଇଥିଲା। ପଞ୍ଚାୟତ ରେ ଭତ୍ତା ବଣ୍ଟନ ବିବାଦ ଆଲୋଚନା ପାଇଁ ଆଗକୁ ଉପରିସ୍ଥ ସରକାରି ଅଫିସର ବିଡିଓ,ଏବଂ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଉତ୍କେଲା ରେ ଥିବା ଶତବାର୍ଷିକି ସରକାରି ପ୍ରାଥମିକ ଲାଲବାହାଦୁର ବିଦ୍ୟାପିଠ ଜରାଜିର୍ଣ ଅବସ୍ଥାରେ ପଡିରହିଛି। ବିଦ୍ୟାଲୟ ଟି ୧୯୧୩ ମସିହାରୁ ଗଠିତ ହୋଇଥିଲେ ମଧ୍ୟ ତାର ଶତବାର୍ଷିକି ପୁରିଥିଲେ ମଧ୍ୟ କେହି ମନେ ପକାଉନଥିବା ବେଲେ ବିଦ୍ୟାଲୟ ର ଏପ୍ରଯ୍ୟନ୍ତ ବାର୍ଷିକ ଉତ୍ସବ ଟିଏ କରାଯାଇନି। ସେଠାରେ କେତେଯେ ପ୍ରାଥମିକ ପାଠ ସାରି ବଡ ବଡ ଅଫିସର ହୋଇ ଚାକିରି କରିଛନ୍ତି। ହେଲେ ଉକ୍ତ ବିଦ୍ୟାଲୟ ର ଅବସ୍ଥା ସ୍ଥିତି କେହି ହେଲେ ଦେଖୁ ନାହାନ୍ତି। ୧୯୧୩ ମସିହାରୁ ସେହି ଇଟା ଖପର ଘର ସେମିତି ଛିଡା ହୋଇ ରହିଛି ।ସେଥିପାଇଁ ଉତ୍କେଲା ବିକାଶ ମଞ୍ଚ ଆସନ୍ତା ବର୍ଷ ୨୦୨୪ ରେ ବଡ ଧୁମଧାମ ରେ ପାଳନ କରିବା ନିଷ୍ପତି ନେଇଛି। ସେଠାରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଉକ୍ତ ଉତ୍ସବ ରେ ସାମିଲ ହେବା ପାଇଁ ବିକାଶ ମଞ୍ଚ ନିବେଦନ କରିଛି। ବୈଠକରେ ବିକାଶ ମଞ୍ଚ ର ସଂପାଦକ ଟଙ୍କଧର ନାଏକ ସମେତ ବସନ୍ତ ପୁରୋହିତ,ବେଲାଲସନ ବେହେରା,ଅଗସ୍ତି ସା,ନବ କିଶୋର ନାଏକ,ଗିରିଜା ବେହେରା,ସମତିସଭ୍ୟ ତ୍ରିନାଥ ମାଝୀ,ନିଷିଥ ରଞ୍ଜନ ନାଏକ,ଗରିବ ସା,ପ୍ରାଥମିକ ବିଦ୍ୟାଲୟ ସଭାପତି ନରେଶ ଶବର,ପ୍ରଧାନ ଶିକ୍ଷୟିତ୍ରି ଶୁଭଶ୍ରି ମିଶ୍ର,ଶିକ୍ଷୟିତ୍ରି ଦୁଃଖିମଣି ଦେଇ,ଉପସ୍ଥିତ ରହିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା- କୃଷକ ଦିବସ ପାଳିତ

Sunil Chandra Nayak

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

Sunil Chandra Nayak

ଗାନ୍ଧୀ ମଣିଷ ମହାନ୍ ଜନନାୟକ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!