ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣ ଦୋକାନରେ ନିଆଁ ଲାଗି ଦୁଇ ଜଣଙ୍କର ମୃତ୍ୟୁ 

ବାଲିକୁଦା 28/02/23: -ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ବାଣ ଭିଡୁଥିବା ବେଳେ, ନିଆଁ ଲାଗି ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅତି ଗୁରୁତର ଭାବେ ଅର୍ଦ୍ଧଦଗ୍ଧ ହୋଇ ଯାଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି । ମୃତକମାନେ ହେଲେ ଇଚ୍ଛାପୁର ଗାଁର ଦିଲ୍ଲୀପ ମହାନ୍ତି ଓ ଗୋପାଳପୁର ଗାଁର ବୁଲୁ ଦାସ । ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ବାଣ ବ୍ୟବସାୟୀ ସୁଶାନ୍ତ ପୃଷ୍ଟି ଓ ଦୀନବନ୍ଧୁ ଦାସ ।ସୁଶାନ୍ତଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଦୀନବନ୍ଧୁଙ୍କ ଶରୀରର ୪୦ ପ୍ରତିଶତ ପୋଡି ହୋଇଯାଇଛି ।ଆହତ ଦୁଇଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ଅପରାହ୍ନ ୧ଟା ସମୟରେ ଗୋପାଳପୁର ସୁଶାନ୍ତ ପୃଷ୍ଟିଙ୍କ ବାଣ ଗୋଦାମରେ ବାଣ ଭିଡୁଥିବା ସମୟରେ ଏପରି ହୃଦୟ ବିଦାରକ ଅଘଟଣ ଘଟିଥିଲା ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଜେଇଇ- ମେନ୍ ପ୍ରବେଶିକା ପରୀକ୍ଷାରେ ଧର୍ମଗଡ଼ ର ଛାତ୍ର କୌଶିକ କୁମାର ସାହୁଙ୍କ କୃତିତ୍ୱ

Sunil Chandra Nayak

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

ମଣିପୁରରେ ମହିଳାଙ୍କ ପ୍ରତି ବଳାତ୍କାର ମାମଲାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

Leave a Comment

error: Content is protected !!