ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ତୋଟାଗାଁ ଗ୍ରାମରେ ବିଳମ୍ୱିତ ରାତିରେ ବିଦୁତ୍ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ : ଦୁଇ ପରିବାରର ଦୁଇ ବଖରା ଜଳି ପୋଢ଼ି ପାଉଁଶ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋଟାଗାଁ ଗ୍ରାମର ଗତକାଲି ବିଳମ୍ୱିତ ରାତିରେ ବିଦୁତ୍ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ଦୁଇ ବଖରା ଜଳି ଯାଇ ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଗତକାଲି ବିଳମ୍ୱିତ କୌଣସି କାରଣ ବଶତଃ ବିଦୁତ୍ ସଟସର୍କିଟ ଘଟି ତୋଟାଗାଁ ଗ୍ରାମର ତୋଫାନ ଜେନା ଏବଂ ବ୍ରଜ ପ୍ରଧାନ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଯାହା ଫଳରେ ଦୁଇ ପରିବାରର ଦୁଇ ବଖରା ପୋଢ଼ିଯାଇଥିବା ବେଳେ ଘରର ବହୁ ସାମଗ୍ରୀ ପୋଢ଼ି ନଷ୍ଟ ହୋଇଯାଇଛି। ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ବାହିନୀ କର୍ମଚାରି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିବାର ଜଣା ପଡିଚି। କ୍ଷତିଗସ୍ତ ଦୁଇ ପରିବାର ଅତି ଗରିବ ହୋଇଥିବା ବେଳେ ସରକାରୀ ସ୍ତରରେ କିଛି ସାହାଯ୍ୟ ଯୋଗାଇଦିଆ ଯାଉ ବୋଲି ସାଧାରଣରେ ଦାବି ହେଉଛି।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଭୁବନେଶ୍ଵର ରେଡ଼କ୍ରସ ଭଵନ ଠାରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ                                              

ତାଇୱାନର ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ କରିବେ ଓମ ପ୍ରକାଶ

ଆର୍ମ ସଂଗଠନ ପକ୍ଷରୁ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ପରିମଳ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!