ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କାମାକ୍ଷାନଗର (ମନିସ )29/2/23 ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତ କୁଲେଇ ତାଲେଶ୍ୱର୍ ବିଦ୍ୟାପୀଠରେ ଆଜି ଜଣେ ସୁଦକ୍ଷ ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଗଲା।ସେ ହେଉଛନ୍ତି ଢେଙ୍କାନାଳ କାଲୁରିଆ ଗ୍ରାମ ର ଶ୍ରୀଯୁକ୍ତ ସୁମନ୍ତ କୁମାର ବେହେରା । ଆଜକୁ ୨୮ ବର୍ଷ ହେବ ତାଲେଶ୍ୱର ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ହିସାବରେ କାର୍ଯ ସୁଚାରରୁପେ ତୁଲାଇ ଆସୁଥିଲେ ଶ୍ରୀଯୁକ୍ତ ସୁମନ୍ତ ବେହେରା।ଆଜି ତାଲେଶ୍ଵର୍ ବିଦ୍ୟାପୀଠ ରେ ଏକ ବିଶାଳ ସଭା କରାଯାଇ ପ୍ରଧାନ ଶିକ୍ଷକ ମହୋଦୟ ଙ୍କୁ ଗେଙ୍ଗୁଟିଆ ସରପଞ୍ଚ ମାମାଲି ଜେନା ସଭାପତି କାଳନ୍ଦୀ ଜେନା ବିଦ୍ୟାଳୟ ସଭାପତି ଦାଶରଥି ଜେନାମଣି ପୂର୍ବତନ ସରପଂଚ ସୀମାନ୍ତ ଜେନା କୁଲେ଼ଇ ଗ୍ରାମର ସମସ୍ତ ଗୁରୁଜନ ମଣ୍ଡଳୀ ଏବଂ ବହୁ ପୁରାତନ ପୂର୍ବତନ ବର୍ତ୍ତମାନ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ପ୍ରଥମେ ଶିକ୍ଷକଙ୍କୁ ଏକ ବିଶାଳ ଶୋଭାଯାତ୍ରା କରି ଡି ଜେ, ରୋଷଣୀ, ବାଣ ମାଧ୍ୟମରେ ବିଦ୍ୟାଳୟ କୁ ନିଆଯାଇଥିଲା।ତାପରେ ଦୀପ ପ୍ରଜ୍ବଳନ କରି ଭଗବାନ୍ ଙ୍କୁ ପ୍ରାର୍ଥନା କରି ସଭାକାର୍ଯ୍ୟ ଆରମ୍ଭ କରାଗଲା।ପରେ ପରେ ଶିକ୍ଷକ ଏବଂ କୁଲେଇ ଗ୍ରାମର ସରପଞ୍ଚ ବିଦ୍ୟାଳୟ ସଭାପତି ସମସ୍ତେ ଅଭିଭାଷଣ ଦେଇଥିଲେ ।ଏବଂ ଶେଷରେ ସମସ୍ତେ ପ୍ରସାଦ ସେବନ କରି ପ୍ରଧାନ ଶିକ୍ଷକ ମହୋଦୟ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।ଆଜି ଜଣେ ସୁଦକ୍ଷ ଜ୍ଞାନୀ ପରୋପକାରୀ ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଲାପରେ ଆଖାପାଖ କୁଲେଇ ଅଞ୍ଚଳ ଏବଂ ବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀଙ୍କ ନୟନ ରୁ ଲୋତକ ଝରିପଡୁଥିଲା।ଶେଷରେ ସମସ୍ତେ କହୁଥିଲେ ସାର୍ ଆପଣ ଆମ ମାନଙ୍କ ହୃଦୟରେ ନିଶ୍ଚିନ୍ତ ରହିବେ ଆପଣକଂ ପାଇଁ ଆଜି ଆମେ ଦୁନିଆରେ ମଣିଷ ପରି ମଣିଷଟିଏ ହୋଇଛୁ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଣପୁର ଏଜୁକେୟାର ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ !!!

Sunil Chandra Nayak

ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!