ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଚିକିତ୍ସା ଅବହେଳା ଅଭିଯୋଗ : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ସିଡ଼ିଏମଓ ଅଫିସ୍ ସମ୍ମୁଖରେ ଶବ ରଖି ଧାରଣା

ନୂଆପଡ଼ାରେ ଚିକିତ୍ସା ଅବହେଳା ଅଭିଯୋଗ : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ସିଡ଼ିଏମଓ ଅଫିସ୍ ସମ୍ମୁଖରେ ଶବ ରଖି ଧାରଣା

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ ) ଡାକ୍ତରଖାନାରେ ଚିକିତ୍ସା ଅବହେଳା ଓ ଭୁଲ୍ ଇଞ୍ଜେକ୍ସନ ଦିଆଯିବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କୋମନା ଥାନା ଅନ୍ତର୍ଗତ ପଣ୍ଡରାପଥର ଗ୍ରାମର ତୁଳସୀରାମ ମାଝୀଙ୍କ ପତ୍ନୀ ଲଛନ୍ତି ମାଝୀ (୪୦)। ତାଙ୍କର ତିନି ଗୋଟି ଝିଅ ଥିବା ଜଣାପଡ଼ିଛି।ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ୨୫ ତାରିଖରେ ସାମାନ୍ୟ ଜ୍ୱର ହେବାରୁ ଲଛନ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ରେଫର୍ କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ତାହା ଶୁଣିନଥିଲେ। ଗତକାଲି (୨୮ ତାରିଖ) ରାତିରେ ଲଛନ୍ତିଙ୍କ ପେଟ ଓ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ସେହି ସମୟରେ ଡାକ୍ତର ଉପସ୍ଥିତ ନଥିବା ବେଳେ ଜଣେ କର୍ମଚାରୀ ୱାର୍ଡ ନମ୍ବର ୪୭ରେ ଥିବା ଲଛନ୍ତିଙ୍କୁ ପ୍ରେସକ୍ରିପସନ୍‌ ବାହାରେ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବାର ମାତ୍ର ୧୦ ମିନିଟ୍ ମଧ୍ୟରେ ପେଟ ଫୁଲିଯାଇ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସଙ୍ଗିନ ଅଭିଯୋଗ ହୋଇଛି।

CDMO ଅଫିସ୍ ଆଗରେ ଧାରଣା ଓ ଉତ୍ତେଜନା:

ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ କଂଗ୍ରେସ କର୍ମୀଙ୍କ ସହ ମିଶି ମୃତଦେହକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କ କାର୍ଯ୍ୟାଳୟ ଆଗରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

  ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ₹୧ ଲକ୍ଷ ଆର୍ଥିକ ସହାୟତା।

  ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ସମିତି ସଭ୍ୟ ହରିସିଂ ମାଝୀ, ଭାନୁ ପ୍ରତାପ ସିଂ ମାଝୀ, ରବୀନ୍ଦ୍ର ମଙ୍ଗରାଜ, କୌଶଲ୍ୟା ମାଝୀ, ହରିଶଚନ୍ଦ୍ର ମାଝୀ, ହେମସିଂ ମାଝୀ, ପ୍ରେମାନନ୍ଦ ମାଝୀ, କ୍ଷେତ୍ରମୋହନ ମାଝୀ ଓ କ୍ଷୀରମତୀନ ମାଝୀ।ପ୍ରଶାସନ ତରଫରୁ ₹୧୦,୦୦୦ ତତ୍କାଳୀନ ସହାୟତା ପ୍ରଦାନ କରାଯାଇଥିଲେ ହେଁ ପରିବାର ତାହାକୁ ପ୍ରତ୍ୟାଖ୍ୟାନ କରି ସମ୍ପୂର୍ଣ୍ଣ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି। ପରେ ଉପଜିଲ୍ଲାପାଳ ସୁର୍ମି ସୁରେନ ଏବଂ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଘଟଣାରେ ଡାକ୍ତର ଅଜୟ ପଣ୍ଡାଙ୍କ ନାମରେ ନୂଆପଡ଼ା ଥାନାରେ ଲିଖିତ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରକାଶ କରିଛି।

Related posts

ଗୋପବନ୍ଧୁଙ୍କ ହୃଦୟ ଥିଲା ବିଶ୍ବବ୍ୟାପୀ 

Sunil Chandra Nayak

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା 

masiha

ଅବସର କାଳୀନ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!