ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ, ଆନ୍ଦୋଳନ ପାଇଁ ସଜବାଜ

ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ, ଆନ୍ଦୋଳନ ପାଇଁ ସଜବାଜ

ଗଞାମ ତା13ଅଗଷ୍ଟ(ହିସ) କେନ୍ଦ୍ର ସରକାରଙ୍କ ବଜେଟରେ ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭବର କଟୁ ସମାଲୋଚନା କରାଯାଇ ପ୍ରତିବାଦ କରାଯାଇଛି। ସ୍ଥାନୀୟ ନବୀନ ଭବନରେ ଗଞ୍ଜାମ ଜିଲା ବିକାଶ ମଞ୍ଚ ତରଫରୁ ଆହୂତ ଏକ ବୈଠକରେ କେନ୍ଦ୍ର ତଥା ରାଜ୍ୟ ସରକାର ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗ ବଜେଟର ତର୍ଜମା କରାଯାଇ ଉଦବେଗ ପ୍ରକାଶ କରାଯାଇଛି। ଗଞ୍ଜାମ ଜିଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର-ସମ୍ୱଲପୁର ପ୍ରସ୍ତାବିତ ରେଳପଥ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଦୃଢ଼ ପ୍ରତିବାଦ କରାଯାଇଥିଲା। ବରିଷ୍ଠ ସାମ୍ୱାଦିକ ତଥା ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଆବାହକ ରବି ରଥ ଏହି ବୈଠକରେ ଯୋଗଦେଇ କହିଥିଲେ ଯେ ପୂର୍ବ ସରକାର ଅମଳରେ ବ୍ରହ୍ମପୁର ସମ୍ୱଲପୁର ଭାୟା ଭଞ୍ଜନଗର, ଫୁଲବାଣୀ, ବୌଦ୍ଧ, ରେଢ଼ାଖୋଲ ରେଳପଥ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗତିଶକ୍ତି ଯୋଜନାରେ ପ୍ରସ୍ତାବ ଗୃହିତ ହୋଇଥିଲା। କିନ୍ତୁ ନୂତନ ସରକାରଙ୍କ ଆଗତ ରେଳ ବଜେଟରେ ଅର୍ଥ ମଞ୍ଜୁର ନ କରିବା ଗଞ୍ଜାମ ଜିଲା ପ୍ରତି ଉପହାସ ବୋଲି ମତ ପ୍ରଦାନ କରିଥିଲେ। ବରିଷ୍ଟ ଶିକ୍ଷକ ନେତା କାମରାଜୁ ମହାରଣା, ଆଡ଼ଭୋକେଟ ଡ଼ଃ. ଶିବ ପ୍ରସାଦ ମିଶ୍ର, ଶିକ୍ଷକ ମହାସଂଘର ସମ୍ପାଦକ ଅଶୋକ କୁମାର ଦଳାଇ, ଇଂ. ମାନସ ରଂଜନ ତ୍ରିପାଠୀ, ରଂଜନ କୁମାର ସାହୁ, ସୁଶାନ୍ତ କର ଆଲୋଚନାରେ ଅଂଶଗ୍ରହଣ କରି ବ୍ରହ୍ମପୁର-ସମ୍ୱଲପୁର ରେଳପଥ ପାଇଁ ଡିପିଆର ପ୍ରସ୍ତୁତ ସରି 241 କିମି ପାଇଁ ସର୍ଭେ କାମ ଆରମ୍ଭ ହୋଇଥିଲେ ମଧ୍ୟ ବଜେଟରେ ଅର୍ଥ ବ୍ୟବସ୍ଥା ନ କରିବା ଗଞ୍ଜାମ, ଫୁଲବାଣୀ, ବୌଦ୍ଧ ଜିଲା ପ୍ରତି ଉପହାସ ବୋଲି ମତ ପ୍ରଦାନ କରିଥିଲେ। ଏହି ରେଳପଥ ସଂଯୋଗୀକରଣ ଫଳରେ ଆଦିବାସୀ ଅଞ୍ଚଳର ଜନସାଧାରଣ ବହୁଳ ଭାବେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଥିଲା।

ଅନୁରୂପ ଭାବେ ଦୀଘା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ସାଗର ମାଳା ଯୋଜନାରେ ସମ୍ପ୍ରତି ଗୋପାଳପୁରକୁ ବାଦ୍‌‍ ଦିଆଯାଇଛି। ଏହାର ପୁନଃବିଚାର କରି ବିକଳ୍ପ ବ୍ୟବସ୍ଥା ସରକାର ଗ୍ରହଣ କଲେ ସାଧାରଣ ଜନତା ଉପକୃତ ହେବା ସଙ୍ଗେ ସଙ୍ଗେ ବାଣିଜ୍ୟ, ପର୍ଯ୍ୟଟନ, ମତ୍ସ୍ୟଜୀବୀ, ଚାଷୀ କୁଳ ଉପକୃତ ହେବେ ଏବଂ ଜିଲାର ସମୁଦ୍ର ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡ଼ିକ ଲୁଣା ପାଣି ପ୍ରଭାବରୁ ମୁକ୍ତ ହେବେ।

ରାଜ୍ୟ ସରକାର ତଥା ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ ପୁନଃ ବିଚାର କରିବା ପାଇଁ ଦାବି କରାଯାଇଛି। ଅନ୍ୟଥା ଉପରୋକ୍ତ ଜିଲା ଅଧିବାସୀ ବୃନ୍ଦ ଏକ ବିରାଟ ଅନ୍ଦୋଳନ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ହେବେ ଏବଂ ପରିଣାମ ପାଇଁ ଉଭୟ ସରକାରୀ ଦାୟୀ ରହିବେ । 

 

Related posts

ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ବୃକ୍ଷ ରୋପଣ ଅନୁଷ୍ଠିତ 

ଜାତୀୟ ଆଇନ୍ ସେବା ଦିବସ ପାଳିତ

Sunil Chandra Nayak

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଜୋର୍ ହେଲା l ୪୫ ଲକ୍ଷ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଓ ୩ଟି ବାଇକ୍ ଜବତ 

Sunil Chandra Nayak

Leave a Comment

error: Content is protected !!