ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ,ପ୍ରଧାନ ଶିକ୍ଷକ, ପିତାମାତା ଓ ଅଭିଭାବକ ମାନଙ୍କର ଅଭିମୁଖି କରଣ କାର୍ଯ୍ୟକ୍ରମ             

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ,ପ୍ରଧାନ ଶିକ୍ଷକ, ପିତାମାତା ଓ ଅଭିଭାବକ ମାନଙ୍କର ଅଭିମୁଖି କରଣ କାର୍ଯ୍ୟକ୍ରମ              

ନବରଙ୍ଗପୁର:(୧୦|୪)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୌମିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମଗ୍ର ଶିକ୍ଷା ଗୋଷ୍ଠୀ ସାଧନ ସଂଯୋଜକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପୂଜାରୀ, ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ନିୟମ ତଥା ସେମାନଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ସୁବିଧା ସୁଯୋଗ ଓ ସେମାନଙ୍କ ପାଇଁ ପରୀକ୍ଷା କିପରି ପରିଚାଳନା କରାଯିବ, ସେହି ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପାପଡ଼ାହାଣ୍ଡି ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ବାଣୀଶ୍ରୀ ଯୋଜନାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ସୁବିଧା ଯୋଗାଇବା ଓ ବିଦ୍ୟାଳୟ କୁ ଆସୁନଥିବା ପିଲାଙ୍କ ଘରକୁ ରାସନ ସାମଗ୍ରୀ ଯୋଗାଇବାକୁ ମତ ପ୍ରଦାନ କରିଥିଲେ । ଗୋଷ୍ଠୀ ଦିବ୍ୟାଙ୍ଗ ସାଧନ କର୍ମୀ ସୁରଜ କୁମାର ପାତ୍ର ଓ ବାନୁଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର ପରିଚାଳନା କରିଥିବା ବେଳେ ଆଇ ଇ ଭି ପୀତବାସ ଭତ୍ରା ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

Sunil Chandra Nayak

ଟାଟା ଷ୍ଟିଲ କୁ ମାନବ ସେବା କାର୍ଯ୍ୟ ପାଇଁ ଶ୍ରେଷ୍ଠ କର୍ପୋରେଟ୍ ପୁରସ୍କାର

masiha

ଗଛଲତାକୁ ରାକ୍ଷୀ ବାନ୍ଧିଲେ ବନ ବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା 

masiha

Leave a Comment

error: Content is protected !!