ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶା ଦିଦି ଙ୍କ ସଫଳତାରେ ବନ୍ଧୁଗାଁ ଗର୍ବିତ , ଜିଲ୍ଲା ସ୍ତରରେ ପ୍ରଥମ ଆଶା ଦିଦି 

ବନ୍ଧୁଗାଁ ତା ୧୮/୩/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମର ଆଶା ଦିଦି ଶ୍ରୀମତୀ ଏସ ପଦମା ନିଜର ଦାୟିତ୍ଵକୁ ସୁଚାରୁ ରୂପେ ସମ୍ପାଦନା କରି ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପୁରସ୍କାର ପାଇବାରେ ପ୍ରଥମ ରହିଛନ୍ତି । ତାଙ୍କ ଆଲମଣ୍ଡା ଗ୍ରାମର ପ୍ରତି ଘରେ ପହଞ୍ଚି ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ସେବା ଯୋଗାଇବା ସହିତ ନିର୍ଦ୍ଧିଷ୍ଟ ସମୟରେ ମଶାରୀ ଟାଙ୍ଗି ଶୋଇବା ପାଇଁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଜଣାଇ ଥାନ୍ତି । ଜ୍ବର ହେଲେ ସମସ୍ତଙ୍କୁ ରକ୍ତ ନମୁନା ନେଇ ନିର୍ଭୁଲ ଭାବରେ ପରୀକ୍ଷା କରି ରୋଗୀଙ୍କୁ ଔଷଧ ଦେବା ସହିତ ମଶାରୀ ଟାଙ୍ଗି ଶୋଇବା ପାଇଁ ବୁଝାଇ ଥାନ୍ତି । ଏତିକିରେ ସେ ସୀମିତ ନ ରହି ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରକାର ତାଲିମ ଶିବିରରେ ତାଲିମ ପାଇଁ ପ୍ରଥମ ହୋଇ ଆସୁଛନ୍ତି । ସେ ୨୦୨୧ ରେ।ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ଜିଲ୍ଲା ସ୍ତରରେ ଶ୍ରେଷ୍ଟ ଆଶା ଦିଦି ବିବେଚିତ ହୋଇ ପୁରସ୍କାର ପାଇଥିଲେ ଓ ୨୦୨୨-୨୩ ବର୍ଷରେ ବ୍ଲକ ସ୍ତରରେ ଶ୍ରେଷ୍ଟ ବିବେଚିତ ହୋଇ ପୁରସ୍କାର ପାଇଥିଲେ । ଏହା ସହିତ କୋଭିଡ ୧୯ ରେ ସଚେତନତା.ମହିଳା ଓ ପୁରୁଷ ଫେମିଲି ପ୍ଲାନିଂ କାର୍ଯ୍ୟକ୍ରମ ଠାରେ ସବୁ ବେଳେ ନିଜର ସଫଳତା ରହି ଥିବା ବେଳେ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ମୋବାଇଲ ଏକାଡେମୀ ତାଲିମ ଗ୍ରହଣ କରିବା ସହିତ ବିଜୁ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହିଳା ସମାବେଶ ରେ ଅଂଶ ଗ୍ରହଣ କରି ଆସିଛନ୍ତି । ତାଙ୍କର ଏହି ସେବାକୁ ନେଇ ସଫଳତା ପାଇଁ ଆମେ ବନ୍ଧୁଗାଁ ବ୍ଲକ ବାସି ତାଙ୍କୁ ଧନ୍ୟବାଦ ଦେବା ସହିତ ଆମେ ନିଶ୍ଚିତ ଭାବେ ଗର୍ବିତ ଅଟୁ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ହମିରପୁର ରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ 

masiha

ଖଣିଅଞ୍ଚଳ ଗରିବ ଲୋକଙ୍କୁ ଟାଟାଷ୍ଟିଲ କମ୍ପାନୀର ଅଣଦେଖା

masiha

ବିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ! ୮ ବର୍ଷ ଧରି କଙ୍କଡାବେଡା ଗ୍ରାମର ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ ନୟାନ୍ତ ! ଶୁଣ ସରକାର ଶୁଣ୍

Sunil Chandra Nayak

Leave a Comment

error: Content is protected !!