ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ଙ୍ଗାବାହାଲ ଓ ଫଟାମୁଣ୍ଡା ରାସ୍ତା ରେ କଣ୍ଟା ବାଡ଼ ଦେଲେ ଜମି ମାଲିକ : ହଇରାଣ ହେଉଛନ୍ତି ସାଧାରଣ ଜନତା

ଡ଼ଙ୍ଗାବାହାଲ ଓ ଫଟାମୁଣ୍ଡା ରାସ୍ତା ରେ କଣ୍ଟା ବାଡ଼ ଦେଲେ ଜମି ମାଲିକ : ହଇରାଣ ହେଉଛନ୍ତି ସାଧାରଣ ଜନତା

‌‌ମ.ରାମପୁର ,୨୩/୦୮(ମସୀହା): ମ.ରାମପୁର ବ୍ଲକ ଡମ କର୍ଲlଖୁଣ୍ଟା ପଞ୍ଚାୟତ ର ଫଟାମୁଣ୍ଡା ଓ ଡ଼ୁମେରଗୁଡା ଦୁଇ ଗ୍ରାମବାସୀ ଏବେ ରାସ୍ତା ପାଇଁ ଦୁର୍ଦ୍ଧଶା ଭୋଗୁଛନ୍ତି l ସେମାନେ ଏହି ଯାତାୟାତ କରୁଥିବା ରାସ୍ତା ଡଙ୍ଗାବାହାଲ ଗ୍ରାମର ଦେବେନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ନାମରେ ଜମି ରହିଛି l ମୌଜା- ଡ଼ୁମେରଗୁଡା ,ଖାତା ନଂ 116/163, ପ୍ଲଟ ନଂ 446, କିସମ ମାଲ ଜମି ରହିଅଛି l ଏହି ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରା ଯାଉଥିବା ବେଳେ ଜମି ମାଲିକ ତାଙ୍କ ଜମି ବୋଲି ଏହାକୁ ବିରୋଧ କରିବାରୁ କିଛି ଅଂଶ ପିଚୁ କରା ଯାଇନଥିଲା l ସେହି ମାଟି ରାସ୍ତା ରେ ହିଁ ଲୋକ ମାନେ ଯାତାୟାତ କରୁଥିଲେ l ଡମ କର୍ଲାଖୁଣ୍ଟl ର ସରପଞ୍ଚ ଙ୍କ ସ୍ୱାମୀ ଫକୀର ରଣା ବର୍ଷା ସମୟ ରେ ସେହି ମାଟି ରାସ୍ତାରେ ମୁରୁମ ବିଛାଇଥିଲେ l ଏବେ ବର୍ଷା ଯୋଗୁଁ ଏହି ରାସ୍ତା ଖାଲ ଓ କାଦୁଅ ମଚ୍ ମଚ୍ ହୋଇ ପଡ଼ଛି l ଫଳରେ ଏହି ରାସ୍ତାରେ ଯାତାୟାତ କରିବା ଗ୍ରାମବାସୀଙ୍କ ପାଇଁ ଭାରି ମୁସ୍କିଲ ହୋଇ ପଡ଼ିଛି l ଡ଼ଙ୍ଗାବାହାଲ ଗ୍ରାମ ବିଦ୍ୟାଳୟ କୁ ପଢିବାକୁ ଆସୁଥିବା ନିକଟ ଫଟାମୁଣ୍ଡା ଗାଁ ର କୁନି କୁନି ଛାତ୍ରଛାତ୍ରୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ନିଜସ୍ୱ ଜମିରେ ମୁରୁମ ପକାଇ ଥିବାରୁ ଜମି ମାଲିକ ବିଡ଼ିଓ ଓ ଥାନା ଅଧିକାରୀ ଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ l ହେଲେ ପୁଲିସ କି ପ୍ରଶାସନ କେହି କୌଣସି ପଦକ୍ଷପ ନନେବାରୁ ଜମି ମାଲିକ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଥିଲେ l ତଥାପି ଜମି ମାଲିକ ଙ୍କ କଥା କେହି କର୍ଣ୍ଣପାତ କରି ନ ଥିବାରୁ ସେ ନିଜସ୍ଵ ଜମି କୁ ବାଧ୍ୟ ହୋଇ କଣ୍ଟା ବାଡ଼ ଦେଇଥିଲେ l ରାସ୍ତା ବନ୍ଦ ହୋଇ ଯିବା ଫଳରେ ଲୋକଙ୍କ ଯାତାୟାତ ମଧ୍ୟ ବନ୍ଦ ହୋଇଥିଲା l ଏହାପରେ ସ୍ଥାନୀୟ ତହସିଲଦାର ପହଞ୍ଚି ଜମି ମାଲିକ କୁ ବୁଝାସୁଝା କରିବା ପରେ ସେ କେବଳ ଲୋକ ଚାଲିବା ପାଇଁ ରାସ୍ତା ଟିକିଏ ଛାଡ଼ି ଦେଇଛନ୍ତି l ଯେ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇ ନାହିଁ l ସେ ଯାଏଁ ଏ କଣ୍ଟା ବାଡ଼ ରହିବ ବୋଲି ଜମି ମାଲିକ କହିଛନ୍ତି l ଏଥି ପ୍ରତି ପ୍ରଶାସନ ତୁରନ୍ତ ବିହିତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି l

ମଦନପୁର ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ବ୍ଲକର ସବୁ ପଞ୍ଚାୟତକୁ ସାମିଲ ଦାବି :କର୍ତ୍ତ୍ରୁପକ୍ଷଙ୍କୁ ଭେଟି ଆଲୋଚନା କଲେ ସରପଞ୍ଚ ସଂଘର କର୍ମକର୍ତ୍ତା

masiha

ଡ଼. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଶୋଭାଯାତ୍ରା

masiha

ହିନ୍ଦୋଳ ଏନ୍ ଏ ସି ରେ ଭୋଟ ଗ୍ରହଣ ସରିଲା: ଆସନ୍ତା ଏପ୍ରିଲ ୫ରେ ଗଣତି 

Sunil Chandra Nayak

Leave a Comment

error: Content is protected !!