ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂପାଳ ଚନ୍ଦ୍ର ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟ 5t ଉଦଘାଟନି ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଭୂପାଳ ଚନ୍ଦ୍ର ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟ 5t ଉଦଘାଟନି ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ 

ବସ୍ତା,13/01 : ଛାତ୍ର ଛାତ୍ରୀମାନେ ସ୍ବପ୍ନ ଦେଖିବା ସ୍ବପ୍ନ ଜରିଆରେ ଗାଁ ଠାରୁ ଆରମ୍ଭ କରି ରାଷ୍ଟର ବିକାଶ ପାଇଁ ଉଦ୍ୟମ କରାଗଲେ ଏକ ସୁସ୍ଥ ଓ ସରସ ସୁନ୍ଦର ରାଷ୍ଟ୍ର ନିର୍ମାଣ ସହିତ ବ୍ୟକ୍ତି ଜୀବନ ଓ ରାଷ୍ଟ୍ରିୟ ଜୀବନ ମଧୁମୟ ହୋଇ ପାରିବ ବୋଲି ବସ୍ତା ବ୍ଲକ ଅନ୍ତର୍ଗତ ବରୁଣଗଡିଆ ପଞ୍ଚାୟତ ସ୍ଥିତ ଭୂପାଳ ଚନ୍ଦ୍ର ଉଚ୍ଚ ମହାପାତ୍ର ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟ 5t ଉଦଘାଟନି ଓ ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।ବିଦ୍ୟାଳୟର ହରିବାସ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧକ୍ଷl ଅଞ୍ଜଳି ଦାସ ,ମୁଖ୍ୟବକ୍ତା ଭାବେ ବିଡ଼ିଓ ମୋହିନୀ କୁମାର ନାୟକ, ଅନ୍ୟତମ ଅତିଥୀ ଭାବେ ବସ୍ତା ଅତିରିକ୍ତ ଗୋଷ୍ଠିଶିକ୍ଷା ଅଧିକାରିଣୀ ବାସନ୍ତୀ ପୁଷ୍ଟି ,ସମ୍ମାନିତ ଅତିଥି ଭାବେ ପୂର୍ବତନ ପଂଚାୟତ ସମିତି ଅଧକ୍ଷ ଲକ୍ଷ୍ମୀଧର ଦାସ,ପରିଚାଳନା କମିଟି ସଭାପତି ପ୍ରଭାତ ବେହେରା ,ବରୁଣଗଡିଆ ସରପଞ୍ଚ କରୁଣା କର ମଲ୍ଲିକ,ପୂର୍ବତନ ସରପଞ୍ଚ ଲିପିକା ରାଉଳ, ବରୁଣଗଡିଆ ସିଆରସିସି ଅରବିନ୍ଦ ପାଣିଗ୍ରାହୀ,ସମିତି ସଭ୍ୟ ରମାକାନ୍ତ ସେଠି, ପୂର୍ବତନ ଉପଦେଷ୍ଟା କମିଟିର ସଦସ୍ୟ ପ୍ରିୟବ୍ରତ ମହାପାତ୍ର, ନିର୍ବାହୀ ଯନ୍ତ୍ରୀ କୁଇଲି ଟୁଡୁ, ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ନାୟକ ପ୍ରମୁଖ ଯୋଗଦେଇଥିଲେ।ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅତିଥି ପରିଚୟ ଓ ବେଦ ପାଠ କରିଥିଲେ ସିଆରସିସି ଅରବିନ୍ଦ ପାଣିଗ୍ରାହୀ । ଅତିଥିମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟନ କରିବା ପରେ ବିଦ୍ୟାଳୟ ଛାତ୍ରୀ ଦ୍ବାରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅତିଥି ମାନଂକୁ ସ୍ବାଗତ ସମ୍ବର୍ଦ୍ଧନା ଓ ସଂଗୀତ ପରିବେଷଣ କରିଥିଲେ।ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ବ ହାସଲ କରିଥିବା ଛାତ୍ରଛତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ଶେଷରେ ବିଦ୍ୟାଳୟ ଗଣିତ ଶିକ୍ଷକ ସନ୍ତୋଷ କୁମାର ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଝରିଗାଁ- ଚନ୍ଦହାଣ୍ଡି ଘାଟିରେ ଅଟୋ ଦୁର୍ଘଟଣା ୫ ଗୁରୁତର

Sunil Chandra Nayak

ଶାନ୍ତିପୂର୍ଣ ନିର୍ବାଚନ ପରିଚାଳନା କରିବା ପ୍ରଶାସନର ଲକ୍ଷ୍ୟ – ଜିଲ୍ଲାପାଳ 

masiha

ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ

Sunil Chandra Nayak

Leave a Comment

error: Content is protected !!