ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ୨୦୨୪ ଉପଲକ୍ଷେ କଳାହାଣ୍ଡିରେ ଜମିଲା ରାହାଗିରି

କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ୨୦୨୪

ଉପଲକ୍ଷେ କଳାହାଣ୍ଡିରେ ଜମିଲା ରାହାଗିରି

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କେଉଁଠାରେ ଯୋଗାଭ୍ୟାସ ପ୍ରଦର୍ଶିତ ହେଉଛି ତ କେଉଁଠାରେ ଡ୍ରମ ଡ୍ୟାନ୍ସ । ନାଚ ଗୀତ ଆସରରେ ଲୋକେ ମଜା ନେଉଛନ୍ତି ରାହାଗିରିର।ତେବେ ଆସନ୍ତାକାଲି କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ୨୦୨୪ ଉଦଘାଟିତ ହେବାକୁ ଯାଉଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାହାଗିରିର ଆୟୋଜନ କରାଯାଇଛି । ଭବାନୀପାଟଣା ସହରର ଜେଲ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କଳାର ଆସର ଜମିଛି । ଜାତୀୟ ଯୁବ ଦିବସ, ଆଜିର ଓଡିଶା ଓ ଯୁବ ସମାଜ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ରାହାଗିରି ଉତ୍ସବରେ ପତଞ୍ଜଳୀ ଯୋଗ ବିଦ୍ୟାଳୟ ପକ୍ଷରୁ ଯୋଗାଭ୍ୟାସ, ଶାସ୍ତ୍ରୀ ଶିକ୍ଷା ନିକେତନ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଡ୍ରମ ଡ୍ୟାନ୍ସ , ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଟାଇକୋଣ୍ଡୁ ଓ ମାର୍ଶାଲ ଆର୍ଟର କୌଶଳ , ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ରଙ୍ଗାରଙ୍ଗ ନାଚଗୀତ ଅନୁଷ୍ଠିତ ହୋଇଥିଲା । ଅନ୍ୟ ପଟରେ କଳାହାଣ୍ଡି କଳାକାର ସଙ୍ଘ ପକ୍ଷରୁ ଶିଶୁ ଶ୍ରମିକ ସଚେତନ ଓ କମ ବୟସରେ ଝିଅଙ୍କୁ ବିବାହ ନ କରାଇବା ନେଇ କ୍ଷୁଦ୍ର ନାଟକ ସହିତ ଲୋକଗୀତରେ ଘୁଡକା ନାଚ ପ୍ରଦର୍ଶିତ ହୋଇଥିଲା।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନେ ବାଲୁକା କଳା ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଉତ୍ସବର ବିଶେଷ ଆକର୍ଷଣ ରହିଥିଲା ମୁଖ୍ୟମନ୍ତ୍ରୀ ‘ନବୀନ ପଟ୍ଟନାୟକ’ ଅଭିନୟ । ଭବାନୀପାଟଣା ସହରର କଳାକାର କୈଳାସ ସାହୁ ନବୀନ ପଟ୍ଟନାୟକ ଭୂମିକାରେ ଉପସ୍ଥିତ ଲୋକଙ୍କ ମନୋରଞ୍ଜନ କରାଇଥିଲେ । ଆୟୋଜିତ ଏହି ଉତ୍ସବରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ତେବେ ଉତ୍ସବରେ ସହରବାସୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଣାଇ ଜନପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ରାଉରକେଲା ରେ ନାଗରିକ ସମ୍ବର୍ଦ୍ଧନା

masiha

ଜନ୍ମ ଦିନରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଅଷ୍ଟମ ଶ୍ରେଣୀର ଛାତ୍ର

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଓ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ମଧ୍ଯରେ ଚୁକ୍ତି ସ୍ଵାକ୍ଷରିତ 

Sunil Chandra Nayak

Leave a Comment

error: Content is protected !!